LIVE TV
LIVE TV

ଖାଇବର ପଖତୁନଖ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇଲେ ଜେଲ୍ କର୍ତ୍ତୃପକ୍ଷ, ଇମ୍ରାନ ଖାନ ଥିବା ଜେଲ୍‌ ବାହାରେ ସୁରକ୍ଷା କଡ଼ାକଡ଼ି

NEWS7
driver-died-in-tractor-accident-in-marsaghai

ଇସଲମାବାଦ: ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନ ଜୀବିତ ଅଛନ୍ତି ତ ? ଜେଲ୍ରେ ତାଙ୍କ ସହ କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ଦିଆଯାଉ ନାହିଁ । ଏହା ପରେ ଇମ୍ରାନଙ୍କ ଡେଥ ସସପେନ୍ସ ଆହୁ ଘନୀଭୂତ ହେବାରେ ଲାଗିଛି । ଗତ ସପ୍ତାହରେ ଇମ୍ରାନଙ୍କୁ ସାକ୍ଷାତ କରିବାକୁ ଯାଇଥିବା ତାଙ୍କର ୩ ଭଉଣୀଙ୍କୁ ଜେଲ୍ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଆଉ ଏବେ ଖାଇବର ପଖତୁନଖ୍ବାର ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦିଙ୍କୁ ଆଦିଆଲା ଜେଲ୍ରେ ଥିବା ଇମ୍ରାନଙ୍କୁ ସାକ୍ଷାତ କରିବାକୁ ଦିଆଯାଇ ନାହିଁ । ତାଙ୍କୁ କର୍ତ୍ତୃପକ୍ଷ ଜେଲ୍ ବାହାରେ ଅଟାକାଇ ଦେଇଛନ୍ତି । ଏହା ପୂର୍ବରୁ ସେ ବାରମ୍ବାର ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ ।

ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରଚାର ହେଉଥିବା ବେଳେ ସିଏମ ସୋହେଲଙ୍କୁ ଜେଲ୍ ବାହାରେ ଅଟକାଇବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି । କିଛି ରିପୋର୍ଟରେ ଦାବି କରାଯାଉଛି ଯେ, ଜେଲ୍ରେ ଇମ୍ରାନ୍ଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ । ସୋହେଲ ଆଫ୍ରିଦି କହିଛନ୍ତି, ‘ମୁଁ ୪ କୋଟି ଲୋକଙ୍କ ପ୍ରଦେଶର ମୁଖ୍ୟମନ୍ତ୍ରୀ। ମୁଁ ସପ୍ତମ ଥର ପାଇଁ ଇମ୍ରାନ ଖାନଙ୍କୁ ଭେଟିବାକୁ ଆସିଛି। ଏହା କ'ଣ ତିକ୍ତତା ବୃଦ୍ଧି କରିବ ନାହିଁ ? ମୋତେ ଇମ୍ରାନ ଖାନଙ୍କୁ ଭେଟିବାକୁ କାହିଁକି ଅନୁମତି ଦିଆଯାଉନାହିଁ?’ ପାକିସ୍ତାନରେ ଗୁରୁବାର (୨୭ ନଭେମ୍ବର, ୨୦୨୫) ସନ୍ଧ୍ୟା ୫:୩୦ ରେ ନ୍ୟାସନାଲ୍ ଆସେମ୍ବଲିରେ ଏକ ଜରୁରୀକାଳୀନ ବୈଠକ ଡକାଯାଇଛି। ଏହା ପରେ ଇମ୍ରାନ ଖାନଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଆହୁରି ବୃଦ୍ଧି ପାଇଛି ।

କେପିକେ ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି କହିଛନ୍ତି ଯେ, ତାଙ୍କୁ ଜେଲରେ ଇମ୍ରାନ ଖାନଙ୍କୁ ଭେଟିବା ପାଇଁ ଅନୁମତି ଦିଆଯାଇ ନଥିଲା । ତେଣୁ ସେ ଜେଲ ବାହାରେ ଧାରଣା ଦେଇଥିଲେ। ଇମ୍ରାନ ଖାନଙ୍କ ଦଳ, ପିଟିଆଇ ଖାଇବର ପଖତୁନଖ୍ୱାରେ ଶାସକ ଦଳ। ସୋହେଲ ଆଫ୍ରିଦି ତାଙ୍କ ଦଳର ଏକମାତ୍ର ମୁଖ୍ୟମନ୍ତ୍ରୀ। ଇମ୍ରାନ ଖାନଙ୍କ ସମର୍ଥକମାନେ ଆଦିଆଲା ଜେଲ ବାହାରେ କିଛି ଦିନ ଧରି ପ୍ରତିବାଦ କରିଆସୁଛନ୍ତି। ଏହି ପ୍ରତିବାଦ ଏବେ ପାକିସ୍ତାନର ଅନ୍ୟ ସହରଗୁଡ଼ିକୁ ବ୍ୟାପିବାରେ ଲାଗିଛି। ଇମ୍ରାନ ଖାନଙ୍କ ପରିବାର ଏବଂ ପିଟିଆଇ ସମର୍ଥକମାନେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଜେଲରେ ତାଙ୍କ ହତ୍ୟା ଯୋଜନା ପାଇଁ ଦାୟୀ କରୁଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତିନି ଭଉଣୀଙ୍କୁ ମଧ୍ୟ ତାଙ୍କ ପାଖକୁ ଯିବାକୁ ମନା କରାଯାଇଥିଲା । ସେମାନଙ୍କୁ ଜେଲ୍ କର୍ତ୍ତୃପକ୍ଷ ମାଡ଼ ମାରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ସେମାନେ ଆଦିଆଲା ଜେଲ ବାହାରେ ପ୍ରଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ। ଇମ୍ରାନଙ୍କ ଭଉଣୀମାନେ, ନୋରିନ ନିଆଜି, ଅଲିମା ଖାନ ଏବଂ ଡକ୍ଟର ଉଜମା ଖାନ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ)ର ଅନ୍ୟ ସଦସ୍ୟମାନଙ୍କ ସହିତ ଜେଲ ବାହାରେ ପ୍ରତିବାଦ କରୁଥିଲେ। ଏହି ସମୟରେ ପୋଲିସ ଅଧିକାରୀମାନେ ସେମାନଙ୍କୁ ଆକ୍ରମଣ କରିଥିଲେ ଏବଂ ନିଷ୍ଠୁର ଭାବରେ ମାଡ଼ ମାରିଥିଲେ। ଇମ୍ରାନ ଖାନଙ୍କ ସହ ସାକ୍ଷାତ ଦାବି କରିବା କର୍ମୀଙ୍କ ପାଇଁ ଅପରାଧ କି ବୋଲି ଦଳ ପ୍ରଶ୍ନ କରିଥିଲା ।