LIVE TV

ଭାରତରେ ୭୦% Eye ହସ୍ପିଟାଲ ପ୍ରାଇଭେଟ୍, ମାତ୍ର ୪୦%ରେ ମିଳି ପାରୁଛି ଏମାର୍ଜେନ୍ସୀ ଚିକିତ୍ସା

NEWS7
dhanashree-verma-restored-photos-with-yuzvendra-chahal

ନୂଆଦିଲ୍ଲୀ ୬।୧୧: ଭାରତରେ ଚକ୍ଷୁ ରୋଗ ବଢିବଢି ଚାଲିଛି। ପିଲା ହୁଅନ୍ତୁ କି ଯୁବକ ଅଥବା ବୟଷ୍କ ଦେଶର ଏକ ବିଶାଳ ଜନସଂଖ୍ୟା ରେଫ୍ରେକ୍ଟିଭ ଏରର ଯେପରିକି ମାୟୋପିୟାରୁ ଆରମ୍ଭ କରି ସର୍ଜିକାଲ ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର ରୋଗ ଭୋଗ କରୁଛନ୍ତି। ନେତ୍ର ରୋଗ ନିଦାନ ନେଇ ସରକାର ଯେତେ ଯାହା ଦାବି କରନ୍ତୁ ଅଥବା ଅଭିଯାନ ଚଳାନ୍ତୁନା କାହିଁକି ନିକଟରେ ଏମସ୍ ଆରପି ସେଣ୍ଟରର ସବୁଠୁ ବଡ଼ ସର୍ଭେକ୍ଷଣରେ ଦେଶର ଚକ୍ଷୁ ଚିକିତ୍ସା ସୁବିଧା ଉପରୁ ପର୍ଦ୍ଦା ହଟାଇଛି।

ସର୍ଭେ ରିପୋର୍ଟରେ କେବଳ ଗ୍ରାମାଞ୍ଚଳ ନୁହେଁ ବରଂ ଦେଶର ରାଜଧାନୀ ଦିଲ୍ଲୀ ଏବଂ ଅନ୍ୟ ବଡ଼ ସହରାଞ୍ଚଳମାନଙ୍କରେ ବହୁ ସଂଖ୍ୟାରେ ଡାକ୍ତର ଅଥବା ଅପ୍ଟୋମେଟ୍ରିଷ୍ଟଙ୍କ ଅଭାବ ଥିବା ଜଣାପଡିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି।ଏମସ୍ ର ଆରପି ସେଣ୍ଟର ଫର ଅପଥେଲମିକ୍ ସାଇନ୍ସେସ ନୂଆଦିଲ୍ଲୀ  ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଅଲ ଇଣ୍ଡିଆ ଅପଥେଲମୋଲଜିକାଲ ସୋସାଇଟି ଓ ଭିଜନ ୨୦୨୦ ଇଣ୍ଡିଆ ସହିତ ମିଶି ଏହି ସର୍ଭେ କରିଥିଲେ।  ୨୦୨୦-୨୧ରେ କରାଯାଇଥିବା ଏହି ସର୍ଭେର ରିପୋର୍ଟ ଏବେ ଉପସ୍ଥାପନା କରାଯାଇଛି। ଏ କ୍ଷେତ୍ରରେ ଭାରତର ଏହା ପ୍ରଥମ ସର୍ଭେକ୍ଷଣ। ଏଥିରେ ଭାରତରେ ଆଖି ଚିକିତ୍ସା ପାଇଁ ଉପଲବ୍ଧ ଭିତ୍ତିଭୂମି ଓ ମାନବ ସମ୍ବଳକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି।

