ସ୍ପିଡ୍ ବଲ୍, ନିର୍ଭୀକ ସଟ୍ ଓ ୧୯୮୩ ମସିହାର ଇତିହାସ...ସେହି କ୍ରିକେଟର, ଯିଏ ବଦଳାଇଥିଲେ ଭାରତୀୟ କ୍ରିକେଟର ଢାଞ୍ଚା

NEWS7
closing-bell-market-zooms-as-trump-hits-tariff-pause-nifty-above-23700

ନୂଆଦିଲ୍ଲୀ ୦୬/୦୨: ଭାରତୀୟ କ୍ରିକେଟ୍ ଇତିହାସରେ ଲିଜେଣ୍ଡ । ଲିଷ୍ଟରେ ଏମିତି ଅନେକ ମହାରଥୀ । ଯାହା କେବଳ ସେମାନଙ୍କର ରେକର୍ଡ ପାଇଁ ନୁହେଁ । ବରଂ ସମ୍ପୂର୍ଣ୍ଣ ମାନସିକତା ପରିବର୍ତ୍ତନ । ଏମିତି ଏକ ନାଁ କପିଲ୍ ଦେବ। ସେହି ଖେଳାଳି ଯିଏ ପଡ଼ିଆରେ ଏଣ୍ଟ୍ରି କରିବା ମାତ୍ରେ ବିଶ୍ୱାସ ଥାଏ ଯେ ଜିତାପଟ ନିଶ୍ଚୟ । କାରଣ ଭାରତ ପାଇଁ ଏମିତି ପରିସ୍ଥିତି ସୃଷ୍ଟି କରିଥିଲେ ଯିଏ ଯେକୌଣସି ମ୍ୟାଚ୍ ଜିତାଇପାରୁଥିଲେ । ତାଙ୍କର ସ୍ପିଡ୍ ରନ-ଅପ୍, ବାଉନ୍ସିଂ ବଲ୍, ନିର୍ଭୀକ ସଟ୍ ଓ ତାଙ୍କ ମୁହଁରେ ସେହି ପରିଚିତ ହସ... କପିଲ୍ ଦେବ ଭାରତୀୟ କ୍ରିକେଟ୍ର ପରିଚୟ ହୋଇଗଲେ।

ବିଦେଶ ଗସ୍ତରେ ଯେତେବେଳେ ବିଜୟକୁ ନେଇ ସନ୍ଦେହ ଥିଲା । ଏମିତିକି ଭଲ ପେସର ଭୂମିକା ନେଇ ଆଶା ଆଶଙ୍କା ଥିଲା । ସେତେବଳେ ଧାରଣାକୁ ଭାଙ୍ଗିଥିଲେ କପିଲ ଦେବ । କେବଳ ଏହି ଧାରଣାକୁ ଭାଙ୍ଗି ଦେଇନଥିଲେ ବରଂ ତାଙ୍କର ଅଲରାଉଣ୍ଡର କ୍ଷମତା ସହିତ ଦଳରେ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲେ । ସେ କେବଳ ଜଣେ ୱିକେଟ୍ ନେଇଥିବା ବୋଲର କିମ୍ବା କଷ୍ଟକର ସମୟରେ ରନ ସ୍କୋର କରୁଥିବା ବ୍ୟାଟସମ୍ୟାନ ନଥିଲେ । ବରଂ ଡ୍ରେସିଂ ରୁମରେ ଉତ୍ସାହ ସୃଷ୍ଟି କରୁଥିବା ଅଧିନାୟକ ମଧ୍ୟ ଥିଲେ ।

ଆଜି, ଯେତେବେଳେ ଭାରତୀୟ କ୍ରିକେଟ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦଳ ମଧ୍ୟରେ ସ୍ଥାନ ପାଇଛି । କପିଲ ଦେବଙ୍କ ଦିଗ୍ଦର୍ଶନ ଏହାର ମୂଳଦୁଆରେ ପ୍ରତିଫଳିତ ହୁଏ । ଭୟ ନୁହେଁ, ଲଢ଼ିବାର ମାନସିକତା।ଜାନୁଆରୀ ୬, ୧୯୫୯ରେ ଚଣ୍ଡିଗଡ଼ରେ କପିଳ ଦେବଙ୍କ ଜନ୍ମ । କପିଲ ଦେବ ୬୭ ବର୍ଷ ବୟସରେ ପାଦ ଥାପିଛନ୍ତି । କିନ୍ତୁ ସମୟ ସହିତ ତାଙ୍କର ପ୍ରତିଷ୍ଠା କେବଳ ବୃଦ୍ଧି ପାଇଛି। ପରିସଂଖ୍ୟାନ କେବଳ ତାଙ୍କର ମହାନତା ପ୍ରମାଣ କରେ ନାହିଁ । ବରଂ ନିଜେ କଥା କୁହେ । ସେ ବିଶ୍ୱର ଏକମାତ୍ର ଖେଳାଳି ଯିଏ ଟେଷ୍ଟ କ୍ରିକେଟରେ ୪,୦୦୦ ରୁ ଅଧିକ ରନ ସ୍କୋର କରିଛନ୍ତି ।

