News7 Logo

ଟ୍ରମ୍ପ କୁହନ୍ତୁ କି ନକୁହନ୍ତୁ ମୋଦି ମହାନ , ଭାରତ ନିଜର ବୈଦେଶିକ ନୀତି ନିଜେ ତିଆରି କରେ : ଦେବେନ୍ଦ୍ର ଫଡନବିସ୍

NEWS7
-

ନୂଆଦିଲ୍ଲୀ – ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ ଶନିବାର କହିଛନ୍ତି ଯେ, ଯଦିଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୁହନ୍ତୁ ବା ନକୁହନ୍ତୁ ହେଲେ ବାସ୍ତବିକତା ଏହା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ମହାନ ନେତା। ସେ ଏହାସହ କହିଛନ୍ତି ଯେ, ଭାରତ ନିଜର ବୈଦେଶିକ ନୀତି ନିଜେ ତିଆରି କରିଛି ,ଯାହାକୁ ଆଉ କୌଣସି ଦେଶ ନିର୍ଦ୍ଧାରଣ କରି ପାରିବ ନାହିଁ।

ଫଡନବିସ୍‌ଙ୍କର ଏହି ବୟାନ ଟ୍ରମ୍ପଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ପରେ ଆସିଛି। ଟ୍ରମ୍ପ ଶୁକ୍ରବାର କହିଥିଲେ ମୁଁ ସର୍ବଦା ( ନରେନ୍ଦ୍ର) ମୋଦିଙ୍କର ବନ୍ଧୁ ଭାବେ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ। ସେ ମହାନ। କିନ୍ତୁ ଏହି ସମୟରେ ସେ ଯାହା କରୁଛନ୍ତି , ମୋତେ ତାହା ପସନ୍ଦ ଆସୁ ନାହିଁ।

ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ସାମଗ୍ରୀ ଗୁଡ଼ିକ ଉପରେ ଶୁଳ୍କକୁ ଦୁଇଗୁଣ କରି ୫୦ ପ୍ରତିଶତ କରିଦିଆ ଯିବା ପରେ, ଭାରତ ଓ ଆମେରିକା ମଧ୍ୟରେ ସମ୍ୱନ୍ଧରେ ଖୁବ୍‌ ହ୍ରାସ ଘଟିଛି। ଆମେରିକା ଦ୍ୱାରା ଲଗାଯାଇ ଥିବା ଶୁଳ୍କରେ ଭାରତ ଦ୍ୱାରା ରୁଷୀୟ ଅଶୋଧିତ ତୈଳର କ୍ରୟ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ମଧ୍ୟ ସାମିଲ ଅଛି। ଭାରତ ଆମେରିକୀୟ କାର୍ଯ୍ୟାନୁଷ୍ଠାନକୁ “ ଅନୁଚିତ , ଅନ୍ୟାୟପୂର୍ଣ୍ଣ ଓ ବିବେକହୀନ” ଭାବେ କହିଛନ୍ତି।

ଫଡନବିସ ଆମେରିକୀୟ ରାଷ୍ଟ୍ରପତିଙ୍କ ବିବୃତ୍ତି ବିଷୟରେ ପଚରାଯିବାରୁ କହିଛନ୍ତି , ଟ୍ରମ୍ପ କୁହନ୍ତୁ ବା ନକୁହନ୍ତୁ , ପ୍ରଧାନମନ୍ତ୍ରୀ ମୋଦି ମହାନ। ସବୁ ବିଶ୍ୱ ନେତାମାନେ ତାଙ୍କୁ ମହାନ ନେତା ଭାବେ ମନେକରନ୍ତି। ଏହି ସମୟରେ ଆମେରିକାର ଆଭିମୁଖ୍ୟ ଏହା ଯେ, ...କିଛି ଲୋକ ଆମର ପ୍ରଶଂସା କରନ୍ତି ଏବଂ କିଛି ଆମକୁ ନିଚ୍ଚ ଦେଖାଇବାରୁ ଚେଷ୍ଟା କରନ୍ତି। କିନ୍ତୁ ଏହା ଏକ ନୂଆ ଭାରତ ... ମୋଦିଜୀଙ୍କର ଭାରତ। ଆମେ ନିଜର ବୈଦେଶିକ ନୀତି ନିଜେ ସ୍ଥିର କରିଥାଉ ଏବଂ କେହି ବି ଆମକୁ ନିର୍ଦ୍ଦେଶ ଦେଇ ପାରିବ ନାହିଁ।

ସେ କହିଛନ୍ତି , ବିକଶିତ ଭାରତ ହେବା ଦିଗରେ ଦେଶର ପ୍ରୟାସ ଜାରି ରହିଛି। ଫଡନବିସ୍‌ ଦକ୍ଷିଣ ମୁମ୍ୱାଇ ସ୍ଥିତ ନିଜର ସରକାରୀ ବାସଭବନ ‘ବର୍ଷା’ରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତୀକୁ ସେଠାରେ ଏକ କୃତ୍ରିମ ପୋଖରୀରେ ବିସର୍ଜିତ କରିବା ପରେ  ସାମ୍ୱାଦିକଙ୍କ ସହ କଥା ହୋଇ ଥିଲେ