ଆନନ୍ଦପୁର: ମେଡିକାଲ ଛାତରୁ ଖସିଲା କଂକ୍ରିଟ୍ , ଅଳ୍ପକେ ବର୍ତ୍ତିଲେ ମହିଳା ରୋଗୀ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ମହିଳା ଓ୍ବାର୍ଡ ବାରଣ୍ଡା ଛାତରୁ ଖସିଲା କଂକ୍ରିଟ୍ଓ୍ବାର୍ଡରେ ଜାଗା ନଥିବାରୁ କେତେକ ରୋଗୀ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିବା ସମୟରେ ଏହି ଅଘଟଣ ଘଟିଛି

ଜଣେ ମହିଳା ବାରଣ୍ଡାରେ ଶୋଇ ସାଲାଇନ୍  ନେଉଥିବାବେଳେ ତାଙ୍କର ଖୁବ୍ ନିକଟରେ ଏହି କଂକ୍ରିଟ୍ ଖଣ୍ଡ ଖସିଥିଲା ହେଲେ ଭାଗ୍ୟକୁ ମହିଳା ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଛନ୍ତିତେବେ ଗତବର୍ଷ 5T ଯୋଜନାରେ ପ୍ରାୟ ୪କୋଟି ଟଙ୍କା ବ୍ୟୟବରାଦ ହୋଇ ପୂର୍ତ୍ତବିଭାଗ ତରଫରୁ ମେଡିକାଲର ମରାମତି କରାଯାଇଥିଲା ମାତ୍ର ବର୍ଷକପରେ ଛାତରୁ କଂକ୍ରିଟ୍ ଖସିବା ଘଟଣା କାମର ମାନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି