LIVE TV

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବୋହୂ, ଶ୍ୱଶୁର ଏବଂ ଶାଶୁ ଏବେ ବି ଗୁରୁତର

NEWS7
kpt

ଲମତାପୁଟ ୨୭।୦୯ : ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବୋହୂ । ଗ୍ୟାସ୍‌ ଟାଙ୍କି ଫାଟି ଶାଶୁ ଓ ବୋହୂ ଗୁରୁତର ହୋଇଥିଲେ । ଏବେ ଚିକିତ୍ସାଧୀନ ଅବସ୍ଥାରେ ବୋହୂଙ୍କର ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ବୁଲାବିର ପଞ୍ଚାୟତ ବାଞ୍ଚଲାପୁଟ ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଗତ ୧୯ ତାରିଖରେ ଶାଶୁ-ବୋହୂ ରୋଷେଇ ଘରେ ଥିବା ସମୟରେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ଫାଟିଥିଲା। ଯାହାଫଳରେ ଉଭୟ ଗୁରୁତର ହୋଇଥିଲେ ।  ଶ୍ୱଶୁର ମଧ୍ୟ ଗୁରୁତର ହୋଇଥିଲେ । ଏହାପରେ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଶନିବାର ସକାଳୁ ବୋହୂ ବୁଦ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ବାକି ଶ୍ୱଶୁର ଓ ଶାଶୁଙ୍କ ଚିକିତ୍ସା ଜାରି ରହିଛି ।  ​​​​​​​