ନବ ବିବାହିତାଙ୍କୁ ବାହାଘରର ଦୁଇଦିନ ପରେ ଶାଶୂ ଘରୁ ଉଠାଇନେଲା ପ୍ରେମିକ

NEWS7
chris-martin-takes-a-holy-dip-in-mahakumbh

ବଲାଙ୍ଗୀର: ନବ ବିବାହିତା ମହିଳାଙ୍କୁ ବାହାଘରର ଦୁଇଦିନ ପରେ ଶାଶୂ ଘରୁ ଉଠାଇନେଲା ପ୍ରେମିକ। ତନାଘନା କରି ପ୍ରେମିକଙ୍କୁ ଧରିଲା ପୋଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେଓଗାଁ ଥାନା ମୁରସିଂ ଗାଁରେ । ବାହାଘରର ଦୁଇ ଦିନ ପରେ ପ୍ରେମିକାକୁ ତା ଶାଶୁ ଘରୁ ଉଠେଇ ଆଣିଥିଲା ପ୍ରେମିକ।

ଅଭିଯୋଗ ପରେ ନବବଧୂ ଓ ତାର ପ୍ରେମିକକୁ ବୌଦ୍ଧ କଣ୍ଟାମାଳ ଥାନା ପୋଲିସ ଧରି ବଲାଙ୍ଗୀର ଦେଓଗାଁ ପୋଲିସ ହସ୍ତାନ୍ତର କରିଛି । ଗତ ୨୨ ତାରିଖରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ମୁର୍ସିଙ୍ଗ ଗାଁର ତିଲୁ ଭୋଇଙ୍କ ସହ ବିବାହ ହୋଇଥିଲା କାନ୍ତମାଲ ର ଝିଅ ସହ। ତେବେ ବାହାଘରର ଦୁଇ ଦିନ ପରେ ନବବଧୂକୁ କଣ୍ଟାମାଳର ପ୍ରେମିକ ସୁବାସ ଚନ୍ଦ୍ର ସାହୁ ନେଇ ଫେରାର ମାରିଥିଲା। ଏନେଇ ସ୍ୱାମୀ ତିଲୁ ଭୋଇ ଦେଓଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

Also read: BIG BREAKING: ଦଳ ବିରୋଧୀ ଆଚରଣ ପଡ଼ିଲା ମହଙ୍ଗା, ପ୍ରଭାତ ବିଶ୍ଵାଳ ବିଜେଡିରୁ ବହିଷ୍କୃତ

ଅଭିଯୋଗ ଆଧାରରେ କଣ୍ଟାମାଳ ପୋଲିସ ପ୍ରେମିକ ସୁବାସ ଏବଂ ନବ ବଧୂକୁ ଥାନାକୁ ଆଣିବା ସହ ଦେଗାଁ ପୋଲିସକୁ ହସ୍ତାନ୍ତର କରିଥିଲା। ଆଜି ଉଭୟ ପରିବାର ଲୋକଙ୍କୁ ଡାକି ପଚରାଉଚୁରା କରିଥିଲେ। ଝିଅ ଯଦି ଚାହେଁ ଯେ ପ୍ରେମିକ ସହ ରହିବା ପାଇଁ ତାହେଲେ ତାକୁ ତା ସହ ପରିବାର ଲୋକଙ୍କ ଉପରେ ସମଧାନ ପାଇଁ ଛାଡିବ ବୋଲି କହିଥିଲେ।

ଯଦି ବିବାହିତ ପୁଅ ଓ ନବବଧୁ ପୁଣି ଏକାଠି ରହିବା କୁ ଚାହାନ୍ତି ତାହେଲେ ତାଙ୍କୁ ଯିବାକୁ ଦିଆଯିବ କହି ଉଭୟ ପରିବାରକୁ ବୁଝାଇ ଛାଡିଛି ପୋଲିସ। ତେବେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ସମାଜରେ ଏହାର ଖରାପ ପ୍ରଭାବ ପଡ଼ୁଥିବା ଯୋଗୁଁ ଏହାକୁ ନେଇ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।