କାର୍ ଏବଂ ଏସୟୁଭିକୁ ଧକ୍କା ଦେଲା ବସ : ଦୁଇ ଶିଶୁଙ୍କ ସମେତ ୯ ମୃତ

NEWS7
dsp-got-rs-12-lakh-to-help-jk-terrorists-reach-delhi

ବେଙ୍ଗାଲୁରୁ, ୨୫/୧୨: ତାମିଲନାଡୁରେ ଭୟଙ୍କର ଦୁର୍ଘଟଣା । ପ୍ରାଣ ହରାଇଲେ ୯ ଯାତ୍ରୀ । ଏସୟୁଭି ଏବଂ କାରକୁ ଏକ ସରକାରୀ ବସ ଧକ୍କା ଦେବାରୁ ଏତେ ବଡ ଦୁର୍ଘଟଣା ଦେଖିଛି ।

ରିପୋର୍ଚ ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଉଭୟ ଏସୟୁଭି ଏବଂ କାର୍ ଚେନ୍ନାଇରୁ ତିରୁଚିରପଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । ଏହି ସମୟରେ ଏକ ଯାତ୍ରୀବାହୀ ବସ ବିପରୀତ ଦିଗରେ ଯାତ୍ରା କରୁଥିଲା । ତେବେ ବସ୍ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ପାଇଁ ଏହା ଅପରପାର୍ଶ୍ୱରେ ଯାଉଥିବା କାର ଏବଂ ଏସୟୁଭିକୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର ଦୁଇଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଏହାସହ ୯ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି ।

ପୋଲିସ କହିଛି ଯେ, ଦୁର୍ଘଟଣାରେ ପ୍ରଥମେ ୭ ଜଣ ପ୍ରାଣ ହରାଇଥିଲେ । ପରେ ଏହି ସଂଖ୍ୟା ୯ରେ ପହଁଚିଛି । ସରକାରୀ ବସଟି ଦୁଇଟି କାରକୁ ଧକ୍କା ଦେଇଥିବାରୁ ଅଘଟଣ ଘଟିଛି । ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ମୃତାହତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ଆହତଙ୍କ ଚିକିତ୍ସାରେ ଯେପରି କୌଣସି ତ୍ରୁଟି ନୁହେଁ ସେନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ମୃତକଙ୍କ ପରିବାରକୁ ୯ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି ।