ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସେହି ଚଷମା...ଯାହାକୁ ୩୪ ବର୍ଷ ଧରି ସାଇତି ରଖିଛନ୍ତି ଜଣେ କର୍ମୀ

Published By : Prameya-News7 Bureau | August 21, 2025 IST

ନୂଆଦିଲ୍ଲୀ ୨୧/୦୮: ଉପହାର, ମନକୁ ଖୁସି କରିଥାଏ । ଜୋଡିହୋଇଥାଏ ଅନେକ ସ୍ମୃତି । ଯାହା ଆମକୁ ଏକ ଅନେକ ସମୟରେ ଦେଇଥାଏ ଅନେକ ଖୁସି । ବିଶେଷ ମୂଲ୍ୟବାନ ମୁହୂର୍ତ୍ତକୁ ମନେ ପକାଇଥାଏ। ଉପହାର ସବୁଦିନ ପାଇଁ ସେତେବଳେ ମୂଲ୍ୟବାନ ହୋଇଯାଏ । ଯଦି ଏହି ମୂଲ୍ୟବାନ ଉପହାର କୌଣସି ବିଶେଷ ବ୍ୟକ୍ତିଙ୍କ ଠାରୁ ମିଳିଥାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କ ଦଳର ଜଣେ କ୍ଷୁଦ୍ର କର୍ମୀଙ୍କୁ ଏପରି ଏକ ବିଶେଷ ଉପହାର ଦେଇଥିଲେ । ଯାହାକୁ ୩୫ ବର୍ଷ ଧରି ସାଇତି ରଖିଛନ୍ତି କର୍ମୀ । 

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଚଷମା ହେଉଛି ସେମିତି ଏକ ଜିନିଷ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ଏହି ଶେଷ ସନ୍ତକ କୌଣସି ସରକାରୀ ସଂଗ୍ରହାଳୟରେ ନୁହେଁ, ବରଂ ଜଣେ ସାଧାରଣ ବ୍ୟକ୍ତିଙ୍କ ପାଖରେ ଗତ ୩୪ ବର୍ଷ ଧରି ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ରହିଛି । ସେତିକି ନୁହେଁ ଏହି ଚଷମା ପାଇଁ ତାଙ୍କୁ କୋଟି କୋଟି ଟଙ୍କାର ପ୍ରଲୋଭନ ଦିଆଯାଇଥିଲେ ବି ସେ ଏହାକୁ ବିକ୍ରି କରିବାକୁ ମନା କରିଦେଇଥିଲେ । 

କହିବାକୁ ଗଲେ ସାଇତି ରଖିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟ ପ୍ରଦେଶ  ରିବା’ର ଆଶିଷ୍ ଶର୍ମା । ଶ୍ରଦ୍ଧାରେ ରାଜୀବ ଗାନ୍ଧୀ ତାଙ୍କର ଏହି ଚଷମା ଗିଫ୍ଟ କରିଥିଲେ । ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଥିଲା । ଗିଫ୍ଟ ଦେବାର କିଛି ଦିନ ପରେ ଦୁନିଆକୁ ଅଲ୍‌ବିଦା କହିଥିଲେ ରାଜୀବ । ଏହି ଚଷମା ୩୪ ବର୍ଷ ପୂରୂଣା । ୧୦୯୧ ମସିହା ୮  ମଇରେ ଏକ  ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ବୟସରେ ୨୦ ବର୍ଷ ସାନ  କଂଗ୍ରେସ  କାର୍ଯ୍ୟକର୍ତା ଆଶୀଷଙ୍କ ସହ ରାଜୀବଙ୍କ ସାକ୍ଷାତ ହୋଇଥିଲା ।  

ଗତ ୩୪ ବର୍ଷ ମଧ୍ୟରେ ଆଶିଷଙ୍କୁ ଅନେକ ବଡ଼ ବଡ଼ ନେତା, ଶିଳ୍ପପତି ଏବଂ ସଂଗ୍ରାହକ ଏହି ଚଷମା ପାଇଁ ଯୋଗାଯୋଗ କରିଛନ୍ତି । ତାଙ୍କୁ କୋଟି କୋଟି ଟଙ୍କାର ଲୋଭ ଦେଖାଯାଇଛି, କିନ୍ତୁ  ଆଶୀଷ  ସବୁବେଳେ ଏହାକୁ ବିକ୍ରି କରିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି ।

ତାଙ୍କ ମତରେ, ଚଷମା ସହିତ ମୋର ଭାବନାତ୍ମକ ସମ୍ପର୍କ ରହିଛି । ଏହା ମୋ ପାଇଁ କେବଳ ଏକ ଚଷମା ନୁହେଁ, ବରଂ ଏହା ରାଜୀବ ଜୀ'ଙ୍କ ବଳିଦାନ । ଦେଶ ପାଇଁ ତାଙ୍କର ସ୍ୱପ୍ନ ଏବଂ ସେହି କଳା ଦିନର ଏକ ଜୀବନ୍ତ ସାକ୍ଷୀ । 

ଏହାର ମୂଲ୍ୟ କୌଣସି ଟଙ୍କାରେ ଆକଳନ କରାଯାଇପାରିବ ନାହିଁ । ଏହି ଘଟଣା ଦର୍ଶାଏ ଯେ ସମ୍ପର୍କ ଏବଂ ଭାବନାର ମୂଲ୍ୟ ସର୍ବଦା ପାର୍ଥିବ ବସ୍ତୁଠାରୁ ଉପରେ । ଆଶିଷ ଶର୍ମାଙ୍କ ଏହି ନିଷ୍ଠା କେବଳ ରାଜୀବ ଗାନ୍ଧୀଙ୍କ ପ୍ରତି ତାଙ୍କର ସମ୍ମାନ ନୁହେଁ ବରଂ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶକୁ ସାଇତି ରଖିବାର ତାଙ୍କର ପ୍ରତିବଦ୍ଧତାକୁ ମଧ୍ୟ ପ୍ରମାଣିତ କରେ । ଏହି ଚଷମା ଆଜି କେବଳ ଏକ ସାଧାରଣ ବସ୍ତୁ ନୁହେଁ, ବରଂ ଏହା ଭାରତୀୟ ରାଜନୀତିର ଏକ ଅଭୁଲା ଅଧ୍ୟାୟର ମୂକସାକ୍ଷୀ ପାଲଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.