ରାଜ୍ୟସଭା ପାଇଁ କଂଗ୍ରେସ ନିଶ୍ଚୟ ଜଣେ ପ୍ରାର୍ଥୀ ଦେବ, ନବୀନ ସମୟ ଦେଲେ ଆଲୋଚନା ପାଇଁ ପ୍ରସ୍ତୁତ

NEWS7
congress-leader-narsingha-mishra-reaction-on-sarua-land-issue

ଭୁବନେଶ୍ବର ୨୧।୨: ରାଜ୍ୟସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ତାରିଖ ଘୋଷଣା ସହ ଓଡ଼ିଶା ରାଜନୀତିକୁ ସରଗରମ କଲାଣି ରାଜ୍ୟସଭା ନିର୍ବାଚନ । ଚତୁର୍ଥ ଆସନକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ଏହାରି ଭିତରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବୟାନ ଚତୁର୍ଥ ଆସନର ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି । ଭକ୍ତ କହିଛନ୍ତି, ରାଜ୍ୟସଭା ପାଇଁ କଂଗ୍ରେସ ପକ୍ଷରୁ ନିଶ୍ଚିତ ଭାବରେ ଜଣେ ପ୍ରାର୍ଥୀ ଦିଆଯିବ । ଆମେ ଜାଣିଛୁ ଯେ ଆମ ପାଖରେ ଜିତିବା ପାଇଁ ଯେତିକି ସଂଖ୍ୟାବଳ ଦରକାର ତାହା ନାହିଁ, କିନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ବିରୋଧୀ ଦଳର କର୍ତ୍ତବ୍ୟ ନିଶ୍ଚୟ ତୁଲାଇବୁ ।

ଏ ଖବର ବି ପଢ଼ନ୍ତୁ:- ବିଲ ମଝିରେ ରକ୍ତାକ୍ତ ମୃତଦେହ, ଉପରେ ପଡ଼ିଛି ସାଇକେଲ୍

​​​​​​​ଭକ୍ତ ଆହୁରି ମଧ୍ୟ କହିଛନ୍ତି, ଯଦି ନବୀନ ପଟ୍ଟନାୟକ ସମୟ ଦେବେ, ତେବେ ଆମେ ଏ ବାବଦରେ ଆଲୋଚନା କରିବାକୁ ପ୍ରସ୍ତୁତ । ରାଜ୍ୟର ହିତ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଦେବାକୁ ପଛାଇବ ନାହିଁ । ଯଦି ବିଜେଡି ସମର୍ଥନ କରେ, ତେବେ ଆମେ ଜଣେ ନିର୍ଦ୍ଧାରିତ ପ୍ରାର୍ଥୀ ଦେବୁ । କିନ୍ତୁ ଯଦି ବିଜେଡି ସମର୍ଥନ ନକରେ, ତେବେ ପାର୍ଟି ଯାହାକୁ ଚୟନ କରିବ, ଆମେ ସେହି ରାଜନୈତିକ ବ୍ୟକ୍ତିଙ୍କୁ ହିଁ ପ୍ରାର୍ଥୀ କରିବୁ ବୋଲି ଭକ୍ତ ଦାସ କହିଛନ୍ତି ।