ଅସ୍ତ୍ରବିରତୀ ପରେ ମିତ୍ର ରାଷ୍ଟ୍ରଙ୍କୁ ଫୋନ୍ କରି ଜଣାଇଲା ପାକିସ୍ତାନ: ଚୀନ କହିଲା, ଆମେ ତୁମ ପଛରେ ଅଛୁ

Published By : Prameya-News7 Bureau | May 10, 2025 IST

indiatoday

ନୂଆଦିଲ୍ଲୀ: ଭାରତ ସହିତ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇବା ପରେ ପାକିସ୍ତାନ ଅବିଳେମ୍ବେ ନିଜ ମିତ୍ର ରାଷ୍ଟ୍ରମାନଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଅବଗତ କରାଇଛି। ପାକିସ୍ତାନ ମିତ୍ରରାଷ୍ଟ୍ରମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି। ତେବେ ଚୀନ ପୁଣିଥରେ ପାକିସ୍ତାନକୁ ଦୃଢ଼ ସମର୍ଥନ ଜଣାଇଛି। 

ପାକିସ୍ତାନର "ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ଜାତୀୟ ସ୍ୱାଧୀନତା" ବଜାୟ ରଖିବାରେ ଚୀନ ସମର୍ଥନ ଜାରି ରଖିବ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶନିବାର କହିଛନ୍ତି।  ଚୀନ୍ ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଦାରଙ୍କ ସହ ଟେଲିଫୋନରେ କଥା ହେବା ବେଳେ ଏପରି କହିଛନ୍ତି। 

ୱାଙ୍ଗ ୟି କହିଛନ୍ତି  ଯେ ଚୀନ୍, ପାକିସ୍ତାନର ସର୍ବକାଳୀନ ରଣନୈତିକ ସହଯୋଗ ସହଯୋଗୀ ଏବଂ ଲୁହା ଭଲି ମଜଭୁତ ବନ୍ଧୁ ଭାବରେ, ପାକିସ୍ତାନର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ଜାତୀୟ ସ୍ୱାଧୀନତାକୁ ବଜାୟ ରଖିବାରେ ଦୃଢ଼ ଭାବରେ ଛିଡ଼ା ହେବ।

ସିଜ୍‌ଫାୟାର ହେବା ପରେ ପାକିସ୍ତାନ ମନ୍ତ୍ରୀ, ଡାର ୟୁଏଇର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ୍ ଜାଏଦଙ୍କ ସହ ମଧ୍ୟ କଥା ହୋଇଥିଲେ। ଏଥିରେ ସେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛନ୍ତି। ଡାର ତୁର୍କିଏ ବୈଦେଶିକ ମନ୍ତ୍ରୀ ହାକାନ୍ ଫିଦାନଙ୍କ ସହ ମଧ୍ୟ କଥା ହୋଇ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.