ବିଦ୍ୟୁତ ଅଣ୍ଡର ଗ୍ରାଉଣ୍ଡ ପାଇଁ ୮ ହଜାର କୋଟି ଟଙ୍କା କେନ୍ଦ୍ରକୁ ସହାୟତା ମଗାଯାଇଛି

Published By : Prameya-News7 Bureau | August 27, 2025 IST

ଭୁବନେଶ୍ବର ୨୭।୮: ବିଦ୍ୟୁତ ଅଣ୍ଡର ଗ୍ରାଉଣ୍ଡ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ  ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ନେଇ ବିଦ୍ୟୁତ ଅଣ୍ଡର ଗ୍ରାଉଣ୍ଡ ପାଇଁ ୮ ହଜାର କୋଟି ଟଙ୍କା କେନ୍ଦ୍ରକୁ ସହାୟତା ମଗାଯାଇଛି । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସବୁ ସ୍ତରରେ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ବନ୍ୟାବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ଯେଉଁଭଳି ଭାବରେ ବର୍ତ୍ତମାନ ଦିଆଯାଉଛି ତାଠାରୁ ଆହୁରି ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଇ ଟିକନିକ ସୂଚନା ଦିଆଯିବ । ଏହାସହ ସମ୍ବଲପୁର, ବାଲେଶ୍ଵରରେ ଏହାର କେନ୍ଦ୍ର ବସାଯିବ । ଏଥିପାଇଁ ପ୍ରାୟ ୧୫୦ କୋଟିର ବ୍ୟୟ ବରାଦ ହେବ । ଏହାସହ ବନ୍ୟାବାତ୍ୟା ସମୟରେ ଯେଉଁଭଳି ବିଶେଷ କରି ବିଦ୍ୟୁତ ବିଭାଗର କ୍ଷତି ହୁଏ ଏଣୁ କେବୁଲ ସବୁ ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ପ୍ରାୟ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ସହ ରାସ୍ତା ଘାଟ କିଭଳି କ୍ଷତି ନହେବ ସେ ସମସ୍ତ ବିଷୟରେ ରାଜସ୍ଵ ବିଭାଗ ଚିନ୍ତା କରୁଛି । ଅ।ଗାମୀ ଦିନରେ ରାଜ୍ୟବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଜସ୍ଵ ମନ୍ତ୍ରୀ କହିଛନ୍ତି ।

You Can Read:

ନୂଆଁଖାଇ ପୂର୍ବରୁ ହାଟକୁ ଯାଇ ସମ୍ବଲପୁରୀ ବସ୍ତ୍ର କିଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.