ମଥାରେ ସିନ୍ଦୂର, ଲାଲ ରଙ୍ଗର ସୁଟ୍‌ ସହ ବେବି ବମ୍ପ: ଅନନ୍ତଙ୍କ ବିବାହରେ ଛାଇଗଲେ ମସ୍ତାନୀ

Published By : Prameya-News7 Bureau | July 13, 2024 IST

ମୁମ୍ୱାଇ ୧୩/୦୭: ଅନନ୍ତ ଅମ୍ୱାନୀ ବିବାହରେ ରଣବୀର ସିଂହ ଖୁବ୍ ଧୂମ ମଚାଇଛନ୍ତି । ଏହାରି ଭିତରେ ଦୀପିକା ପାଦୁକୋନ ବି ସାମିଲ ହୋଇଥିଲେ । ବହୁ ଚର୍ଚ୍ଚିତ ବିବାହ ଉତ୍ସବରେ ଜବରଦସ୍ତ ଏଣ୍ଟ୍ରି ମାରିଥିଲେ ମସ୍ତାନୀ ଗାର୍ଲ । ତାଙ୍କର ସୌନ୍ଦର୍ଯ୍ୟ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ବି ହୋଇପଡିଥିଲେ ତାଟକା । 

ରେଡ୍ ଓ ଗୋଲଡେନ୍ ସୁଟ୍, ରେଡ୍ ଚୋକର, ହେବି ଇୟର ରିଙ୍ଗ ପିନ୍ଧିଥିଲେ ଦୀପିକା । ତେବେ ସବୁଠୁ ଖାସ୍ ଥିଲା ମଥାରେ ସିନ୍ଦୂର । ଯାହା ସୌନ୍ଦର୍ଯ୍ୟରେ ଲଗାଇଦେଇଥିଲା ଚାର୍‌ଚାନ୍ଦ୍ । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେବି ବେବି ବମ୍ପ ସହ କାଜୁଆଲ ଲୁକ୍‌କ୍ ଅନେକ ପସନ୍ତ କରିଥିଲେ ଦର୍ଶକ । ଅତିଥୀ ଗହଣରେ ଦୀପିକା ଏମିତି ଦେଖାଯାଉଥିଲେ କି, ଯେ କେହି ଦେଖିଲେ ଘଡିଏ ଅନାଉଥିଲେ । ଅଭିନେତ୍ରୀ ତାଙ୍କ କେଶରେ ଗଜରା ଲଗାଇ ରିସ୍‌ପେସନ ଅନ୍ଦାଜରେ ଆସିଥିଲେ ନଜର । 

ଏହାରି ଭିତରେ ଦୀପିକା ସୁପରଷ୍ଟାର ରଜନୀକାନ୍ତ ଓ ତାଙ୍କ ପତ୍ନୀଙ୍କୁ ସାକ୍ଷାତ କରିଥିଲେ । ଭେନ୍ୟୁରେ ଦୀପିକା ପାଦୁକୋନଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ସେ ନିଜର ବେବି ବମ୍ପକୁ ବି ସମ୍ଭାଳୁଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ଦୀପିକାଙ୍କ ମୁହଁରେ ପ୍ରେଗନେନ୍ସି ଗ୍ଲୋ କରୁଥିବା ନଜର ଆସିଥିଲା । 

ଅଭିନେତ୍ରୀ ଲୋକଙ୍କ ସହ କଥାବାର୍ତ୍ତା କରିବା ସହ ବେଶ୍ ହସୁଥିଲେ । ଏହି ହସ୍ ତାଙ୍କର ସୌନ୍ଦର୍ଯ୍ୟକୁ କରିଥିଲା ଡବଲ । ଦୀପିକା ପାଦୁକୋନ ପିନ୍ଧିଥିବା ସୁଟ୍‌ର ଦାମ୍ ଥିଲା ୧୯୯.୫୦୦ ଟଙ୍କା । ଯାହାକୁ ଡିଜାଇନ କରିଥିଲେ ତୌରାନୀ ଇଣ୍ଡିଆ । କହିବାକୁ ଗଲେ ଦୀପିକାଙ୍କ ସ୍ୱାମୀ ରଣଭୀର ସିଂ ବହୁ ପୂର୍ବରୁ ବିବାହ ଉତ୍ସବକୁ ଚାଲିଆସିଥିଲେ । ପରେ ଆସିଥିଲେ ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.