ମୁମ୍ୱାଇ – ମୁମ୍ୱାଇ ପବଇ ଅଞ୍ଚଳରେ ଗୁରୁବାର ଦ୍ୱିପ୍ରହରରେ ଏକ ଏମିତି ଘଟଣା ଘଟିଛି,ଯେଉଁଥିରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ୧୭ ଜଣ ପିଲାଙ୍କ ସହ ମୋଟ ୧୯ ଜଣଙ୍କୁ ବନ୍ଧକ କରିଥିବା ଅଭିଯୁକ୍ତ ରୋହିତ ଆର୍ୟଙ୍କର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। କହି ରଖୁଛି କି ଏକ ଆକ୍ଟିଂ ଷ୍ଟୁଡିଓର ୧୯ଲୋକଙ୍କୁ ବନ୍ଧକ କରି ରଖାଯାଇ ଥିଲା। ବନ୍ଧକଙ୍କ ମଧ୍ୟରେ ୧୭ ଜଣ ପିଲା ମଧ୍ୟ ସାମିଲ ଥିଲେ। ଏହି ଘଟଣା ଦ୍ୱିପ୍ରହରର ସମୟରେ ହୋଇଥିଲା, ଯେତେବେଳେ ପିଲାମାନେ କ୍ଲାସ୍‌ରେ ଥିଲେ। ବନ୍ଧକଙ୍କ ମଧ୍ୟରେ ୧୭ଜଣ ପିଲା ମଧ୍ୟ ସାମିଲ ଥିଲେ। ସୂଚନା ଅନୁସାରେ , ଅଭିଯୁକ୍ତ ଷ୍ଟୁଡିଓର ମାଲିକଙ୍କୁ କୌଣସି ବିବାଦ କାରଣରୁ ଏମିତି ପଦକ୍ଷେପ ନେଇଥିଲେ। କୁହାଯାଉଛି ଯେ ଏହି ସମୟରେ ସେ ପିଲାଙ୍କୁ ଧମକ ମଧ୍ୟ ଦେଉଥିଲେ।

ରିପୋର୍ଟ ଅନୁସାରେ , ପାଖାପାଖି ୧୦୦ ପିଲା ଏଠାରେ ଅଡିସନ ଦେବାକୁ ଆସିଥିଲେ। ଏହି ସମୟରେ ଏକ ଷ୍ଟୁଡିଓରେ କାମ କରୁଥିବା ଜଣେ ବ୍ୟକ୍ତି ୧୫-୨୦ ଜଣ ପିଲାଙ୍କୁ ବନ୍ଧକ କରିନେଇ ଥିଲେ । କୁହାଯାଉଛି ଯେ, ଅଭିଯୁକ୍ତ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ଚଲାଉଛନ୍ତି।  ସୂଚନା ଆଧାରରେ ସେ ୪-୫ ଦିନରୁ ଏଠାରେ ଅଡିସନ କରୁଥିଲେ।

ଗୁରୁବାର ଅଡିସନ କରାଇବା ଦିନ ସେ ପ୍ରାୟ ୮୦ ଜଣ ପିଲାଙ୍କୁ ଫେରାଇ ଦେଇଥିଲେ ଏବଂ ଅନ୍ୟ ପିଲାଙ୍କୁ ରୁମ୍‌ରେ ବନ୍ଦ କରିଦେଲେ। ରୁମ୍‌ରେ ବନ୍ଦ ପିଲାମାନେ ଝରକା ଦେଇ ବାହାରକୁ ଦେଖୁ ଥିଲେ। ଏହାର ଖବର ଯେମିତି ସ୍ଥାନୀୟ ଲୋକେ ପାଇଲେ ଘଟଣା ସ୍ଥଳରେ ମାହୋଲ ଉତ୍ତେଜିତ ହୋଇଥିଲା। ସେ ତୁରନ୍ତ ସ୍ଥାନୀୟ ଥାନା ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇବାର ତୁରନ୍ତ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ। କୁହାଯାଉଛି ଯେ, ଏହି ସମୟରେ ବିବାଦ ଆରମ୍ଭ ହେବା ପରେ ପୁଲିସକୁ ଫାୟାରିଂ କରିବାକୁ ପଡ଼ିଲା , ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୁମ୍ୱାଇ ପୁଲିସର କହିବାନୁସାରେ , ସବୁ ପିଲାଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ରଦ୍ଧାର କରାଯାଇ ପାରିଛି। ରୋହିତ ଆର୍ୟା ନାମକ ବ୍ୟକ୍ତିଙ୍କର ଗୁଳି ବାଜିବାକୁ ମୃତ୍ୟୁ ହୋଇଛି।