ନୂଆଦିଲ୍ଲୀ: ବିଶ୍ୱାସରେ ବିଷ ଦେଲା ବନ୍ଧୁ। ବୈରୀ ସାଜି ଲୁଟି ନେଲା ଭରସା। ପଶ୍ଚିମବଙ୍ଗ ଦୁର୍ବାପୁର ମେଡିକାଲ କଲେଜଓଡ଼ିଆ ଛାତ୍ରୀ ଦୁଷ୍କର୍ମ ଘଟଣାରେ ପୁଲିସ ମଙ୍ଗଳବାର ଛାତ୍ରୀଙ୍କ ବନ୍ଧୁଙ୍କୁ ଗିରଫ କରିଛି। ପୀଡ଼ିତା ତାଙ୍କ ସହିତ ରାତ୍ରୀ ଭୋଜନ କରିବାକୁ ବାହାରକୁ ଆସିଥିବା ବେଳେ ମୌକା ପାଇ ସେ ବାନ୍ଧବୀ ସହିତ ଦୁଷ୍କର୍ମ କରିଥିବା ପୁଲିସ କହିଛି।

ପୁଲିସର କହିବା ଅନୁଯାୟୀ ପୀଡ଼ିତା ନିଜେ ବନ୍ଧୁଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ ତାଙ୍କ ବନ୍ଧୁଙ୍କ ସହିତ ବାହାରକୁ ଆସିବା ପରେ ବନ୍ଧୁ ହିଁ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ତାଙ୍କ ବାପା ମଧ୍ୟ ତାଙ୍କ ଅଭିଯୋଗରେ ଉକ୍ତ ବନ୍ଧୁଙ୍କ ନାଁରେ ଏଫ୍‌ଆଇଆର୍ କରିଥିଲେ। ମଙ୍ଗଳବାର ପୁଲିସ ତାକୁ ଗିରଫ କରିବା ପରେ ଏହି ମାମଲାରେ ଗିରଫ ସଂଖ୍ୟା ୬ ହୋଇଛି। ଆସନ୍ତାକାଲି ସକାଳେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବ। ମାମଲାର ଅଧିକ ତଦନ୍ତ ଚାଲିଛି। ତଦନ୍ତରେ ସମସ୍ତ ୬ ଅଭିଯୁକ୍ତ ବିଭିନ୍ନ ସମୟରେ ଅପରାଧରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ତେବେ ସାମ୍ବାଦିକ ସମ୍ମିଳନୀ କରି ପୁଲିସ ଘଟଣା ଉପରୁ ପରଦା ହଟାଇଛି। ଏହା ଏକ ଗଣଦୁଷ୍କର୍ମ ନୁହେଁ, ଜଣେ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି ବୋଲି ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନରେଟର ପୋଲିସ କମିଶନର ସୁନୀଲ କୁମାର ଚୌଧୁରୀ କହିଛନ୍ତି। ପୀଡିତାଙ୍କ ବୟାନ ଏବଂ ପ୍ରାରମ୍ଭିକ ଶାରୀରିକ ପ୍ରମାଣ ଆଧାରରେ, ଏହା ପ୍ରମାଣିତ ହୋଇଛି ଯେ କେବଳ ଜଣେ ବ୍ୟକ୍ତି ଡାକ୍ତରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ ଏବଂ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରୁଛୁ। ମାମଲାରେ ତଦନ୍ତ ଚାଲିଛି ଏବଂ ତଦନ୍ତ ସମୟରେ ଗିରଫ ହୋଇଥିବା ସମସ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଉପସ୍ଥିତି ସ୍ପଷ୍ଟ ହୋଇଛି ବୋଲି କମିଶନର କହିଛନ୍ତି।

ପୀଡିତାଙ୍କ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି। ଆମେ ତାଙ୍କ ବନ୍ଧୁଙ୍କ ପୋଷାକ ଏବଂ ଶାରୀରିକ ରୂପ ବିବରଣୀ ମଧ୍ୟ ସଂଗ୍ରହ କରିଛୁ। ଆମର ତଦନ୍ତକାରୀ ଦଳ ପୀଡିତାଙ୍କ ବନ୍ଧୁଙ୍କ ସହିତ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏବଂ ସିନ ରିକ୍ରିଏସନ କରାଯାଇଛି। ତଦନ୍ତକାରୀମାନେ ଜଣେ ଅଭିଯୁକ୍ତଙ୍କ ପୋଷାକ ସଂଗ୍ରହ କରି ପରୀକ୍ଷା ପାଇଁ ଫୋରେନସିକ୍ ଲାବୋରେଟୋରୀକୁ ପଠାଇଛନ୍ତି। ପୋଲିସ କହିଛି ଯେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ଅପେକ୍ଷା କରାଯାଇଥିବା ଫୋରେନସିକ୍ ଏବଂ ଡାକ୍ତରୀ ରିପୋର୍ଟର ଫଳାଫଳ ଉପରେ ନିର୍ଭର କରିବ ବୋଲି କମିଶନର କହିଛନ୍ତି।