୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୁଣି ଚେତାବନୀ ଦେଲେ...

Published By : Prameya-News7 Bureau | June 16, 2025 IST

ଭୁବନେଶ୍ଵର: ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଓୟୁଏଟି ର କୃଷି ଶିକ୍ଷା ସଦନରେ ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।   ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ମଧ୍ୟରେ ସର୍ବାଧିକ ୯୦୭ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି । ସେଥିମଧ୍ୟରୁ ପୂର୍ତ୍ତ ବିଭାଗରେ ୫୬୩ କନିଷ୍ଠ ଯନ୍ତ୍ରୀ ଅଛନ୍ତି। ନିଯୁକ୍ତି ପତ୍ର ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବ ନିଯୁକ୍ତ କର୍ମଚାରୀମାନଙ୍କୁ ଚେତାଇ ଦେଇଛନ୍ତି ଦୁର୍ନୀତି କଲେ ଜାଲରେ ପଡ଼ିବା ନିଶ୍ଚିତ। 

ଏ ହାତରେ ଦେଲେ ନିଯୁକ୍ତି ଆଉ ସେ ହାତରେ ଦେଲେ ଚେତାବନୀ। ନିଯୁକ୍ତି ନିଅ ଖୁସିର କଥା କିନ୍ତୁ ଦୁର୍ନୀତିର ରାସ୍ତାରେ ଗଲେ ନିସ୍ତାର ନାହିଁ। ଆଜି ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଟି ବିଭାଗର ୯୬୪ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ସମୟରେ ସେ ମଧ୍ୟ ସ୍ଵଚ୍ଛତା ଓ ସାଧୁତା ତଥା ବିକାଶର ଗୁରୁ ମନ୍ତ୍ର ଦେଇଛନ୍ତି। ଦୁର୍ନୀତି କଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ସଂପର୍କରେ ଆଗୁଆ ଜଣାଇ ଦେଇଛନ୍ତି। ଦୁର୍ନୀତି କଲେ ୧୦ ବର୍ଷ ଜେଲ ଓ ୧ କୋଟି ଯାଏଁ ଜରିମାନା ଦେବାକୁ ପଡ଼ିବ। 

Also read: ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭୁବନେଶ୍ବରରେ କରିବେ ରୋଡ ସୋ

ସେହିପରି ଦୁର୍ନୀତି ରୋକିବା ପାଇଁ ୱାର୍କ ପାସବୁକ୍ ମୋବାଇଲରେ ରହିବ। ଯେଉଁଥିରେ ଗୋଟିଏ ପ୍ରକଳ୍ପ ର ସମସ୍ତ ଡେଟା ମହଜୁଦ ରହିବ। ପ୍ରକଳ୍ପ ପାଇଁ କେତେ ବ୍ୟୟ ଅଟକଳ ହୋଇଛି ତାର ତଥ୍ୟ ସହ କେତେ ଖର୍ଚ୍ଚ ହୋଇଛି   ଜଣାପଡ଼ିବ।ଖର୍ଚ୍ଚ ହୋଇଥିବା ଟଙ୍କା ଅନୁଯାୟୀ ପ୍ରକଳ୍ପ କାମ କେତେ ସରିଛି ତାହା ମଧ୍ୟ ଉଲ୍ଲେଖ ରହିବ। ତେଣୁ ଏହି ପାସବୁକ ଦ୍ବାରା ସ୍ବଚ୍ଛତା ଆସିବ। ଦୁର୍ନୀତି କରୁଥିବା ଅଧିକାରୀ ଏଥିରୁ ବଞ୍ଚିପାରିବେ ନାହିଁ। ପ୍ରଥମ ପର୍ଯ୍ୟାୟର ପୂର୍ତ୍ତ ବିଭାଗର ଏହା ଲାଗୁ କରାଯିବ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।


ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ମ ନିଯୁକ୍ତି ମେଳାରେ.୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। ସର୍ବାଧିକ ୯୦୭ ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳିଛି । ସେଥିମଧ୍ୟରୁ ପୂର୍ତ୍ତ ବିଭାଗରେ ୫୬୩, ଜଳ ସମ୍ପଦ ବିଭାଗରେ ୬୨, ଗୃହ ଓ ନଗର ଉନ୍ନୟନ ବିଭାଗରେ ୧୪୩  ଓ ପୌରାଞ୍ଚଳରେ ୨୨, ପଞ୍ଚାୟତି ରାଜ ଓ ପାନୀୟଜଳ ଯୋଗାଣ ବିଭାଗରେ ୧୧୭ କନିଷ୍ଠ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ସରକାରର ପ୍ରଥମ ବର୍ଷ ପୂର୍ତ୍ତି ପାଳନ ସହ ନବ ନିଯୁକ୍ତମାନଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।   ଦେଢ଼ ଲକ୍ଷ ସରକାରୀ ପଦବୀ କୁ ୫ ବର୍ଷରେ ପୁରଣ କରିବୁ ବୋଲି ପୂର୍ତ୍ତମନ୍ତ୍ରୀ କହିଛନ୍ତି।  ପ୍ରଥମ ଦୁଇ ବର୍ଷରେ ୬୫ ହଜାର ନିଯୁକ୍ତି ଦେବାର ଲକ୍ଷ୍ୟ ରଛି।  ବେସରକାରୀ ସ୍ତରରେ ୪୫ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.