'ଯଦି ଆମର ବିମାନ ସୁରକ୍ଷିତ ଅବତରଣ କରେ'...ମହିଳା ପାଇଲଟଙ୍କୁ ନେଇ ପାୱାରଙ୍କ ପୁରୁଣା ପୋଷ୍ଟ ଭାଇରାଲ୍

NEWS7
dukes-ball-use-in-wtc-final-cricket-ball-types-in-hindi-dukes-kookaburra-sg-cricket-balls

ନୂଆଦିଲ୍ଲୀ ୨୯/୦୧: ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ପାୱାର । ବାରାମତିରେ ଏକ ବିମାନ ଦୁର୍ଘଟଣାରେ ହୋଇଛି ମୃତ୍ୟୁ । ତାଙ୍କ ମୃତ୍ୟୁ ପରେ ସାରା ଦେଶ ସ୍ତବ୍ଧ । ନେତାଙକ ଠାରୁ ଆରମ୍ଭ କରି ମନ୍ତ୍ରୀ ସବୁ ଶୋକରେ ବୁଡିଛନ୍ତି । ଟାଣୁଆ ନେତାଙ୍କୁ ହରାଇ ବାହୁନି କାନ୍ଦୁଛନ୍ତି ସମର୍ଥକ । ପରିବାର ବି ଦୁଃଖରେ ବୁଡିଛି । ସେ ସିନା ଚାଲିଗଲେ ହେଲେ ଛାଡିଯାଇଛନ୍ତି ଅନେକ ପ୍ରଶ୍ନ । ଭାଇରାଲ ହେଉଛି ପାଓ୍ୱାରଙ୍କ ପୁରୁଣା ପୋଷ୍ଟ । ଯାହା ସେ ତାଙ୍କ ମହିଳା ପାଇଲଙ୍କୁ ନେଇ କରିଥିଲେ ।

ସୋସିଆଲ ମିଡିଆ ଘୁରି ବୁଲୁଛି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୋଷ୍ଟ । ପୋଷ୍ଟରେ ଅଜିତ ପାୱାର ଜଣେ ମହିଳା ପାଇଲଟଙ୍କୁ କରିଥିଲେ ପ୍ରଶଂସା । ସେ ଏମିତି କହିଥିଲେ ଯେ, ଆପଣ ବି ଶୁଣିଲେ ଗର୍ବ କରିବେ । ସେ କହିଥିଲେ ଯେ, ଯେତେବେଳେ ଆପଣ ବିମାନ ଯାତ୍ରା ସୁରକ୍ଷିତ ଭାବେ ଲ୍ୟାଣ୍ଡ କରନ୍ତି । ଏହାର ଅର୍ଥ ହେଉଛି ପାଇଲଟ ଜଣେ ମହିଳା ହୋଇଥିବେ ନିଶ୍ଚୟ । ଏହାର ଅର୍ଥ ହେଉଛି ଜଣେ ମହିଳା ପାଇଲଟ ହିଁ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରନ୍ତି ।

ଏହି ପୋଷ୍ଟଟି ଏବେ ଭାଇରାଲ ହେବାରେ ଲାଗିଛି । କାରଣ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ଦୁର୍ଘଟଣାର ପାଇଲଟ ଥିଲେ ବି ଜଣେ ମହିଳା । ଦୁର୍ଘଟଣାରେ ପାଓ୍ୱାରଙ୍କ ସହ ମହିଳା ପାଇଲଟଙ୍କ ବି ମୃତ୍ୟୁ ହୋଇଛି ।ଅଜିତ ପାୱାରଙ୍କ ଏହି ପୋଷ୍ଟ ୨୦୨୪ ମସିହାର । ଯେଉଁଥିରେ ସେ ମହିଳା ପାଇଲଟଙ୍କ ପ୍ରତିଭାକୁ ପ୍ରଶଂସା କରି ଟ୍ୱିଟ୍ କରିଥିଲେ । ସେ ଲେଖିଛନ୍ତି, ଯେତେବେଳେ ଆମେ ହେଲିକପ୍ଟର କିମ୍ବା ବିମାନରେ ଯାତ୍ରା କରୁ, ଏବଂ ଯଦି ଆମର ବିମାନ କିମ୍ବା ହେଲିକପ୍ଟର ସୁରକ୍ଷିତ ଭାବରେ ଅବତରଣ କରେ, ତେବେ ଆମେ ବୁଝିପାରୁଛୁ ଯେ ପାଇଲଟ ଜଣେ ମହିଳା।

ଏହି ଟ୍ୱିଟ୍ ଏବେ ଭାଇରାଲ ହେଉଛି । ଅନେକ ଲୋକ ପୁରୁଣା ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ଅଜିତ ପାୱାରଙ୍କୁ ମନେ ପକାଇଛନ୍ତି।ସମ୍ଭାବୀ ପାଠକ ଅଜିତ ପାୱାରଙ୍କ ବ୍ୟକ୍ତିଗତ ଚାର୍ଟର ବିମାନର ଲେଡି ପାଇଲଟ୍ । ଲିଅରଜେଟ୍ ୪୫, ଯାହାକୁ ସେ ବାରାମତି ଉଡ଼ାଇଥିଲେ । ତାହାର କୋ-ପାଇଲଟ୍ ଥିଲେ। ପାଇଲଟ୍ ଇନ୍ କମାଣ୍ଡ ଥିଲେ ସୁମିତ କପୁର ।

ପାଠକ ଦେଶର ନୂଆ ମହିଳା ପାଇଲଟ୍‌ଙ୍କ ମଧ୍ୟରୁ ଜଣେ ଥିଲେ । ଯେଉଁମାନେ କର୍ପୋରେଟ୍ ଓ ଚାର୍ଟର ଏଭିଏସନ୍‌ରେ ନିଜର ଛାପ ସୃଷ୍ଟି କରିଥିଲେ। ସେ ଗ୍ୱାଲିୟରର ଏୟାର ଫୋର୍ସ ସ୍କୁଲରେ ପାଠପଢ଼ିଥିଲେ । ତା'ପରେ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଏରୋନଟିକ୍ସ/ଏଭିଏସନ୍ ଅଧ୍ୟୟନ କରିଥିଲେ । ତା'ପରେ ନ୍ୟୁଜିଲ୍ୟାଣ୍ଡରେ ବାଣିଜ୍ୟିକ ପାଇଲଟ୍ ତାଲିମ ଗ୍ରହଣ କରିଥିଲେ । ଅଗଷ୍ଟ ୨୦୨୨ ଠାରୁ, ସେ କର୍ପୋରେଟ୍ ଚାର୍ଟର ଅପରେସନ ଅଂଶ ଅଛନ୍ତି।