ICC ODI rankings: ନମ୍ବର ୱାନ୍ ବ୍ୟାଟର ନୁହଁନ୍ତି ବିରାଟ, କିଂ କୋହଲିଙ୍କୁ ପଛରେ ପକାଇ ଶୀର୍ଷରେ ଡାରିଲ ମିଚେଲ

NEWS7
covaxins-booster-dose-will-protect-against-coronavirus

ନୂଆଦିଲ୍ଲୀ: ICC ODI rankings: ଆଇସିସି ଦିନିକିଆ ବ୍ୟାଟର ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରୁ ହଟିଲେ ବିରାଟ କୋହଲି। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜି ୧-୨ରେ ହାରିବା ପରେ ରାଙ୍କିଙ୍ଗରେ ଏହି ପରିବର୍ତ୍ତନ ହୋଇଛି। ବିରାଟଙ୍କ ଜାଗାରେ ଶୀର୍ଷ ସ୍ଥାନକୁ ଉନ୍ନିତ ହୋଇଛନ୍ତି ନ୍ୟୁଜିଲାଣ୍ଡ ବ୍ୟାଟର ଡାରିଲ ମିଚେଲ୍। ଭାରତ ବିପକ୍ଷ ଦିନିକିଆ ସିରିଜରେ ମିଚେଲଙ୍କ ମ୍ୟାଚ୍ ୱିନିଂ ଇନିଂସ୍ ପାଇଁ ତାଙ୍କ ରାଙ୍କିଙ୍ଗରେ ଉନ୍ନତି ହୋଇଛି।

ଯଦିଓ ବିରାଟଙ୍କ ରାଙ୍କିଙ୍ଗରେ ୧୦ ପଏଣ୍ଟ ଉନ୍ନତ ହୋଇଛି, ତେବେ ଭାରତ ବିରୁଦ୍ଧରେ ଦିନିକିଆ ସିରିଜର ଶେଷ ମ୍ୟାଚରେ ମିଚେଲଙ୍କ ଜବରଦସ୍ତ ପ୍ରଦର୍ଶନ ପାଇଁ ରାଙ୍କିଙ୍ଗରେ ଏକ ବଡ଼ ବୃଦ୍ଧି ହୋଇଛି। ମିଚେଲ ୭୮୪ ପଏଣ୍ଟ ବୃଦ୍ଧି ସହ ୮୪୫ ପଏଣ୍ଟ ପାଇଛନ୍ତି। ଗତ ସପ୍ତାହରେ ବିରାଟ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିବାରୁ ସେ ଆଇସିସି ରାଙ୍କିଙ୍ଗରେ ଉପରକୁ ଉଠିଥିଲା। ତାଙ୍କ ଠାରୁ ଗୋଟିଏ ପଏଣ୍ଟ କମ ପାଇଁ ତଳେ ଥିଲେ ମିଚେଲ। ହେଲେ ଶେଷ ମ୍ୟାଚରେ ତାଙ୍କର ପ୍ରଦର୍ଶନ ତାଙ୍କୁ ଟପରେ ପହଞ୍ଚାଇଛି।

ନ୍ୟୁଜିଲାଣ୍ଡର ଐତିହାସିକ ବିଜୟ ପରେ ମିଚେଲ ପ୍ଲେୟାର ଅଫ୍ ଦ ସିରିଜ ହୋଇଥିଲେ। ସେ ତିନୋଟି ଇନିଂସରୁ ୧୭୬ ହାରରେ ୩୫୨ ରନ କରି ସର୍ବାଧିକ ରନ ସ୍କୋରର ହୋଇଥିଲେ। ସେଥିରେ ଦୁଇଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତ ଥିଲା।

ମିଚେଲ ଏବଂ କୋହଲିଙ୍କ ପଛକୁ ଆଫଗାନିସ୍ତାନର ଇବ୍ରାହିମ ଜାଦରାନ (୭୬୪ ରାଙ୍କିଂ ପଏଣ୍ଟ) ସହ ତୃତୀୟ ସ୍ଥାନରେ ଅଛନ୍ତି। ପୂର୍ବରୁ ଏହି ସ୍ଥାନରେ ଭାରତର ରୋହିତ ଶର୍ମା ଥିଲା। ରୋହିତ ବର୍ତ୍ତମାନ (୭୫୭ ପଏଣ୍ଟ) ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ସିରିଜରେ ଦୁର୍ବଳ ପ୍ରଦର୍ଶନ ପରେ ରୋହିତ ଦିନିକିଆ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନକୁ ଖସିଯାଇଛନ୍ତି।

