ବିବାହର ୧୫ ଦିନ ପରେ ପୁରୁଣା ପ୍ରେମକୁ ନେଇ ବିବାଦ ; ୨୪ ଘଣ୍ଟା ମଧ୍ୟରେ ଅଡିଓ ଡିଲିଟ୍ କରିବାକୁ ରଶ୍ମିକା ଦେଲେ ଚେତାବନୀ

NEWS7
congress-forms-eagle-group-ahead-of-delhi-assembly-elections

ମୁମ୍ଵାଇ ୧୪।୦୩; ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପୂର୍ବରୁ ସରିଛି। ଏବେ ଏକ ପୁରୁଣା ଅଡିଓ କ୍ଲିପ୍କୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଯେଉଁଥିରେ ରଶ୍ମିକାଙ୍କ ପୂର୍ବ ପ୍ରେମିକ ସମ୍ପର୍କରେ ରହିଛି । ତାମିଲରେ ବେଶ ଭାବପ୍ରବଣ ହୋଇ ତାଙ୍କ ମା’ କିଛି କହୁଥିବା ଶୁଣାଯାଉଛି । ଏତିକି ନୁହେଁ ରକ୍ଷିତ-ରଶ୍ମିକାଙ୍କ ବ୍ରେକଅପ୍ ବିଷୟରେ ଆଲୋଚନା କରାଯାଇଛି। ଏବେ ଏହି ଅଡିଓରେ ବହୁ ମାତ୍ରାରେ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ରଶ୍ମିକା ।

ଗତ ଫେବୃଆରୀ ୨୬ ତାରିଖରେ ରଶ୍ମିକା ଓ ବିଜୟଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଏହାର କିଛି ସପ୍ତାହ ପରେ ଏହି ଅଡିଓ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହା ପ୍ରାୟ ୮ ବର୍ଷ ତଳେ ଏକ କନ୍ନଡ ନ୍ୟୁଜ୍ ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରର ଅଂଶ ବିଶେଷ। ଏଥିରେ ସୁମନ ମନ୍ଦାନା କହିଛନ୍ତି, ରକ୍ଷିତ ଶେଟ୍ଟୀଙ୍କ ପରିବାର ପକ୍ଷରୁ ରଶ୍ମିକାଙ୍କୁ ବିବାହ ପରେ ଅଭିନୟ ଛାଡ଼ିବା ପାଇଁ ସୋସିଆଲ ମିଡିଆରେ ଘୋଷଣା କରିବାକୁ ଚାପ ପକାଯାଉଥିଲା। ରକ୍ଷିତ ଛୋଟ ଛୋଟ କଥାରେ ବିବାଦ କରୁଥିଲେ ଏବଂ ରଶ୍ମିକାଙ୍କ କ୍ୟାରିୟର ସମ୍ପର୍କିତ ନିଷ୍ପତ୍ତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିଲେ। ‘ଗୀତା ଗୋବିନ୍ଦମ୍’ ଚଳଚ୍ଚିତ୍ର ସମୟରେ ଉଭୟ ପରିବାର ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଏପରିକି ରଶ୍ମିକାଙ୍କ ମା’ଙ୍କୁ କ୍ଷମା ମାଗିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା।

ଏହି ଅଡିଓ ଭାଇରାଲ ହେବା ପରେ ରଶ୍ମିକା ସୋସିଆଲ ମିଡିଆ ପ୍ଲାଟଫର୍ମ’ରେ ଏକ ଲମ୍ବା ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, “ଗତ ୮ ବର୍ଷ ଧରି ମୋ ବିରୋଧରେ କ୍ରମାଗତ ଭାବେ ଅପପ୍ରଚାର ଚାଲିଛି। ମୋ କଥାକୁ ଭୁଲ ଭାବେ ଉପସ୍ଥାପନ କରାଯାଉଛି। କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ଯାହା ଘଟିଛି, ତାହା ସୀମା ଅତିକ୍ରମ କରିଛି। ୮ ବର୍ଷ ତଳର ପ୍ରାଇଭେଟ୍ କଥାବାର୍ତ୍ତାକୁ ବିନା ଅନୁମତିରେ ଭାଇରାଲ କରିବା ମୋର ଗୋପନୀୟତାର ଉଲ୍ଲଂଘନ।” ରଶ୍ମିକା ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ବର୍ତ୍ତମାନର ବ୍ୟକ୍ତିଗତ ଜୀବନରେ ଖୁସି ସମୟ ଚାଲିଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଏହି ବିବାଦ ସୃଷ୍ଟି କରାଯାଉଛି। ଯଦି ଏହି ବିଭ୍ରାନ୍ତିକର ପୋଷ୍ଟଗୁଡ଼ିକୁ ହଟା ନଯାଏ, ତେବେ ସେ ଆଇନର ସାହାଯ୍ୟ ନେବେ ବୋଲି ସ୍ପଷ୍ଟ କରିଛନ୍ତି।

ଅଧିକ ପଢନ୍ତୁ- ଛାଡପତ୍ର ପରେ ହଂସିକା ସେୟାର କଲେ ପ୍ରଥମ ପୋଷ୍ଟ, କହିଲେ- ଭୟ ନ କରି ଆଗକୁ ବଢିବା...