ଇରାନଠୁ ଏହି 'ସିକ୍ରେଟ୍ ଶବ୍ଦ' ଶୁଣିବାକୁ ଚାହୁଁଛନ୍ତି ଟ୍ରମ୍ପ୍, ନଚେତ୍ ଧ୍ୱଂସ ହୋଇଯିବ ତେହରାନ

NEWS7
congress-tiranga-yatra-in-bhubaneswar-to-boost-the-morale-of-indian-army

ନ୍ୟୁୟର୍କ, ୨୫/୦୨: କେତେବେଳେ ବି ହୋଇପାରେ ଯୁଦ୍ଧ । ସର୍ତ୍ତ ମାନୁନି ଇରାନ୍ । ଆମେରିକା ଦେଉନି ପଛଘୁଞ୍ଚା । ବଢି ଚାଲିଛି ଦୁଇ ଦେଶ ମଧ୍ୟରେ ତିକ୍ତତା । ଆମେରିକୀୟ ନାଗରିକଙ୍କୁ ଫେରି ଆସିବାକୁ କୁହାଗଲାଣି । ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କ ଇରାନକୁ ଆସିବାକୁ ପରାମର୍ଶ ଦେଉଛନ୍ତି । ତେହରାନଙ୍କୁ ଚାରିଦିଗରୁ ୟୁଏସ ଘେରି ସାରିଛି । ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ପ୍ ବ଼ଡ ବୟାନ ଦେଇଛନ୍ତି । ଇରାନ ପକ୍ଷରୁ ସେ ଗୁପ୍ତ ଶବ୍ଦ ଶୁଣିବାକୁ ଚାହାଁନ୍ତି । ଯେଉଁ ଗୁପ୍ତ ଶବ୍ଦ ଯୁଦ୍ଧକୁ ଏଡାଇପାରିବ ।

ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ଆମେରିକାର ପରମାଣୁ ଚୁକ୍ତିରେ ରାଜି ହେବା ଦରକାର । ଯାହାଦ୍ୱାରା ତେହରାନ ଭବିଷ୍ୟତରେ କୌଣସି ପରମାଣୁ ଅସ୍ତ୍ର କ୍ରୟ ବିକ୍ରୟ କରିପାରିବ ନାହିଁ କିମ୍ବା ତିଆରି କରିପାରିବ ନାହିଁ । ଏହା ମଧ୍ୟପ୍ରାଚ୍ୟର ସୁରକ୍ଷା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଗତବର୍ଷ ଇରାନର ଆଣବିକ କେନ୍ଦ୍ରରେ ୟୁଏସ ଷ୍ଟ୍ରାଇକ୍ କରିଥିଲା । ଏବେ ଇରାନ ସହ ଆଲୋଚନା ଚାଲିଛି । ସେମାନେ ଏକ ଡିଲ୍ କରିବାକୁ ଚାହୁଁଛନ୍ତି । କିନ୍ତୁ ଟ୍ରମ୍ପ୍ ସେହି ସିକ୍ରେଟ୍ ଓ୍ୱାର୍ଡ୍ ବା ଗୁପ୍ତ ଶବ୍ଦ ଶୁଣିବାକୁ ପାଇ ନାହାଁନ୍ତି । ଯାହା ହେଉଛି ଇରାନ୍ ଭବିଷ୍ୟତରେ ଆଣବିକ ଅସ୍ତ୍ର ନିଜ ପାଖରେ ରଖିବନି ।

ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ସେ କୁଟନୈତିକ ସ୍ତରରେ ସବୁ କିଛି ସମସ୍ୟାର ସମାଧାନ ରାସ୍ତା ଖୋଜୁଛନ୍ତି । କିନ୍ତୁ ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବା ପ୍ରଥମ ଦେଶକୁ ଆଣବିକ ଶକ୍ତିରୁ ଦୂରେଇ ରଖିବାକୁ ହେବ । ଇରାନକୁ ଅଧିକରୁ ଅଧିକ ଆଣବିକ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ ।

ସୂଚନାଯୋଗ୍ୟ, ଇରାନ ନିକଟବର୍ତ୍ତୀ ସମୁଦ୍ରରେ ନିଜର ସବୁଠୁ ଶକ୍ତିଶାଳୀ ଯୁଦ୍ଧଜାହାଜକୁ ମୁତୟନ କରିଛନ୍ତି ଟ୍ରମ୍ପ୍ । ୨୦୦୩ ପରେ ପ୍ରଥମ ଥର ପାଇଁ ଏହାକୁ ମୁତୟନ କରାଯାଇଛି । ୧୩ ବର୍ଷ ତଳେ ଇରାକ ଦଖଲ ବେଳେ ଜାହାଜକୁ ଆମେରିକା ପଠାଇଥିଲା । ଏବେ ପୁଣି ଏହା ସମୁଦ୍ରରେ ପଇଁତରା ମାରୁଛି । ଅନ୍ୟ ଦିଗରେ ପରମାଣୁ ଚୁକ୍ତି ନେଇ ଆମେରିକା ଅଧିକାରୀ ଷ୍ଟିଭ୍ ଓ୍ୱିଟକଫ୍ ଏବଂ ଜେୟାରଡ୍ କୁସନେର୍ ଲଗାତାର ଇରାନ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଗୁରୁବାର ଦୁଇ ଦେଶର ପ୍ରତିନିଧି ମୁହାଁମୁହିଁ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି ।