ଦକ୍ଷିଣ ଭାରତର ରେଷ୍ଟୁରାଣ୍ଟରେ ଦୋସାକୁ କହିଲେ ବାଏ-ବାଏ, ଏବେ ସାଣ୍ଡୱିଚ୍‌କୁ କଲେ Hello-Hi

NEWS7
desh-ki-beti-ujma-ahmad-going-to-start-a-new-life-after-2-years-of-returning-from-pakistan

ନୂଆଦିଲ୍ଲୀ ୧୨।୦୩; ଦାସା, ଇଡଲି ଓ ବରା ପାଇଁ ଦକ୍ଷିଣ ଭାରତ ପ୍ରସିଦ୍ଧ । ସେଠାରେ ଯେକୌଣସି ଛୋଟ-ବଡ଼ ସହର କିମ୍ବା ଗଳିକୁ ଗଲେ, ବା ରେସ୍ତୋରାଁଠୁ ଆରମ୍ଭ କରି ରାସ୍ତାକଡ଼ ଠେଲାରେ ଏହି ବ୍ୟଞ୍ଜନ ମିଳିଯିବ । କିନ୍ତୁ ଏଲ୍ପିଜି ସିଲିଣ୍ଡର ସଙ୍କଟ ଯୋଗୁ ରେସ୍ତୋରାଁଗୁଡ଼ିକରୁ ଏହି ବ୍ୟଞ୍ଜନ ଉଭାନ୍ ହୋଇଯାଉଛି । ଏହା ବଦଳରେ ପାଉଁରୁଟି କିମ୍ବା ବ୍ରେଡ୍ରେ ପ୍ରସ୍ତୁତ ବ୍ୟଞ୍ଜନ ମିଳୁଛି ।

ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁର ଅନେକ ଶୀର୍ଷ ରେସ୍ତୋରାଁ ଏଲ୍ପିଜି ସିଲିଣ୍ଡର ସଙ୍କଟ ମଧ୍ୟରେ ଏକ ଭଲ ବିକଳ୍ପ ଆପଣେଇଛନ୍ତି । ଏମାନେ ବରା ଓ ଦୋସା ଭଳି ବ୍ୟଞ୍ଜନକୁ ମେନ୍ୟୁରୁ ହଟାଇ ଦେଇଛନ୍ତି । ସାଣ୍ଡୱିଚ୍ ଓ ପାଉଁରୁଟିରୁ ପ୍ରସ୍ତୁତ ବ୍ୟଞ୍ଜନକୁ ପ୍ରୋତ୍ସାହନ ଦେଉଛନ୍ତି, ଯାହାର ପ୍ରସ୍ତୁତିରେ ଗ୍ୟାସ୍ ସିଲିଣ୍ଡର ଆବଶ୍ୟକ ହେବ ନାହିଁ । ବେଙ୍ଗାଲୁରୁର ହୃତ୍ପିଣ୍ଡ ଭାବେ ପ୍ରସିଦ୍ଧ ମଜେଷ୍ଟିକ୍ ଏରିଆର ଗାନ୍ଧିନଗରରେ ଏକ ପ୍ରସିଦ୍ଧ ରେସ୍ତୋରାଁ ରହିଛି । ଏହାର ପ୍ରବେଶ ଦ୍ୱାରରେ ଏକ ସୂଚନା ଫଳକ ରହିଛି । ଏଥିରେ ଉଲ୍ଲେଖ ହୋଇଛି- ପ୍ରିୟ ଗ୍ରାହକ, ଉପସାଗରୀୟ ଦେଶରେ ସଙ୍କଟ ଯୋଗୁ ସମଗ୍ର ସହରରେ ଗ୍ୟାସ୍ ଉପଲବ୍ଧରେ ବାଧା ଉପୁଜୁଛି ।

ସେଥିପାଇଁ ଏହି ସମୟରେ ଆପଣଙ୍କୁ ପୂରା ମେନ୍ୟୁ ମିଳିବ ନାହିଁ । ଏଥିପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ ଏବଂ ଆପଣଙ୍କ ସହଯୋଗ ଆଶା କରୁଛୁ । ଏହି ସ୍ଥିତିରେ କିଛି ରେସ୍ତୋରାଁରେ ଗ୍ୟାସ୍ ଭାଟି ବଦଳରେ ପ୍ଲାଇଉଡ୍ ଓ କାଠରେ ଜଳୁଥିବା ଭାଟି ଦେଖିବାକୁ ମିଳୁଛି । ଏହି ଇନ୍ଧନ ସୀମିତ ହୋଇଥିବାରୁ ନିଆଁ କମ୍ ଆବଶ୍ୟକ କରୁଥିବା ବ୍ୟଞ୍ଜନକୁ ଗ୍ୟାସ୍ରେ ପ୍ରସ୍ତୁତ କରାଯାଉଛି । ପାଉଁରୁଟିରେ ପ୍ରସ୍ତୁତ ବ୍ୟଞ୍ଜନ ସବୁଠି ଉପଲବ୍ଧ ହେଉଛି । କିଛି ରେସ୍ତୋରାଁ ତନ୍ଦୁର ବ୍ୟଞ୍ଜନକୁ ପ୍ରାଥମିକତା ଦେଉଛନ୍ତି ।

ଅଧିକ ପ