ବ୍ରହ୍ମପୁର ୫।୧୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ କ୍ରାଇମ୍ ସ୍ପଟ୍‌ରେ ଦୁଇ ହତ୍ୟାକାରୀଙ୍କୁ ଧରି କ୍ରାଇମ୍ ସିମ୍ ରିକ୍ରିଏସନ କରାଲା ପୋଲିସ । କେମିତି କରିଥିଲେ ହତ୍ୟା ଦେଖାଇଲେ ଡେମୋ ଏହାରି ଭିତରେ ପୋଲିସ ବହୁ ତଥ୍ୟ ଓଗାଳିଛି

ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଦୁଇ ଦିନିଆ ପୋଲିସ ରିମାଣ୍ଡରେ ହତ୍ୟାକାରୀ ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଥିଲା । ୭ ଦିନ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା । ଦୁଇ ଦିନ ରିମାଣ୍ଡ ଅନୁମତି ମିଳିବା ପରେ ଜଣଙ୍କୁ ଆଣି ଅଧିକ ତଦନ୍ତ କରିଛି ପୋଲିସ । ଏସବୁ ଭିତରେ ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ପୋଲିସ କ୍ରାଇମ୍‌ ସ୍ପଟକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଛି କେଉଁ ବାଇକ୍‌ରେ କେମିତି ଆସିଥିଲେ, କିଭଳି ହତ୍ୟା କରିଲେ ସେ ନେଇ ଦେଖାଇଥିଲେ ଡେମୋ ପ୍ରଥମେ ନମସ୍କାର, ପରେ ଅତି ନିକଟରୁ ଗୁଳି କରିଥିବା ନେଇ ଡେମୋ ମାଧ୍ୟମରେ ପୋଲିସକୁ ଦେଖାଇଥିଲେ କିଏ କେତେ ଟଙ୍କା ହତ୍ୟା ପାଇଁ ଡିଲ୍ କରିଥିଲେ ଏସବୁ ତଥ୍ୟ ପୋଲିସ ଓଗାଳିଥିବା ଜଣାପଡିଛି

ସେପଟେ ୬ ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରୁଛି   ଉମା ବିଷୋୟୀକୁରୁପତି ଭୂୟାଁ ମଦନ ଦଳେଇ, ମଳୟ ବିଷୋୟୀ, ଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ ଜଣଙ୍କୁ ରିମାଣ୍ଡରେ ନେଇଥିବା ସରକାରୀ ଓକିଲ କହିଛନ୍ତି । ପୋଲିସ ମୁହାଁମୁହିଁ ଜେରା କରିଥିବା ଜଣାପଡିଛି । ପୋଲିସ ବହୁ ଗୁମର ଖୋଲିଥିବା ପରିବାର ଲୋକେ ଆଶା ରଖିଥିବା କହିଛନ୍ତି । ପୋଲିସ କ୍ରାଇମ୍ ସ୍ପଟ୍‌କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି ତେବେ ହତ୍ୟାକାଣ୍ଡ ପ୍ତାହିକ ପୂର୍ବରୁ ପୁତୁରାଙ୍କ ମୋବାଇଲ୍ ଫୋନ୍‌କୁ ଦୁଇ ଥର ଧମକପୂର୍ଣ୍ଣ ଫୋନ୍ ଆସିଥିଲା ଏ ନେଇ ପୋଲିସକୁ ଜଣାଇଥିଲୁ ବୋଲି ପୀତବାସଙ୍କ ଭାଇ କହିଛନ୍ତି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ପୋଲିସ ଅନ୍ୟ କେତେକଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି