News7 Logo

ଗଞ୍ଜାମରେ ପୁଣି DJ ଫାଇଟ୍, ଗଣେଷ ଭସାଣ ବେଳେ ମୁହାଁମୁହିଁ

NEWS7
DJ

ଆସିକା ୧୩।୦୯ : ଗଞ୍ଜାମରେ ପୁଣି ଡିଜେ ଲଢେଇ । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଭୁସୁଣ୍ଡା ଗାଁରେ ଗଣେଷ ଭସାଣୀ ବେଳେ ଦୁଇ ଡିଜେ ଗାଡ଼ି ମଧ୍ୟରେ ଲଢେଇ କରୁଥିବାର ଦେଖିବାକୁ ମିଳିଛି । ଉଭୟ ଉଭୟକୁ ଧକ୍କା ମାରୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାୟୀ, ଗତ ୭ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଶେରଗଡ଼ ଭୁସୁଣ୍ଡା ଗାଁରେ ଗଣେଷ ଭସାଣୀ ଚାଲିଥିଲା । ଭସାଣୀ ପାଇଁ ଭୁସୁଣ୍ଡା ଗାଁ ବଡ଼ଦାଣ୍ଡ ସାହିର ସାଇକ୍ରିଷ୍ଣା ଗ୍ରୁଫ ପକ୍ଷରୁ ମା ମଙ୍ଗଳା DJ ଆସିଥିବା ବେଳେ ଅଚିନ୍ତା ନଗର ରଘୁନାଥ ଗ୍ରୁପ ପକ୍ଷରୁ ଆଲିପୁର ଗାଁର JKM DJ ଆସିଥିଲା । ଉଭୟ ନିଜ ନିଜ ସ୍ଥାନରୁ ପ୍ରସେସନ ଆରମ୍ଭ କରିଥିଲେ । ହେଲେ ଦୁଇଟି ଗ୍ରୁପ ଗାଁର ଗୋଟିଏ ସ୍ଥାନରେ ସାମ୍ନାସାମ୍ନି ହୋଇଥିଲେ । ଏପିରିକି ମେଢ ରଖି ଉଭୟ ଗ୍ରୁପ DJ ଲଢେଇ କରିଥିଲେ । ଗୋଟିଏ DJ ଗାଡ଼ି ଅନ୍ୟ ଏକ DJ ଗାଡ଼ିକୁ ବାରମ୍ବାର ଧକ୍କା ଦେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଏହି DJ ଲଢେ଼ଇ ସମୟରେ  ଖୁବ୍ ଜୋରରେ ଶବ୍ଦ ପ୍ରଦୂଷଣ କରି ଗୀତ ବଜାଇ ନାଚ ଗୀତରେ ମାତାଲ ହୋଇଥିଲେ ଯୁବକମାନେ l ସୋସିଆଲ ମିଡିଆ ଭିଡିଓ ଭାଇରାଲ ହେଉଥିଲେ ମଧ୍ୟ ଏଯାଏଁ ଶେରଗଡ଼ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ l ସେହିପରି ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଗାଁରେ ଗଣେଷ ଭସାଣୀ ବେଳେ ଦୁଇ ଡିଜେ ଗାଡ଼ି ମଧ୍ୟରେ ଲଢେଇ ହୋଇଥିଲା । ଯାହାର ଭିଡ଼ିଓ ବି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ପୋଲିସ ପରବର୍ତ୍ତୀ ସମୟରେ ଏହି ଘଟଣାର ତଦନ୍ତ କରି ଲଢେଇ କରିଥିବା ଦୁଇଟି ଡିଜେ ଗାଡ଼ିକୁ ସିଜ କରିଥିଲା । ଏବେ ପୁଣି ସମାନ ଘଟଣା ସାମ୍ନାକୁ ଆସିଛି । ​​​​​​​