ଏହି ସର୍ଭେକ୍ଷଣ ଆରପି ସେଣ୍ଟରର କମ୍ୟୁନିଟି ଅପଥଲମୋଲଜି  ମୁଖ୍ୟ ଡ. ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ କରାଯାଇଥିଲା। ଏଥିରେ ଦେଶରେ ଥିବା ୯୪୪୦ଟି ସଂସ୍ଥାନ ମଧ୍ୟରୁ  ୭୯୦୧ ଆଇ କେୟାର ସେଣ୍ଟରରେ ଚକ୍ଷୁ ଚିକିତ୍ସା ଲାଗି ଉପଲବ୍ଧ ଭିତ୍ତିଭୂମି, ଡାକ୍ତର ଓ ବିଶେଷଜ୍ଞଙ୍କ ଉପଲବ୍ଧତା ଏବଂ ସୁବିଧାର ପୁରା ତଥ୍ୟ ନିଆଯାଇଛି। ଏହି ସର୍ଭେ ଅନୁସାରେ ଦେଶରେ ଥିବା ଆଇ ହସ୍ପିଟାଲ ମଧ୍ୟରୁ ୭୦%ଆଇ କେୟାର ସେଣ୍ଟର ପ୍ରାଇଭେଟ ବୋଲି ଜଣାପଡିଛି। ମାତ୍ର ୧୫.୬% ସରକାରୀ ଓ ୧୩.୮% ଏନଜିଓଙ୍କ ଦ୍ୱରା ସଞ୍ଚାଳିତ ହେଉଛନ୍ତି।

ସର୍ଭେ ରିପୋର୍ଟ ଅନୁସାରେ ୭୯୦୧ ଆଇ ହସ୍ପିଟାଲ ମଧ୍ୟରୁ ମାତ୍ର ୪୦.୫% ହସ୍ପିଟାଲରେ ଏମାର୍ଜେନ୍ସୀ ଆଇ କେୟାର ସୁବିଧା ମିଳିପାରୁଥିବା ବେଳେ ୫.୭% ହସ୍ପିଟାଲଙ୍କ ଆଇବ୍ୟାଙ୍କ ଥିବା ଜଣାପଡିଛି। ୨୮.୩% ଆଇକେୟାର ସେଣ୍ଟର ରୋଗୀଙ୍କୁ  ଲୋ ଭିଜନ ରିହାବିଲେସନ ସୁବିଧା ଦେଉଛନ୍ତି। ଏଥିରେ ପିଲାଙ୍କ ଆଖି ଅସ୍ତ୍ରୋପଚାର କଥା କୁହାଗଲେ ୨,୧୮୦ ସେଣ୍ଟରରେ ସାଧାରଣ ଏନେସ୍ଥେସିୟା ଦେଇ ସର୍ଜରୀ ସୁବିଧା ମିଳିପାରୁଛି। ଡ. ପ୍ରବୀଣ ବଶିଷ୍ଠଙ୍କ ଅନୁସାରେ ଦେଶରେ ଆଜିବି ଅନ୍ଧତ୍ୱର ବଡ଼ କାରଣ ମୋତିଆ ବିନ୍ଦୁ ଓ ଗ୍ଲୁକୋମା।

ଡ. ବଶିଷ୍ଠଙ୍କ ଅନୁସାରେ ଦିଲ୍ଲୀ ଆଖି ଡାକ୍ତରଙ୍କ ମାମଲାରେ ଦେଶର ହାରାହାରି ଠାରୁ ବେଶ୍ ଭଲ ଅଛି। ଏଠାରେ ପ୍ରତି ୧୮ହଜାର ଲୋକଙ୍କ ପାଇଁ ଜଣେ ଆଇ ସ୍ପେଶାଲିଷ୍ଟ ଉପଲବ୍ଧ ହୋଇ ପାରୁଛନ୍ତି। ତେବେ ଦିଲ୍ଲୀରେ ଅପ୍ଟୋମେଟ୍ରିଷ୍ଟ ବା ଅପଥେଲମିକ୍ ଟେକ୍ନିସିୟାନଙ୍କ ଘୋର ଅଭାବ ରହିଛି। ଅର୍ଥାତ ଦିଲ୍ଲୀରେ ଆଖି ନମ୍ବର ଯାଞ୍ଚ କରିବା ଓ ଚଷମା ତିଆରି କରିବା ଟେକ୍ନିସିୟାନଙ୍କ ଅଭାବ ରହିଛି।