Live Live
LIVE

ଅଭାବନୀୟ ଘଟଣା, ଗୁଳି କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

NEWS7
couple-books-an-entire-plane-to-travel-with-family-for-wedding

କନ୍ଧମାଳ ୧୦।୦୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଘଟଣା । ଗୁଳି କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଏହାସହିତ ଏହି ଗୁଳିମାଡ଼ରେ ଜଣେ ଗ୍ରାମବାସୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତକୁ ଅଟକ ରଖି ଜେରା କରୁଛି ପୋଲିସ ।

ଏ ଖବର ବି ପଢନ୍ତୁ:-ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ, ପାଣି ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ

ଖବର ଅନୁଯାୟୀ, ମଙ୍ଗଳବାର ସକାଳେ ଗୋଚ୍ଛାପଡା ଥାନା କଟାପାଙ୍ଗା ଗାଁର ନରୋତ୍ତମ ବେହେରା ଓ ତାଙ୍କ ସ୍ତ୍ରୀ ସୁଚିତ୍ରା କୌଣସି କାମରେ ଫିରିଙ୍ଗିଆ ଯାଉଥିଲେ। ସକାଳ ପ୍ରାୟ ୯ଟା ବେଳେ ବଗାରିମୁଣ୍ଡା ଛକ ନିକଟରେ କ୍ରାଣ୍ଡିବାଲି ପଞ୍ଚାୟତ ସରୁପଡା ଗ୍ରାମର ବିରଞ୍ଚି ବେହେରା ପଛରୁ ଆସି ଏକ ଦେଶୀ ବନ୍ଧୁକରେ ନରୋତ୍ତମଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ତାଙ୍କର ଗୋଡ, ଜଙ୍ଘ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଏହାପରେ ବିରଞ୍ଚି ନିଜ ଘରକୁ ଯାଇ ସ୍ତ୍ରୀ ଲିଲି ବେହେରାଙ୍କୁ ଗୁଳି କରିଥିଲେ। ଫଳରେ ଘଟଣା ସ୍ଥଳରେ ଲିଲିଙ୍କ ମୃତ୍ୟୁ ହୋଇ ଯାଇଥିଲା। ନରୋତ୍ତମ ବର୍ତ୍ତମାନ ଗୋଚ୍ଛାପଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ନରୋତ୍ତମଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଛି। ଏପଟେ ବିରଞ୍ଚିଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ସଞ୍ଜିତ ବେହେରା ସୂଚନା ଦେଇଛନ୍ତି।

ଏ ଖବର ବି ପଢନ୍ତୁ:- ବନ୍ଦ ଘରେ ସ୍ୱାମୀର ମୃତଦେହ, ୪ ଦିନ ଧରି ଜଗିଛି ସ୍ତ୍ରୀ

ଟଙ୍କା ଦେଣନେଣକୁ ନେଇ ବିରଞ୍ଚି ଓ ନରୋତ୍ତମଙ୍କ ମଧ୍ୟରେ ପୂର୍ବରୁ ମନାନ୍ତର ରହିଥିବା କୁହାଯାଉଛି। ତେବେ ସ୍ତ୍ରୀଙ୍କୁ ସେ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ଜଣା ପଡିନାହିଁ। ଗୋଚ୍ଛାପଡା ପୁଲିସ ତଦନ୍ତ ଜାରି ରଖିଛି।