News7 Logo

SIT ରିପୋର୍ଟରେ ‘ବନତାରା’କୁ କ୍ଲିନଚିଟ୍, ଜାଣନ୍ତୁ କ’ଣ କହିଲେ SC?

NEWS7
Supreme Court

ନୂଆଦିଲ୍ଲୀ ୧୫।୯: ଗୁଜରାଟ ଜାମନଗରସ୍ଥିତ ବନତାରା ଉପରେ ଲଗାତାର ପ୍ରଶ୍ନ ଉଠୁଛି। ଅନେକ ଲୋକେ ଏଠାରେ ବନ୍ୟଜନ୍ତୁଙ୍କ ପ୍ରତି ଅଣାଦେଖା କରାଯାଉଥିବାର ଅଭିଯୋଗ କରୁଛନ୍ତି। ତେବେ ଏହି ସବୁ ଅଭିଯୋଗର ତଦନ୍ତ ପାଇଁ ଗଠିତ ହୋଇଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଯାଞ୍ଚରେ ସବୁ ଅଭିଯୋଗକୁ ଖାରଜ କରି ବନତାରାକୁ କ୍ଲିନଚିଟ୍ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜେ.ଚେଲେମେଶ୍ୱରମଙ୍କ ଅଧ୍ୟକ୍ଷତାରେ ଗଠିତ ଏସଆଇଟି ଏ ନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଉପସ୍ଥାପନା କରିଛନ୍ତି। ଏଥିରେ ଏସଆଇଟି ବନତାରାରେ ଅନୁପାଳନ ଓ ନିୟାମକ ଉପାୟ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏସଆଇଟି ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ତେବେ ସୁପ୍ରିମକୋର୍ଟ ୧୫ ସେପ୍ଟେମ୍ବର ସୋମବାର ରିପୋର୍ଟ ଦେଖିଛନ୍ତି। ଜଷ୍ଟିସ୍ ପଙ୍କଜ ମିଥଲ ଓ ଜଷ୍ଟିସ୍ ପି.ବି.ବାର୍ଲେ ରିପୋର୍ଟକୁ ରେକର୍ଡରେ ସାମିଲ କରି କହିଛନ୍ତି ଯାଞ୍ଚ ଟିମ୍‌ ବନତାରାକୁ କ୍ଲିନଚିଟ୍ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବନତାରା ଏକ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲେସନ ସେଣ୍ଟର। ଅନନ୍ତ ଅମ୍ବାନୀ ଏହାକୁ ସଞ୍ଚାଳନ କରୁଛନ୍ତି। ବନତାରାରେ ଆନିମଲ ରେସ୍କ୍ୟୁ ସେଣ୍ଟର ଚଳାଇବା ବାହାନାରେ ବନ୍ୟପ୍ରାଣୀ ଖାସ କରି ହାତୀଙ୍କ ତସ୍କରୀ ସମେତ ମନିଲଣ୍ଡ୍ରିଂଭଳି ଅଭିଯୋଗ ହୋଇଥିଲା।

ବନତାରା ଉପରେ ହୋଇଥିବା ଅଭିଯୋଗର ଯାଞ୍ଚ ନିମନ୍ତେ ସୁପ୍ରିମକୋର୍ଟ ଏସଆଇଟି ଗଠନ କରିଥିଲେ। ବନତାରା ମଧ୍ୟ ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ କରି ଏସଆଇଟି ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲା। ଏହି ତଦନ୍ତ କାଳରେ ଏସଆଇଟି ବନତାରା ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଛନ୍ତି।