ପାଟିତୁଣ୍ଡରୁ ଲଙ୍କାକାଣ୍ଡ, ରାୟଗଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା

Published By : Prameya-News7 Bureau | August 27, 2025 IST

ରାୟଗଡ଼ା: ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ରାୟଗଡା ସହରରେ ହତ୍ୟାକାଣ୍ଡ। ଏକ ଧାରୁଆ ଆସ୍ତ୍ରରେ ସଂଘବଧ ଭାବେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ରାୟଗଡା ସହର ମହିଳା ମହାବିଦ୍ୟାଳୟ ପଛପଟେ ଥିବା ହରିଜନ ବସ୍ତିର ରୋହିତ ଥାପ୍ପା।  ମୃତଦେହ   ଅଗ୍ନଶମ ବିଭାଗ କାର୍ଯ୍ୟାଳୟ ପଡିଆ ନିକଟରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଗତ ୩ ଦିନ ତଳେ କିଛି ଯୁବକଙ୍କ ସହ ରୋହିତଙ୍କ ପାଟିତୁଣ୍ଡ ହୋଇଥିଲା। ପରେ ଆପୋଷ ବୁଝାବଣା ହୋଇଥିବା ବେଳେ ଆଜି ଅପରାହ୍ନରେ ରୋହିତ ଖେଳ ପଡିଆରେ ଠିଆ ହୋଇଥିବା ବେଳେ ତିନି ଜଣ ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଅଚେତ ହୋଇପଡଥିଲେ। ତେବେ ଏନେଇ ଟାଉନ୍ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ କିଏ ସେହି ତିନି ଜଣ ଯୁବକ ତାର ଖୋଳତାଡ଼ ଆରମ୍ଭ କରିଛି।

Also read: ବିଦ୍ୟୁତ ଅଣ୍ଡର ଗ୍ରାଉଣ୍ଡ ପାଇଁ ୮ ହଜାର କୋଟି ଟଙ୍କା କେନ୍ଦ୍ରକୁ ସହାୟତା ମଗାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.