୯୦୦ ଅଙ୍କ ଉପରକୁ ଉଠି ବନ୍ଦ ହେଲା ସେନ୍‌ସେକ୍ସ, ନିବେଶକଙ୍କୁ ୩.୫ ଲକ୍ଷ କୋଟି ଟଙ୍କା ଲାଭ

Published By : Prameya-News7 Bureau | March 20, 2025 IST

ନୂଆଦିଲ୍ଲୀ: ସେୟାର ମାର୍କେଟ୍‌ରେ ଆଜି ଲଗାତାର ଚତୁର୍ଥ ଦିନରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ସେନ୍‌ସେକ୍ସ ଓ ନିଫ୍ଟି ଉଭୟ ୧ ପ୍ରତିଶତରୁ ଅଧିକ ଉପରକୁ ଉଠି ବନ୍ଦ ହୋଇଛି । ସେନସେକ୍ସ ୯୦୦ ଅଙ୍କ ବଢି ବନ୍ଦ ହୋଇଥିବା ବେଳେ ନିଫ୍ଟି ୨୩,୨୦୦ ସ୍ତରରେ ବନ୍ଦ ହୋଇଛି । ଏହି କାରଣରୁ ନିବେଶକଙ୍କୁ ଆଜି ସେୟାର ମାର୍କେଟ୍‌ରୁ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ଆଜିର ଏହି ବୃଦ୍ଧିର ନେତୃତ୍ୱ ନେଇଥିଲେ ଆଇଟି ଓ ଟେଲିକମ୍ ସେୟାର । ସବୁ ସେକ୍ଟୋରାଲ୍ ଇଣ୍ଡେକ୍ସ ସବୁଜ ସଂକେତରେ ବନ୍ଦ ହୋଇଛି । ଏପରିକି ବିଏସ୍‌ଇ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ବି ୦.୭୩ ପ୍ରତିଶତ ବଢି ବନ୍ଦ ହୋଇଛି । ଆମେରିକାର ଫେଡ୍ ରିଜର୍ଭ ବର୍ଷ ଶେଷ ସୁଦ୍ଧା ସୁଧ ହାର ୨ ଥର ହ୍ରାସ କରିବାର ସଂକେତ ଦେଇଛି । ଏହି କାରଣରୁ ନିବେଶକଙ୍କ ସେଣ୍ଟିମେଣ୍ଟ ମଜଭୁତ ରହିଛି ।

କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୮୯୯.୦୨ ଅଙ୍କ ବା ୧.୧୯ ପ୍ରତିଶତ ବଢି ୭୬,୩୪୮.୦୬ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ନିଫ୍ଟି ୨୮୩.୦୫ ଅଙ୍କ ବା ୧.୨୪ ପ୍ରତିଶତ ବଢି ୨୩,୧୯୦.୬୫ ସ୍ତରରେ ବନ୍ଦ ହୋଇଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ଆଜି ବଢି ୪୦୮.୪୮ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ମାର୍ଚ୍ଚ ୧୯ରେ ଏହା ୪୦୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ଆଜି ପ୍ରାୟ ୩.୪୮ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ୩.୪୮ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍‌ଇ ସେନ୍‌ସେକ୍ସର ୩୦ ମଧ୍ୟରୁ ୨୭ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରୁ ଭାରତୀ ଏୟାରଟେଲ୍‌ର  ସେୟାରରେ ସବୁଠୁ ଅଧିକ ୪.୧୭ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଇଣ୍ଡସଇଣ୍ଡ ବ୍ୟାଙ୍କ ସେୟାର ୧.୨୩ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର୍ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.