ଆମେରିକାରେ ଭୟଙ୍କର ଟର୍ଣ୍ଣାଡୋ; ଦୁଇଟି ପ୍ରଦେଶରେ ୫ ମୃତ, ଶତାଧିକ ଆହତ

Published By : Prameya-News7 Bureau | April 30, 2024 IST

ୱାଶିଂଟନ୍‌,୩୦/୦୪: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଘଡ଼ । ଆୟୋବା ଓ ଓକ୍ଲାହୋମା ରାଜ୍ୟରେ ଗତ ଦୁଇ ଦିନରେ ୩୫ରୁ ଅଧିକ ଘୂର୍ଣ୍ଣିବାତ୍ୟା ଆସିଛି। ୱାଶିଂଟନ୍‌ ପୋଷ୍ଟ୍‌ ଅନୁସାରେ, ଘୂର୍ଣ୍ଣିବାତ୍ୟା  ଯୋଗୁ ଜଣେ ନବଜାତକ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ପ୍ରାକୃତିକ ବିପର୍ଯ୍ୟୟରେ ଶତାଧିକ ଲୋକ ଆହତ ହୋଇଛନ୍ତି। କେବଳ ସଲ୍‌ଫର ସହରରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ଏଠାରେ ଅଧିକାଂଶ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଏବଂ ୫୦୦୦ରୁ ଅଧିକ ଲୋକ ବାସହରା ହୋଇଛନ୍ତି । ଆୟୋବା ଓ ଓକ୍ଲାହୋମାରେ ଘୂର୍ଣ୍ଣିବାତ୍ୟା ଯୋଗୁ ୫୦୦ରୁ ଅଧିକ ଘର ମାଟିରେ ଲୋଟିପଡ଼ିଛି ।

ଓକ୍ଲାହୋମାର ଗଭର୍ନର କେଭିନ ଷ୍ଟିଟ୍‌ କହିଛନ୍ତି, ପୂରା ସହର ନଷ୍ଟ ହୋଇଯାଇଛି । ଲୋକଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି । ୨୦ ହଜାରରୁ ଅଧିକ ଘରେ ବିଦ୍ୟୁତ୍ ସରବରାହ ଚ୍ଛିନ୍ନ ହୋଇଛି । ଗତ ଶୁକ୍ରବାର ୮୮ଟି ଘୂର୍ଣ୍ଣିବାତ୍ୟା ହୋଇଥିବାବେଳେ ଶନିବାର ଓ ରବିବାର ୩୫ଟି ଘୂର୍ଣ୍ଣିବାତ୍ୟା ହୋଇଥିବା ରେକର୍ଡ କରାଯାଇଛି । ରାଷ୍ଟ୍ରପତି ଜୋ ବାଇଡେନ ଓକ୍ଲାହୋମା ଗଭର୍ନରଙ୍କୁ  ସାହାଯ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଓକ୍ଲାହୋମାର ପାଣିପାଗ ବିଭାଗ ଗତ ରବିବାର ୨୫୦ ଘୂର୍ଣ୍ଣିବାତ୍ୟା ଓ ୪୯୪ ଭୟଙ୍କର ବାତ୍ୟାର ଚେତାବନୀ ଜାରି କରିଥିଲା । 

 

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.