ଭୁବନେଶ୍ୱର ୦୪/୦୯: ‘କେନ୍ଦୁପତ୍ର ଉପରେ GST ୧୮%ରୁ ୫%କୁ ହ୍ରାସ । ଏବେ କେନ୍ଦୁପତ୍ର ୫% ସ୍ଲାବକୁ ଆସିଲା । କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ। ପୂର୍ବରୁ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ GST ରହିଥିଲା। ଏହାକୁ ହ୍ରାସ ପାଇଁ ବାରମ୍ବାର ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାବି କରିଥିଲେ।

ଗତକାଲି GST କାଉନସିଲ ବୈଠକରେ ଏନେଇ ବଡ଼ ନିଷ୍ପତ୍ତି ହୋଇଛି। କେନ୍ଦୁପତ୍ର ଉପରେ ଏଣିକି ୧୮ ନୁହେଁ, ୫% GST ରହିବ ବୋଲି ନିଷ୍ପତ୍ତି ହୋଇଛି। ଯାହାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମଝୀ । ଦିଲ୍ଲୀ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଏହାଦ୍ବାରା ଓଡ଼ିଶାର କେନ୍ଦୁପତ୍ର ତୋଳାଳି ବହୁମାତ୍ରାରେ ଉପକୃତ ହେବେ କୃଷି ଯନ୍ତ୍ରପାତି ଉପରେ ଟିକସ ହ୍ରାସ ହେବ।

କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ଏହାଦ୍ବାରା ମଧ୍ୟବିତ୍ତ ପରିବାର ବେଶୀ ଉପକୃତ ହେବେ। ସେସ୍ କମିବା ଓଡ଼ିଶା ପାଇଁ ସ୍ବାଗତଯୋଗ୍ୟ ପଦକ୍ଷେପ। କୋଇଲା କ୍ଷେତ୍ରରେ ଓଡ଼ିଶା ଅଧିକ ଲାଭବାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।