ରେମୁଣାରେ ପାଣ୍ଡିଆନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

Published By : Prameya-News7 Bureau | May 28, 2024 IST

ରେମୁଣା: ବାଲେଶ୍ବରରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ପ୍ରଚାରକୁ ଜୋରଦାର କରିଛି ବିଜେଡି। ଏହି କ୍ରମରେ ମଙ୍ଗଳବାର ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ରେମୁଣାରେ ପାଣ୍ଡିଆନଙ୍କ ପ୍ରଚାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ଏହି ଅବସରରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ବିଷୟରେ କହିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ସେ କହିଛନ୍ତି ‘ମୁଖ୍ୟମନ୍ତ୍ରୀ ଗାଁରେ ଭିତ୍ତିଭୂମିର ବିକାଶ, ସୁଶାସନ ଦେଇ ଆସିଛନ୍ତି, ବିଭିନ୍ନ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥଦାନ କରିଛନ୍ତି। ତେଣୁ ଏଥର ମଧ୍ୟ ବିଜେଡିକୁ ଭୋଟ ଦେବା ସହ ନବୀନଙ୍କୁ ପୁଣି ଥ‌ରେ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ସେ ନିବେଦନ କରିଛନ୍ତି।

ଖାଲି ରେମୁଣା ନୁହେଁ ବେତନଟୀ ବଡ଼ସାହି, ଜଳେଶ୍ବର, ଭୋଗରାଇ, ବସ୍ତା, ନୀଳଗିରି ମଧ୍ୟ ମାରାଥନ ପ୍ରଚାର କରିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ । ବାଲେଶ୍ବର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ କ’ଣ କ’ଣ କରିଛନ୍ତି ହିସାବ ଦେଇଛନ୍ତି।

ବସ୍ତା ବାଲିଆପାଳ, ବେତନଟୀ ଏନଏସି ହୋଇଛି, ସୁବର୍ଣ୍ଣରେଖା, ସୋନୋ ନଦୀରେ ସେତୁ ହୋଇଛି ସ୍କୁଲ ରୂପାନ୍ତରଣ ହୋଇଛି, ମନ୍ଦିର ମସ୍‍ଜିଦ ଚର୍ଚ୍ଚ ରୂପାନ୍ତରିତ ହୋଇଛି । ଏସବୁ କାର୍ଯ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥିଲେ।

ସେହିପରି ସ୍ଥାନୀୟ ସାଂସଦଙ୍କୁ କରିଥିଲେ ଟାର୍ଗେଟ। ବାଲେଶ୍ବରରୁ ଜିତି ମଧ୍ୟ ବାଲେଶ୍ବର ପାଇଁ  କିଛି କରିନାହାନ୍ତି ବୋଲି କହିଥିଲେ ପାଣ୍ଡିଆନ। ଏଥିପାଇଁ  ବିଜେଡି ପ୍ରାର୍ଥୀ ଜିତିଲେ ଏହି ଅଞ୍ଚଳ ପାଇଁ ସେ ଦିନରାତି କାମ କରିବେ ବୋଲି ଭରସା ଦେଇଥିଲେ ପାଣ୍ଡିଆନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.