ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣା : ଦେବାଶିଷ ସାମନ୍ତରାୟ କହିଲେ ମୁଖ୍ୟମନ୍ତ୍ରୀ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେବା ଆବଶ୍ୟକ

Published By : Prameya-News7 Bureau | April 15, 2025 IST

କଟକ : ପାଟଣାଗଡ଼ରେ ଦୁର୍ବୃତ୍ତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଦେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ସାଂସଦ ଦେବାଶିଷ ସାମନ୍ତରାୟ । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କଲେ ଦେବାଶିଷ । ଯେହେତୁ ପାଟଣାଗଡ଼ ହେଉଛି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନମଣ୍ଡଳୀ, ତେଣୁ ଉପମୁଖ୍ୟମନ୍ତ୍ରୀ ଏଭଳି ଘଟଣା ଉପରେ ପ୍ରତିକ୍ରିୟା ରଖିବା ଆବଶ୍ୟକ ବୋଲି ଦେବାଶିଷ କହିଛନ୍ତି । 

ଦେବାଶିଷଙ୍କ କହିବା ଅନୁସାରେ ଯେଉଁ ଜନନେତା ଭୂମିପୁତ୍ର ଉପାଧି ପାଇଛନ୍ତି, ଯାହାଙ୍କ ମୃତ ଶରୀର ଉପରେ ତିନୋଟି ଦେଶର ଜାତୀୟ ପତାକା ରଖାଯାଇଥିଲା, ଯିଏ କାଶ୍ମୀର ଲଢେଇରେ ଭାରତୀୟ ସୈନ୍ୟ ବାହିନୀକୁ ସହାୟତା କରି ଅଦମ୍ୟ ସାହସର ପରିଚୟ ଦେଇଥିଲେ, ତାଙ୍କ ପ୍ରତିମୂର୍ତ୍ତି ଜାଳିଦେବା କେବଳ ଓଡ଼ିଶା ନୁହଁ ଭାରତ ତଥା ଋଷ ଓ ଇଣ୍ଡୋନେସିଆ ଭଳି ମିତ୍ର ଦେଶ ମାନଙ୍କ ପ୍ରତି ମଧ୍ୟ ଅପମାନ ବୋଲି ଦେବାଶିଷ କହିଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି । 

You Can Read:

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ ୪ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.