News7 Logo

ମୁଣ୍ଡଳୀରେ ଜଳସ୍ତର କମୁଛି, କୌଣସି ନଦୀରେ ବନ୍ୟା ନାହିଁ- ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

NEWS7
eic

ଭୁବନେଶ୍ୱର ୦୮।୦୯ : ମୁଣ୍ଡଳୀରେ କମୁଛି ଜଳସ୍ତର । ଅପରାହ୍ନ ୩ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ପିକ୍‌ରେ ଥିଲା ବନ୍ୟାଜଳ । ଏବେ ଆଉଟ ପ୍ଲୋ ୬ ଲକ୍ଷ ୨୬ ହଜାର କ୍ୟୁସେକ୍‌ରୁ ୪ ଲକ୍ଷ ୫୮ ହଜାର କ୍ୟୁସେକ୍‌କୁ ଖସିଆସିଛି । ମୁଣ୍ଡଳୀ ପାଣି ଏବେ ପୁରୀ –ଜଗତସିଂହପୁରର ତଳିଆ ଅଞ୍ଚଳରେ ପଶିବ । ପଠା ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି  ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ଣ୍ଣିମା ଯୋଗୁ ସମୁଦ୍ରରେ ଜୁଆର ଥିବାରୁ ପ୍ରଭାବିତ ହେଉଛି ଜଳ ନିଷ୍କାସନ। ଧୀରେ ଧୀରେ ତଳିଆ ଅଞ୍ଚଳରୁ ପାଣି କମିବ। ଗତ ୨୪ ଘଣ୍ଟାରେ ମାତ୍ର ୬ଟି ବ୍ଲକରେ ୫୦ ଏମଏମ୍‌ରୁ ଅଧିକ ବର୍ଷା ହୋଇଛି। କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ । ବର୍ତ୍ତମାନ ହୀରାକୁଦରେ ୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ରେଙ୍ଗାଳିର ସବୁ ଗେଟ୍‌ ବନ୍ଦ ରହିଛି। ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।