LIVE TV

କଟକର ବିଭିନ୍ନ ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ମାଆଙ୍କ ଦର୍ଶନ କରି ନେଲେ ଆଶିଷ

NEWS7
cm

କଟକ ୦୧/୧୦: ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ମଣ୍ଡପରେ ଚାଲିଛି ମହାମାୟାଙ୍କ ମହାନବମୀ । ଶଙ୍ଖଧ୍ବନୀରେ ଉଛୁଳି ଉଠୁଛି ପରିବେଶ । ସବୁଠି ଅପୂର୍ବ ଦୃଶ୍ୟ ଭକ୍ତ ଓ ଭଗବାନଙ୍କ ମିଳନ । ମାଆଙ୍କ ଆଶିଷ ନେବାକୁ ଭକ୍ତଙ୍କ ଗହଳି ଲାଗିଛି । ବୁଧବାର ହଠାତ  କଟକ ପ୍ରତାପ ନଗରୀ ପୂଜା ମଣ୍ଡପରେ ପହଞ୍ଚିଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥ । ଏହା ପରେ ଚାଉଳିଆଗଞ୍ଜ ପୂଜାମଣ୍ଡପ ବୁଲି ମାଆଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମଙ୍ଗଳବାର କେନ୍ଦୁଝର ଦୁର୍ଗାପୂଜାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ସେଠି ଗୁଜୁରାଟୀ ସମାଜର ଦାଣ୍ଡିଆ ଓ ଗରୱା ନାଚର ମଜା ନେଇଥିଲେ ମୁଖ୍ୟମନ୍ତ୍ରୀ  ।