ବନ୍ୟାସ୍ଥିତି ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ମନ୍ତ୍ରୀ ସୁରେଶ ପୂଜାରୀ, ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନରେ ଯିବେ

Published By : Prameya-News7 Bureau | August 26, 2025 IST

ଭୁବନେଶ୍ବର ୨୬।୮: ରାଜଭବନରେ ଯାଇ ରାଜ୍ୟରେ ବନ୍ୟା ସ୍ଥିତି ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟପାଳଙ୍କ ସହ ବୈଠକ ପରେ ମନ୍ତ୍ରୀ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନରେ ଯିବେ । ମନ୍ତ୍ରୀ କହିଛନ୍ତି, ବନ୍ୟା ପରିସ୍ଥିତି ସ୍ବାଭାବିକ ଅଛି । ୫ ହଜାରରୁ ଅଧିକ ଲୋକ ବନ୍ୟା ରିଲିଫ ସେଣ୍ଟରରେ ଅଛନ୍ତି । ରୋଷେଇ ଖାଦ୍ୟ ଦିଆଯାଉଛି । ଔଷଧ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜରୁରୀ ଖାଦ୍ୟ ସାମଗ୍ରୀ ମଧ୍ୟ ବ୍ୟବସ୍ଥା କରାଯାଇଛି । ମେଡ଼ିକାଲ ଟିମ୍ ରିଲିଫ ସେଣ୍ଟରରେ ରହି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

ଯାଜପୁରରେ ଗୋଟେ ଘାଇ ହୋଇଛି । ଯାହାଦ୍ଵାରା ୩୦ରୁ ୪୦ ଗାଁ ପ୍ରଭାବିତ ହୋଇଛି । ପାଣି କମିଯିବା ପରେ ଘାଇର ମରାମତି କାମ ହେବ । ସରଜମିନ ଦେଖିବା ପାଇଁ ଯାଜପୁର ଗସ୍ତ କରିବେ । ଜଳସମ୍ପଦ ବିଭାଗ, ବିପର୍ଯ୍ୟୟ ପରିଚାଳନାର ଅଧିକାରୀ, ଜିଲ୍ଲା ପ୍ରଶାସନ ମଧ୍ୟ ଆମ ସହିତ ରହି ସ୍ଥିତି ସମୀକ୍ଷା କରିବେ । ଘାଇ ମରାମତି କରି ଯେତେ ଶୀଘ୍ର ହେବ ସ୍ୱାଭାବିକ ସ୍ଥିତି ଆଣିବା ପାଇଁ ଚେଷ୍ଟା କରିବୁ । ଗୋ-ସମ୍ପଦ, ପଶୁ ପକ୍ଷୀ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ପାଣି କମିଯିବା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ ହେବ । ଫସଲ, ଘରବାଡ଼ି କେତେ କ୍ଷତି ହୋଇଛି । ଆକଳନର ରିପୋର୍ଟ ଆସିବା ପରେ କ୍ଷତିପୂରଣ ରାଶି ଦେବାକୁ ଅନଲାଇନରେ ଦୁଇ ମିନିଟ୍ ସମୟ ଲାଗିବ । ବନ୍ୟା ସ୍ଥିତି ପାଇଁ ପ୍ରଶାସନ ଭଲ କାମ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳକୁ ଖସିବ ସୁବର୍ଣ୍ଣରେଖା, ବିପଦ ସଙ୍କେତ ତଳେ ବୈତରଣୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.