LIVE TV

ଦିଲ୍ଲୀ ବିସ୍ଫୋରଣ ପାଇଁ ପାକିସ୍ତାନ ଦାୟୀ, RDX ଜବତ ହୋଇନଥିଲେ...

NEWS7
congress-takes-down-countdown-clock-after-bjps-super-surge

ନୂଆଦିଲ୍ଲୀ, ୨୩|୧୧: ଦିଲ୍ଲୀ ବିସ୍ଫୋରଣ ପାଇଁ ପାକିସ୍ତାନ ଦାୟୀ । ପଡୋଶୀ ଦେଶ ପ୍ରରୋଚନାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଛି । ସମ୍ମୁଖ ଯୁଦ୍ଧରେ ପାକ୍ କେବେ ହେଲେ ଭାରତକୁ ପରାସ୍ତ କରିପାରିବ ନାହିଁ । ତେଣୁ ଆତଙ୍କବାଦୀ ଆକ୍ରମଣ କରି ଜୀବନ ନେଉଉଥିବା କହିଛନ୍ତି ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାବୀସ ।

ଦେବେନ୍ଦ୍ର କହିଛନ୍ତି ଯେ, ପାକିସ୍ତାନ କେବେ ହେଲେ ଭାରତକୁ ପରାସ୍ତ କରିପାରିବ ନାହିଁ । ତେଣୁ ଲୁଚାଚୋରାରେ ଆକ୍ରମଣ ଘଟାଉଛି । ପହଲଗାମ ଏବଂ ଲାଲକିଲ୍ଲା ବିସ୍ଫୋରଣରୁ ଏହା ସ୍ପଷ୍ଟ ହେଉଛି । ତେବେ ଭାରତର ସୁରକ୍ଷା ସଂସ୍ଥା ଖୁବ ଭଲ କାର୍ଯ୍ୟ କରୁଛନ୍ତି । ସେମାନେ ୩୦୦୦ କିଲୋର ଆରଡିଏକ୍ସ ଜବତ କରିଥିଲେ । ନହେଲେ ଆହୁରି କିଛି ବଡ ହୋଇଥାନ୍ତା ।

ସେ ଆହୁରି କହିଛନ୍ତି ଯେ, ଭାରତ ଆଉ ଆଗଭଳି ନାହିଁ । ପୂର୍ବାପେକ୍ଷା ଭାରତର ତଦନ୍ତକାରୀ ସଂସ୍ଥା ଅଧିକ ଆକ୍ଟିଭ୍ ଅଛନ୍ତି । ଆତଙ୍କବାଦୀମାନେ ଭାରତର କୋଣ ଅନୁକୋଣରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ । କିନ୍ତୁ ଏହାରୁ ରୋକାଯାଇପାରିଥିଲା । ମୁମ୍ବାଇରେ ମଧ୍ୟ ଆକ୍ରମଣ ହୋଇଥାନ୍ତା ।

ମୁମ୍ବାଇ ବିସ୍ଫୋରଣ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଆହୁରି କହିଥିଲେ ଯେ, ଆଲୋଚନା ଏବଂ ଆତଙ୍କବାଦୀ ଏକାସଙ୍ଗେ ଆଗକୁ ବଢିପାରିବ ନାହିଁ । ତେଣୁ ସୁରକ୍ଷାକର୍ମୀଙ୍କୁ ସମ୍ପୂର୍ଣ୍ଣ ଅଧିକାର ମିଳିଛି । କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଉ ଦିଲ୍ଲୀରୁ ସବୁବେଳେ ଅନୁମତି ନେବା ଆବଶ୍ୟକ ନାହିଁ । ଯାହା ଅପରେସନ ସିନ୍ଦୂରରେ ଦେଖିବାକୁ ମିଳିଥିଲା । ସାରା ବିଶ୍ବ ଅପରେସନରେ ଭାରତର ଶକ୍ତି ଦେଖିଥିଲା ବୋଲି କହିଛନ୍ତି ଦେବେନ୍ଦ୍ର ଫଡଣାବୀସ ।