ଏହାସହ ୪୦୦ ୱିକେଟ୍ ବି ନେଇଛନ୍ତି। ୫୦୦୦ ରୁ ଅଧିକ ରନ, ୮ ଶତକ ଏବଂ ୪୩୪ୱିକେଟ୍ । ଯାହା ତାଙ୍କ ସମୟରେ ଏକ ବିଶ୍ୱ ରେକର୍ଡ ଥିଲା । କପିଲ ଦେବଙ୍କୁ କ୍ରିକେଟ ଇତିହାସରେ ଏକ ବିଶେଷ ବର୍ଗରେ ସ୍ଥାନିତ କରାଯାଏ । କପିଲଙ୍କ ପ୍ରଭାବ କେବଳ ପରିସଂଖ୍ୟାନ ପର୍ଯ୍ୟନ୍ତ ସୀମିତ ନଥିଲା । ସେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ୪୦ ରୁ ଅଧିକ ରନ୍ କରିଥିଲେ । ଯେତେବେଳେ ତାଙ୍କ ବୋଲିଂ ଅଷ୍ଟ୍ରେଲିଆ ବିପକ୍ଷରେ ୨୫ ହାରରେ ବ୍ୟାଟସମ୍ୟାନଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା ।

ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ ୱିକେଟରେ ଓ ପ୍ରତ୍ୟେକ ପ୍ରତିପକ୍ଷରେ ଟିମ୍ ଇଣ୍ଡିଆର ସବୁଠାରୁ ନିର୍ଭରଯୋଗ୍ୟ ଖେଳାଳି ବୋଲି ପ୍ରମାଣିତ ହୋଇଥିଲେ।୧୯୮୦ ମସିହାରେ, ଚେନ୍ନାଇ (ସେତେବେଳେ ମାଡ୍ରାସ)ରେ ପାକିସ୍ତାନ ବିପକ୍ଷରେ ୮୪ ରନ ଏବଂ ୧୧ ୱିକେଟର ଏକ ଜ୍ୱଳନ୍ତ ଇନିଂସ ଭାରତକୁ ସିରିଜ ଜିତିବାରେ ସାହାଯ୍ୟ କରିଥିଲା। ୧୯୮୧-୮୨ ଇଂଲଣ୍ଡ ସିରିଜରେ, କପିଲ ଏମିତି ପ୍ରଦର୍ଶନ କରିଥିଲେ ଯେ ଜଣେ ଖେଳାଳି ମଧ୍ୟ ସମ୍ପୂର୍ଣ୍ଣ ସିରିଜର ମୋଡ଼ ବଦଳାଇଦେଇଥିଲା । ପରେ ୧୯୮୩ ବିଶ୍ୱକପ୍ ଆସିଥିଲା ।

​​​​​​​

ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟର୍ଣ୍ଣିଂ ପଏଣ୍ଟ । କପିଲ ଦେବଙ୍କ ଅଧିନାୟକତ୍ୱରେ, ଭାରତ ସେତେବେଳର ଅପରାଜେୟ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଇତିହାସ ରଚିଥିଲା । ସେହି ବିଜୟ କେବଳ ଏକ ଟ୍ରଫି ନଥିଲା । ଏହା ଭାରତୀୟ କ୍ରିକେଟ ପାଇଁ ଆତ୍ମବିଶ୍ୱାସ ବୃଦ୍ଧି କରିଥିଲା । ବିଶ୍ୱାସ ବଢିଥିଲା ଯେ, ଭାରତ ମଧ୍ୟ ବିଶ୍ୱ ବିଜେତା ହୋଇପାରିବ।

୧୯୯୧-୯୨ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୫ ୱିକେଟ୍ । ପରେ ପୋର୍ଟ ଏଲିଜାବେଥରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଇନିଂସରେ ତାଙ୍କର ୧୨୯ ରନ୍ । ଯେତେବେଳେ ଭାରତୀୟ ଦଳର ଅନ୍ୟ ଖେଳାଳିମାନେ କେବଳ ୮୬ ରନ୍ ସଂଗ୍ରହ କରିପାରିଥିଲେ । ଆଜି ବି ତାଙ୍କର ଖେଳକୁ ସାରା ବିଶ୍ୱରେ ପ୍ରଶଂସା କରାଯାଏ ।