LIVE TV

୧୫୦ ନିୟୁତ ମେଟ୍ରିକ ଟନ୍‌ କ୍ଷମତା କ୍ଲବରେ ପାରାଦୀପ ପୋର୍ଟ, ୨୦୨୬ ଯାଏଁ  ମାଲ୍‌ ପରିବହନ ଶୁଳ୍କ ନ ବଢ଼ାଇବାକୁ ନିଷ୍ପତ୍ତି

NEWS7
complaints-against-patnagarh-mla-and-five-others-in-court

ଭୁବନେଶ୍ୱର: ଗତ  ୩ ବର୍ଷ ମଧ୍ୟରେ ପାରାଦୀପ ବନ୍ଦରର  ପଣ୍ୟ ପରିବହନ ୯% ହାରରେ ବଢ଼ୁଛି ।  ପରିବହନ ଅଭିବୃଦ୍ଧିରେ ଏହା ଦେଶର  ପ୍ରମୁଖ ବନ୍ଦର ଗୁଡ଼ିକୁ ପଛରେ ପକାଇ ଦେଇଛି । ବନ୍ଦରର ବର୍ଥ କାର୍ଯ୍ୟକ୍ଷମତା  ସର୍ବୋଚ୍ଚ ସ୍ତର ଛୁଇଁଛି । ରେକ୍‌ ପରିଚାଳନାରେ ବନ୍ଦର ଏକ ପ୍ରମୁଖ  ଭୂମିକା ଗ୍ରହଣ କରିଛି । ପ୍ରମୁଖ ବନ୍ଦର  ଗୁଡ଼ିକ ମଧ୍ୟରେ ପ୍ରାୟ ଏକ ତୃତୀୟାଂଶ  ଉପକୂଳ ପଣ୍ୟ ପରିହବନ କରିବାର  କ୍ଷମତା ହାସଲ କରିଛି ଏହି ବନ୍ଦର । 

୧୫୦ ନିୟୁତ ମେଟ୍ରିକ ଟନ୍‌ କ୍ଷମତା  କ୍ଲବରେ ପ୍ରବେଶ କରିବା ସହ ଏହା  ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ଦକ୍ଷତାକୁ  ପ୍ରତିପାଦିତ କରିବାକୁ ସକ୍ଷମ ହୋଇଛି ।  ଚଳିତ ଆର୍ଥିକ ବର୍ଷରେ ୧୬୦ ନିୟୁତ  ଟନ୍‌ ମାଲ୍‌ ପରିବହନ ଲକ୍ଷ୍ୟ ରହିଥିବା  ପାରାଦୀପ ବନ୍ଦର ପକ୍ଷରୁ ସୂଚନା ମିଳିଛି ।

ଏହି ମହତ୍ୱାକାଂକ୍ଷୀ ଲକ୍ଷ୍ୟ  ହାସଲ ଲାଗି ବନ୍ଦର ୨୦୨୬ ପର୍ଯ୍ୟନ୍ତ  ମାଲ୍‌ ପରିବହନ ଶୁଳ୍କ ନ ବଢ଼ାଇବା  ଲାଗି ବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ  କରିଛନ୍ତି । ସେହିଭଳି ଏକ ନିର୍ଦ୍ଧିଷ୍ଟ  ପରିମାଣରୁ ଅଧିକ ଉତ୍ପାଦନ ପାଇଁ  ନିର୍ଦ୍ଧାରିତ ସ୍ତର ଅନୁଯାୟୀ ପ୍ରୋତ୍ସାହନ  ପ୍ରଦାନ କରାଯାଉଛି । ଏହାବାଦ ବର୍ଥ  କାର୍ଯ୍ୟରେ ନିୟୋଜିତ ସିପର୍ସ ଏବଂ  ହ୍ୟାଣ୍ଡଲିଂ ଏଜେଣ୍ଟଙ୍କୁ ପୁରସ୍କୃତ  କରାଯାଇଛି ।

ବନ୍ଦର ଡିଜିଟାଇଜେସନ  ଧାରାକୁ ତ୍ୱରାନ୍ୱିତ କରିବା ସହ ଏଥିରେ  ସଫଳ ହୋଇଛି । ପାରାଦୀପ ବନ୍ଦରର  ଅଧ୍ୟକ୍ଷ ପିଏଲ୍‌ ହରନାଦ କହିଛନ୍ତିବନ୍ଦର ଶିଳ୍ପ ବିକାଶରେ ପାରାଦୀପ  ବନ୍ଦରର ଭୂମିକା ଅନନ୍ୟ । ନୀଳ  ଅର୍ଥନୀତିକୁ ଦୃଢ଼ କରିବାରେ ଏବେ  ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।  ଭାରତୀୟ ସାମୁଦ୍ରିକ ସପ୍ତାହ  ଉପଲକ୍ଷେ ଶ୍ରୀ ହରନାଦ କହିଛନ୍ତି, ୦୦,୦୦୦ ନିୟୁତ କ୍ଷମତା ବିଶିଷ୍ଟ ଏକ  ନୂତନ କଣ୍ଟେନର ବର୍ଥ ପିପିପି ମାଧ୍ୟମରେ  ନିର୍ମାଣ କରାଯିବ । ଏହି ଯୋଜନା ଏବେ  ଟେଣ୍ଡର ପର୍ଯ୍ୟାୟରେ ରହିଛି ।

ସେହିଭଳି  ମୌଳିକ ଢ଼ାଞ୍ଚାର ପରିବର୍ତ୍ତନ ଅଧିନରେ  ବୃହତ୍ତାକାର ପ୍ରକଳ୍ପ, ଯାନ୍ତ୍ରୀକରଣ ଏବଂ  ବହୁଳ ପରିବହନ ବ୍ୟବସ୍ଥା ଉପରେ  ଗୁରୁତ୍ୱାରୋପ କରାଯାଇଛି । ଜାତୀୟ  ଗ୍ରୀନ ହାଇଡ୍ରୋଜେନ ମିଶନ ଅଧିନରେ  ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ  ହବ୍‌ ଭାବେ ବିକଶିତ କରିବା ଉଦ୍ୟମ  ହେଉଛି । ଏହାବାଦ ପ୍ରଦୂଷଣ ମୁକ୍ତ  ଯୋଜନା ସହ ୨୧,୫୦୦ କୋଟିରେ  ବାହୁଦା ବନ୍ଦର ଏବଂ ୨୪,୭୦୦  କୋଟିରେ ସି ବିଲ୍ଡିଂ ଏବଂ ମରାମତି  କମ୍ପେ୍ଲକ୍ସ ବିକଶିତ ହେଉଥିବା ଶ୍ରୀ  ହରନାଦ ଉଲ୍ଲେଖ କରିଛନ୍ତି ।