LIVE TV

ଏପରି ଜଣେ ବ୍ୟକ୍ତି; ଅନ୍‌ଲାଇନ୍‌ରେ ମାଗିଥାଏ ଭିକ, ମିନିଟ୍‌ରେ ହୋଇଥାଏ ମୋଟା ରୋଜଗାର

NEWS7
digtal bhikhari

ନୂଆଦିଲ୍ଲୀ ୨୪।୦୯: ଆପଣ ରାସ୍ତାରେ, ମନ୍ଦିରରେ କିମ୍ବା ରେଳ ଷ୍ଟେସନରେ ଅନେକ ଭିକାରୀଙ୍କୁ ଦେଖିଥିବେ । ଯେଉଁମାନେ ଲୋକଙ୍କୁ ଭିକ ମାଗିଥାନ୍ତି । କିନ୍ତୁ କେବେ ଅନଲାଇନ୍ ଭିକାରୀଙ୍କୁ ଦେଖିଛନ୍ତି କି ? ହଁ, ଆଜ୍ଞା । ଏପରି ଜଣେ ଭିକାରୀ ଅଛନ୍ତି ଯିଏକି ଅନ୍‌ଲାଇନ୍‌ରେ ଭିକ ମାଗନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ । ଏହି ଭିକାରୀ ଜଣକ YouTubeରେ ଲାଇଭ୍ ଆସନ୍ତି, ଆଉ ଭିକ ମାଗନ୍ତି । ଏହି ଅନଲାଇନ୍ ଭିକାରୀଙ୍କ ନାଁ ହେଉଛି ଗୌତମ ସୂର୍ଯ୍ୟ। ତାଙ୍କ ଚ୍ୟାନେଲ govindsurya360 ନାଁରେ ରହିଛି । ଗୌତମଙ୍କର ୫ଲକ୍ଷରୁ ଅଧିକ ସବସ୍କ୍ରାଇବର୍ ଅଛନ୍ତି ।

ବର୍ତ୍ତମାନ ଯାଏଁ ସେ ତାଙ୍କ ଚ୍ୟାନେଲରେ ୩୮ ହଜାରରୁ ଅଧିକ ଭିଡିଓ ଅପଲୋଡ୍ କରିଛନ୍ତି । ଆଉ ଏଗୁଡିକ ୨୬୦ ମିଲିୟନରୁ ଅଧିକ ଭ୍ୟୁ ପାଇଛି । ବାସ୍ତବରେ ଗୌତମ ସୂର୍ଯ୍ୟ ପ୍ରତିଦିନ ୩-୪ ଘଣ୍ଟା ପାଇଁ ଲାଇଭ୍ ଆସନ୍ତି । ଆଉ ସ୍କ୍ରିନରେ ୨-୩ଟି QR କୋଡ୍ ରଖି ଟଙ୍କା ମାଗୁଛନ୍ତି । ସେ ଯେତେବେଳେ ଲାଇଭ୍ ଆସନ୍ତି, ସେତେବେଳେ ୧୦ ହଜାରରରୁ ଅଧିକ ଲୋକ ତାଙ୍କ ସହିତ ଯୋଡି ହୁଅନ୍ତି । ଲାଇଭ୍ ଦେଖିବା ସମୟରେ, ଲୋକମାନେ QR କୋଡ୍ ଜରିଆରେ ୧ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରନ୍ତି। ଅଧିକାଂଶ ଲୋକ ତାଙ୍କୁ ୧ ଟଙ୍କା ପଠାନ୍ତି । କେହି ପେମେଣ୍ଟ କରିବା ମାତ୍ରେ ଗୌତମ ଟଙ୍କା ପଠାଇଥିବା ବ୍ୟକ୍ତିଙ୍କ ନାଁ ନେଇ ଧନ୍ୟବାଦ କୁହନ୍ତି ।

ତାଙ୍କ ଚ୍ୟାନେଲର ବାୟୋରେ ଲେଖାଅଛି, " ଦିନେ ମୁଁ ନିଶ୍ଚିତ ଭାବରେ ମୋ ଘର ତିଆରି କରିବି, ତା'ପରେ କେହି ମୋତେ ଏଠାରୁ ଚାଲିଯିବାକୁ କହିବେନି ।" ଖାସ୍‌ କଥା ହେଉଛି ଯେ ସେ କାହାକୁ ଫଲୋ କରନ୍ତିନି । ସେ କେବଳ ତାଙ୍କ ନିଜ ଚ୍ୟାନେଲକୁ ଫଲୋ କରନ୍ତି । ତାଙ୍କର ଗୋଟିଏ ଭିଡିଓରେ ୨୭ ନିୟୁତ ପର୍ଯ୍ୟନ୍ତ ଭ୍ୟୁ ମିଳିଛି । ଏହାବ୍ୟତୀତ ସେ ଅନେକ ଭିଡିଓରେ ଦେଖାଇଛନ୍ତି ଯେ ସେ ସୁପରଚ୍ୟାଟରୁ ପ୍ରତିଦିନ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ଗୌତମ ସୂର୍ଯ୍ୟ ମଧ୍ୟ ତାଙ୍କର ସଂଘର୍ଷର କାହାଣୀ ସେୟାର କରିଛନ୍ତି ।

ସେ କହିଛନ୍ତି କି, "ମୁଁ ଯୁବକ, କିନ୍ତୁ ଘରେ ବେକାର ବସି ରହୁଥିଲି । ଯେତେବେଳେ ମୋ ବାପା କାମ ସାରି ସାଇକେଲରେ ଦିନ ସାଢେ ୧୨ଟାରେ ଘରକୁ ଫେରୁଥିଲେ ଏବଂ ଆମର ଆଖି ମିଶିଯାଉଥିଲା, ସେତେବେଳେ ମୁଁ ବହୁତ ଲଜ୍ଜିତ ହେଉଥିଲି । ଏହି ବୟସରେ ମୋ ବାପାଙ୍କୁ ସାଇକେଲ ଚଲାଉଥିବାର ଦେଖିବା ମୋ ପାଇଁ ବହୁତ କଷ୍ଟଦାୟକ । ସେଥିପାଇଁ ମୁଁ ଭିକ୍ଷା ମାଗୁଛି ।" ସେ ତାଙ୍କ ବାପାଙ୍କ ସାଇକେଲ ଚଲାଇବାର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ। କେବଳ ଏତିକି ନୁହେଁ ଅନେକ ଭିଡିଓରେ ସେ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି ।

ଏହି ଅନନ୍ୟ ଭିକାରୀ ନିଜର ଅନଲାଇନ୍ ଉପସ୍ଥିତି ମାଧ୍ୟମରେ କେବଳ ଲକ୍ଷ ଲକ୍ଷ ଫଲୋଅର୍ସ ଯୋଡିଛନ୍ତି ତା ନୁହେଁ ବରଂ ମୋଟା ଅଙ୍କର ରୋଜଗାର ମଧ୍ୟ କରୁଛନ୍ତି । ଏହି ଭିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଉ ସମସ୍ତେ ଅନେକ କମେଣ୍ଟ ମଧ୍ୟ ଦେଉଛନ୍ତି । କେତେକ ୟୁଜର୍ସ ତାଙ୍କୁ ଡିଜିଟାଲ୍ ଭିକାରୀ ବୋଲି କହୁଛନ୍ତି ତ ଆଉ କେତେକ କହୁଛନ୍ତି, "ଯଦି ତୁମର ହାତ-ଗୋଡ ଠିକ୍‌ ଅଛି, ତେବେ ତୁମେ କାମ କାହିଁକି କରୁନାହଁ, ଭିକ କାହିଁକି ମାଗୁଛ ?" । ଜଣେ ୟୁଜର୍ସ ଲେଖିଛନ୍ତି, "ଆଚ୍ଛା, ଆମକୁ ଏକ ନୂଆ ବିଜନେସ୍‌ ଆଇଡିଆ ମିଳିଛି, ଏବେ ଆମେ ମଧ୍ୟ ଏପରି କରିବୁ।"…