LIVE TV

ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନଓ୍ୱାଡ଼ି, ଗର୍ଭବତୀ ମହିଳାଙ୍କୁ ତୁରନ୍ତ ମେଡିକାଲକୁ ଆଣନ୍ତୁ- ଉପମୁଖ୍ୟମନ୍ତ୍ରୀ

NEWS7
deputy cm

ଭୁବନେଶ୍ୱର ୨୬।୧୦ : ଆସୁଛି ବାତ୍ୟା ‘ମୋନ୍ଥା’ । ତାପୂର୍ବରୁ ଆଗୁଆ ସଜାଗ ରହିଛି ପ୍ରଶାସନ । ଲ୍ୟାଣ୍ଡଫଲ ପୂର୍ବରୁ ବିଭିନ୍ନ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଏହିକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ବୟାନ ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଅଞ୍ଚଳରେ ବନ୍ଦ ରହିବ ଅଙ୍ଗନଓ୍ୱାଡ଼ି। ଗର୍ଭପାତର ନିର୍ଦ୍ଧାରିତ ସମୟ ଅନୁସାରେ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସବୁ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନଙ୍କ ଏହି ଦାୟିତ୍ୱ ଦିଆଯାଇଛି । ବିଭାଗ ତରଫରୁ ସବୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସରକାର ଆପଣଙ୍କ ସହ ଅଛନ୍ତି। ବ୍ୟସ୍ତ ହୁଅନ୍ତୁ ନାହିଁ, ରାଜ୍ୟ ସରକାର ପୁରା ସଜାଗ ରହିଛନ୍ତି ।