News7 Logo

୩୫୬ ପଏଣ୍ଟ ବଢିଲା ସେନସେକ୍ସ, ନିବେଶକଙ୍କ ଲାଭ ୧.୫ ଲକ୍ଷ କୋଟି ଟଙ୍କା

NEWS7
share market

ନୂଆଦିଲ୍ଲୀ: ଘରୋଇ ପୁଞ୍ଜି ବଜାର ଆଜି ଲଗାତାର ଅଷ୍ଟମ ଦିନରେ ସବୁଜ ସଂକେତରେ ବନ୍ଦ ହୋଇଛି । ଘରୋଇ ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ୫୦ ଲଗାତାର ଅଷ୍ଟମ କାରବାର ଦିନରେ ଗ୍ରୀନ ଜୋନରେ ବନ୍ଦ ହୋଇଛି । ସେହିପରି ସେକ୍ଟୋରାଲ୍ ଇଣ୍ଡେକ୍ସରେ ଏଫ୍‌ଏମ୍‌ସିଜି, ମିଡିଆ ଓ ପିଏସ୍‌ୟୁ ବ୍ୟାଙ୍କ ରିୟଲ୍ଟିକୁ ଛାଡ଼ି ସବୁ ସେକ୍ଟର ସବୁଜରେ ବନ୍ଦ ହୋଇଛି । ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍‌ରେ ମଧ୍ୟ ଭଲ କ୍ରୟ ଦେଖିବାକୁ ମିଳିଥିଲା । ଆଜିର ବୃଦ୍ଧିରେ ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ୧.୫୪ ଲକ୍ଷ କୋଟି ଟଙ୍କା ବଢିଛି ।

୩୦ ସେୟାର ବିଶିଷ୍ଟ ବିଏସ୍‌ଇ ସେନସେକ୍ସ ଆଜି ୩୫୫.୯୭ ପଏଣ୍ଟ ଅର୍ଥାତ୍ ୦.୪୪ ପ୍ରତିଶତ ବୃଦ୍ଧି ସହ ୮୧,୯୦୪.୭୦ ସ୍ତରରେ ବନ୍ଦ ହୋଇଛି । ଏନ୍‌ଏସ୍‌ଇର ପ୍ରମୁଖ ସୂଚକାଙ୍କ ନିଫ୍ଟି ୫୦ ମଧ୍ୟ ୧୦୮.୫୦ ପଏଣ୍ଟ ଅର୍ଥାତ୍ ୦.୪୩ ପ୍ରତିଶତ ବୃଦ୍ଧି ପାଇ ୨୫,୧୧୪.୦୦ ସ୍ତରରେ ବନ୍ଦ ହୋଇଛି । ନିଫ୍ଟି ଅଗଷ୍ଟ ୨୧ ପରେ ପ୍ରଥମ ଥର ପାଇଁ ୨୫,୧୦୦ ସ୍ତର ପାର୍ କରିଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ସେପ୍ଟେମ୍ୱର ୧୨ରେ ବଢି ୪୫୮.୭୩ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ଗୁରୁବାର ଏହା ୪୫୭.୧୮ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧.୫୪ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୧.୫୪ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍‌ଇ ସେନ୍‌ସକ୍ସର ୩୦ ମଧ୍ୟରୁ ୧୮ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଆଜିର କାରବାରରେ ଭିଇଏଲ୍, ବଜାଜ ଫାଇନାନ୍ସ ଓ ବଜାଜ ଫିନସର୍ଭ ସେୟାରରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପଟେ ଇଟର୍ନଲ, ଏଚୟୁଏଲ୍ ଓ ଟ୍ରେଣ୍ଟରେ ସବୁଠୁ ଅଧିକ ହ୍ରାସ ଦେଖିବାକୁ ମିଳିଛି ।