ଭାରତୀୟ ସେନାର ମନୋବଳ ବଢାଇବା ପାଇଁ କଂଗ୍ରେସର ତ୍ରିରଙ୍ଗା ଯାତ୍ରା, ଅନେକ ବରିଷ୍ଠ ନେତା ଓ କର୍ମୀ ସାମିଲ

Published By : Prameya-News7 Bureau | May 09, 2025 IST

ଭୁବନେଶ୍ବର ୯: ରାଜ୍ୟ କଂଗ୍ରେସ ତରଫରୁ ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା । ତ୍ରିରଙ୍ଗା ଯାତ୍ରାରେ ୧୦୦ ମିଟରର ଜାତୀୟ ପତାକା ଉଡାଇଛି କଂଗ୍ରେସ ଦଳ । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଏହି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଛି । ଭାରତର ବୀର ଯବାନ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକ୍ରମକୁ ଦମନ କରିବା ପାଇଁ ଯେଉଁ ସାହସ, ପରାକ୍ରମ ଓ ଶକ୍ତି ପ୍ରଦର୍ଶନ କରିଛନ୍ତି ତାର ସମ୍ମାନର୍ଥେ ଏହି ତ୍ରିରଙ୍ଗା ଯାତ୍ରା କରାଯାଉଛି । 

ରାମ ମନ୍ଦିର ଛକରୁ ଏହି ତ୍ରିରଙ୍ଗା ଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଯାଇଥିଲା । ଏହି ଯାତ୍ରାରେ କଂଗ୍ରେସ ଅନେକ ବରିଷ୍ଠ ନେତା, ବିଧାୟକ ଏବଂ କର୍ମୀ ସାମିଲ ହୋଇଛନ୍ତି । 

ଭାରତୀୟ ସେନାର ମନୋବଳ ବଢାଇବା ପାଇଁ ଆମେ ଏହି ଯାତ୍ରା କରିଛୁ । ଭାରତୀୟ ସେନାଙ୍କୁ ଆମେ ସାଲାମ କରୁଛୁ । ଆତଙ୍କବାଦୀ ବିରୋଧରେ ଯେଉଁଭଳି ଲଢେଇର ଆବଶ୍ୟକତା ରହିଥିଲା ଭାରତୀୟ ସେନା ତାହା କରୁଛି । ପାକିସ୍ତାନର ହମଲାର ଉଚିତ ଜବାବ ଦେଇଛନ୍ତି ଭାରତୀୟ ସେନା । ଆଗକୁ ମଧ୍ୟ ପାକିସ୍ତାନକୁ ଜବାବ ଦିଆଯିବ । 

ପୁରା ଦେଶ ଭାରତୀୟ ସେନାଙ୍କ ସହ ରହିଛି, ଭାରତୀୟ ସେନା ଆଗକୁ ବଢ଼ନ୍ତୁ ଆମେ ଭାରତୀୟ ସେନାଙ୍କ ସହ ରହିଛୁ । ପାକିସ୍ତାନକୁ ଖଣ୍ଡ ବିଖଣ୍ଡିତ କରି ବେଲୁଚିସ୍ତାନକୁ ଭାରତୀୟ ସେନା ସ୍ୱାଧୀନ କରନ୍ତୁ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।

You Can Read:

ଭଦ୍ରକ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା, ମେରାଇନ୍ ପୋଲିସ ସଜାଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.