ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ଛାଡ଼ପତ୍ର ଖବର ମଧ୍ୟରେ ବୁଧବାର ଉଭୟ ମିଶି ନିଜ ଘରେ ଧୂମଧାମରେ ଗଣପତିଙ୍କ ସ୍ଥାପନ କରିବା ସହ ପୂଜା କରିଛନ୍ତି। ଖାସ୍ କଥା ଦମ୍ପତ୍ତି ଏକାଠି କ୍ୟାମେରାମ୍ୟାନଙ୍କ ସାମ୍ନାରେ ପୋଜ୍ ଦେଇଛନ୍ତି। ସୁନୀତା ଦୃଢତାର ସହ କହିଛନ୍ତି ଯେ, ଭଗବାନ ଆସିଲେ ମଧ୍ୟ ତାଙ୍କୁ ଏବଂ ଗୋବିନ୍ଦାଙ୍କୁ ଅଲଗା କରି ପାରିବେ ନାହିଁ। ହେଲେ କିଛି ଦିନ ପୂର୍ବରୁ ଗୋବିନ୍ଦାଙ୍କ ଓକିଲ ଲଲିତ ବିନ୍ଦଲ କହିଥିଲେ ଯେ, ସୁନୀତା ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।
ସୁନୀତା ଏଏନଆଇକୁ ବୟାନ ଦେଇ କହିଛନ୍ତି, ଯଦି କିଛି ହୋଇଥାନ୍ତା ତେବେ ଆଜି ଆମେ ଏତେ ନିକଟତର ହୋଇ ନ ଥାଆନ୍ତୁ। ଆମ ଭିତରେ ନିଶ୍ଚିତ ଦୂରତା ରହିଥାଆନ୍ତା। ଆମକୁ କେହି ଅଲଗା କରି ପାରିବେ ନାହିଁ। ଉପରୁ ଖୋଦ୍ ଭଗବାନ ଆସିଲେ ବି ଅଲଗା କରି ପାରିବେ ନାହିଁ। ମୋ ଗୋବିନ୍ଦା କେବଳ ମୋର, ଆଉ କାହାର ହୋଇ ପାରିବେ ନାହିଁ। ଯେ ପର୍ଯ୍ୟନ୍ତ ଆମେ କିଛି କହିନୁ, ସେ ପର୍ଯ୍ୟନ୍ତ ଦୟାକରି କିଛି କୁହନ୍ତୁ ନାହିଁ।
#WATCH | Maharashtra: Actor Govinda, along with his wife Sunita Ahuja, celebrate Ganesh Chaturthi at their residence in Mumbai. pic.twitter.com/4ld2vSBwTY
— ANI (@ANI) August 27, 2025
ଗୋବିନ୍ଦାଙ୍କ ଓକିଲ ଲଳିତ ବିନ୍ଦଲ ଚଳିତ ମାସରେ ବିବିସିକୁ ସ୍ପଷ୍ଟ ଭାବେ କହିଥିଲେ ଯେ, ସୁନୀତା ଆହୁଜା ଗତ ବର୍ଷ ଡିସେମ୍ବରରେ ଅନେକ ଧାରା ସହ ଗୋବିନ୍ଦାଙ୍କ ବିରୋଧରେ ଛାଡ଼ପତ୍ର ଅବେଦନ ଦାୟର କରିଥିଲେ। ତେବେ ଏବେ ସବୁ କିଛି ଠିକ୍ ହୋଇ ଯାଇଛି। ଦୁହିଁଙ୍କ ମଧ୍ୟରେ ଏବେ ବୁଝାମଣା ହେବାକୁ ଯାଉଛି। ସୁନୀତା ଯେଉଁ ସବୁ କାରଣ ପାଇଁ ଗୋବିନ୍ଦାଙ୍କଠୁ ଛାଡ଼ପତ୍ର ଦାବି କରିଥିଲେ, ସେ ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି। ଉଭୟଙ୍କ ସଂପର୍କରେ ସୁଧାର ଆସିଛି।
#WATCH | Mumbai | Denying rumours of filing for divorce from husband actor Govinda, Sunita Ahuja says, "If something had happened, then we would have been so close today. There would have been a distance between us. No one can separate us, not even if God comes from above... My… pic.twitter.com/Aj5NmlbGNV
— ANI (@ANI) August 27, 2025
ଝିଅ ଟିନା ଆହୁଜା ବାପା-ମାଆଙ୍କ ଛାଡ଼ପତ୍ର ଖବର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା କେବଳ ଗୁଜବ। ଏମିତି ଖବରକୁ ସେ ଗମ୍ଭୀରତାର ସହ ନିଅନ୍ତି ନାହିଁ କାରଣ ଏହା ତାଙ୍କ ପାଇଁ ଏକ ଗୁଜବ। ଟିନା କହିଛନ୍ତି, ସେ ଭାଗ୍ୟଶାଳୀ ଯେ, ସେ ଏମିତି ଏକ ପରିବାରରେ ଜନ୍ମ ନେଇଛନ୍ତି, ଯେଉଁଠି ବହୁତ ଭଲ ପାଇବା ମିଳୁଛି।