ଶୀର୍ଷ-୧୦ରେ କେଏଲ୍ ରାହୁଲ

ସଦ୍ୟତମ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଂରେ କେଏଲ୍ ରାହୁଲ କିନ୍ତୁ ଶୀର୍ଷ-୧୦କୁ ଫେରିଛନ୍ତି। ତାଙ୍କ ପଛକୁ ଶ୍ରେୟସ ଆୟର ୧୧ ନମ୍ବରରେ ଅଛନ୍ତି। ଅନ୍ୟପଟେ ଯେତେବେଳେ ଶୁଭମନ ଗିଲ ୫ ନମ୍ବର ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ ଯୋଗୁ ରାହୁଲଙ୍କ ରାଙ୍କିଙ୍ଗରେ ସୁଧାର ଆସିଛି। ୩୨ ବର୍ଷୀୟ ଖେଳାଳି ସିରିଜର ପ୍ରଥମ ମ୍ୟାଚରେ ଅପରାଜିତ ଇନିଂଲ ଖେଳି ଭାରତକୁ ମ୍ୟାଚ୍ ଜିତାଇଥିଲେ। ଦ୍ୱିତୀୟ ମ୍ୟାଚରେ ବି ଚମତ୍କାର ଶତକ ହାସଲ କରିଥିଲେ। ଏଥିରେ ସେ ୧୧ ଚୌକା ଏବଂ ଗୋଟିଏ ଛକା ମାରି ୧୧୨ ରନ୍ କରି ଅପରାଜିତ ରହିଥିଲେ। ତେବେ ଅନ୍ତିମ ମ୍ୟାଚରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ ରାହୁଲ। ସେ ମାତ୍ର ଗୋଟିଏ ରନ କରି ଆଉଟ୍ ହୋଇଥିଲେ।

ଆଇସିସିଦିନିକିଆ ବ୍ୟାଟର ରାଙ୍କିଙ୍ଗରେ କିଏ କେଉଁଠି?

୧. ଡାରିଲ୍ ମିଚେଲ୍ (ନ୍ୟୁଜିଲାଣ୍ଡ) — ରେଟିଂ ପଏଣ୍ଟ: ୮୪୫
୨. ବିରାଟ କୋହଲି (ଭାରତ) — ରେଟିଂ ପଏଣ୍ଟ: ୭୯୫
୩. ଇବ୍ରାହିମ୍ ଜାଦରାନ୍ (ଆଫଗାନିସ୍ତାନ) — ରେଟିଂ ପଏଣ୍ଟ: ୭୬୪
୪. ରୋହିତ ଶର୍ମା (ଭାରତ) — ରେଟିଂ ପଏଣ୍ଟ: ୭୫୭
୫. ଶୁଭମନ ଗିଲ୍ (ଭାରତ) — ରେଟିଂ ପଏଣ୍ଟ: ୭୨୩
୬. ବାବର ଆଜମ୍ (ପାକିସ୍ତାନ) — ରେଟିଂ ପଏଣ୍ଟ: ୭୨୨
୭. ହ୍ୟାରି ଟେକ୍ଟର (ଆୟାରଲ୍ୟାଣ୍ଡ) — ରେଟିଂ ପଏଣ୍ଟ: ୭୦୮
୮. ଶାଇ ହୋପ୍ (ୱେଷ୍ଟଇଣ୍ଡିଜ୍) — ରେଟିଂ ପଏଣ୍ଟ: ୭୦୧
୯. ଚରିଥ୍ ଅସଲାଙ୍କା (ଶ୍ରୀଲଙ୍କା) — ରେଟିଂ ପଏଣ୍ଟ: ୬୯୦
୧୦. କେଏଲ୍ ରାହୁଲ (ଭାରତ) — ରେଟିଂ ପଏଣ୍ଟ: ୬୭୦
୧୧. ଶ୍ରେୟସ ଆୟର (ଭାରତ) — ରେଟିଂ ପଏଣ୍ଟ: ୬୫୬
୧୨. ଟ୍ରାଭିସ୍ ହେଡ୍ (ଅଷ୍ଟ୍ରେଲିଆ) — ରେଟିଂ ପଏଣ୍ଟ: ୬୫୩
୧୩. କ୍ୱିଣ୍ଟନ୍ ଡି କକ୍ (ଦକ୍ଷିଣ ଆଫ୍ରିକା) — ରେଟିଂ ପଏଣ୍ଟ: ୬୪୬
୧୪. ପାଥୁମ୍ ନିସଙ୍କା (ଶ୍ରୀଲଙ୍କା) – ରେଟିଂ ପଏଣ୍ଟ: ୬୩୯
୧୫. କୁସାଲ୍ ମେଣ୍ଡିସ୍ (ଶ୍ରୀଲଙ୍କା) - ରେଟିଂ ପଏଣ୍ଟ: ୬୩୮