ନିଜ ନାଗରିକଙ୍କୁ ଆମେରିକାର ପରାମର୍ଶ, କାମ ଥିଲେ ବି ଏହି ୨୧ ଦେଶକୁ ଯାଅନାହିଁ

NEWS7
corona-case-in-india-60

ନୂଆଦିଲ୍ଲୀ: ବିଶ୍ବରେ ଏବେ ସ୍ଥିତି ବିଗିଡ଼ିବାରେ ଲାଗିଛି । ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଆଶଙ୍କା ଘନୀଭୂତ ହେବାରେ ଲାଗିଛି । ଏହାରି ମଧ୍ୟରେ, ଆମେରିକାର ଯାତ୍ରା ସମ୍ବନ୍ଧୀୟ ନିର୍ଦ୍ଦେଶାନାମାକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି । ଗୁରୁବାର (ଜାନୁଆରୀ ୮, ୨୦୨୬) ଆମେରିକା ଏହାର ନାଗରିକମାନଙ୍କ ପାଇଁ ଏକ ସରକାରୀ ଯାତ୍ରା ନିର୍ଦ୍ଦେଶାନାମା ଜାରି କରିଛି।

ଟ୍ରମ୍ପ ପ୍ରଶାସନ ଆମେରିକୀୟ ନାଗରିକମାନଙ୍କୁ ୨୧ ଟି ଦେଶ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ଏଥିରେ ରୁଷ, ୟୁକ୍ରେନ, ଲିବିଆ ଏବଂ ବୁର୍କିନା ଫାସୋ ଅନ୍ତର୍ଭୁକ୍ତ । କିନ୍ତୁ ଏହି ତାଲିକାରେ ଭାରତ ଏବଂ ପାକିସ୍ତାନ ଅନ୍ତର୍ଭୁକ୍ତ ନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟରେ ଆମେରିକାର ବୈଦେଶିକ ବ୍ୟାପାର ବିଭାଗ ଏନେଇ ସୂଚନା ଦେଇଛି ।

ପୋଷ୍ଟରେ, ଆମେରିକାର ବୈଦେଶିକ ବିଭାଗ କହିଛି, ‘ଆମେ ଲେବଲ ୧ ରୁ ୪ ଯାତ୍ରା ସମ୍ବନ୍ଧୀୟ ନିର୍ଦ୍ଦେଶାନାମା ଜାରି କରିଛୁ। ଲେବଲ୍ ୪ ଅର୍ଥ ହେଉଛି ସେଠାକୁ ଯାତ୍ରା କରନ୍ତୁ ନାହିଁ। ସ୍ଥାନୀୟ ପରିସ୍ଥିତି ଏବଂ ଏହି ଦେଶଗୁଡ଼ିକରେ ଆମେରିକୀୟ ନାଗରିକମାନଙ୍କୁ ସହାୟତା ପ୍ରଦାନ କରିବାର ଆମର ସୀମିତ କ୍ଷମତାକୁ ଆଧାର କରି ଆମେ ଏହି ପରାମର୍ଶ ଦେଇଛୁ। ଏହି ସ୍ଥାନଗୁଡ଼ିକ ବିପଦପୂର୍ଣ୍ଣ। କୌଣସି ପରିସ୍ଥିତିରେ ସେଠାକୁ ଯାତ୍ରା କରନ୍ତୁ ନାହିଁ ।’

 

ଏହି ୨୧ଟି ଦେଶକୁ ଯାତ୍ରା ନକରିବାକୁ ଅପିଲ
ଆଫଗାନିସ୍ତାନ, ବେଲାରୁଷ, ବୁର୍କିନା ଫାସୋ,ବର୍ମା,କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟ (CAR),ହାଇତିଇରାନ,ଇରାକ,ଲେବାନନ୍,ଲିବ୍ୟା,ମାଲି,ନାଇଜର୍,ଉତ୍ତର କୋରିଆ,ରୁଷିଆ,ସୋମାଲିଆ,ଦକ୍ଷିଣ ସୁଡାନ,ସୁଦାନ,ସିରିୟା,ୟୁକ୍ରେନ,ଭେନେଜୁଏଲା ଏବଂ ୟେମେନ୍ ।