୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭୁବନେଶ୍ବରରେ କରିବେ ରୋଡ ଶୋ

Published By : Prameya-News7 Bureau | June 16, 2025 IST

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ପାଳନ କରିବାକୁ ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଗସ୍ତ ସୂଚୀ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଗସ୍ତବେଳେ ୧ ଘଣ୍ଟା ଧରି ରୋଡ ଶୋ କରିବେ। ଜୁନ୍ ୨୦ ଅପରାହ୍ନ ୩.୪୦ରେ ଭୁବନେଶ୍ବରରେ ପହଞ୍ଚିବେ ମୋଦୀ। ଅପରାହ୍ନ ୩ ଟା ୪୫ରୁ ୪ ଟା ୪୫ ଯାଏ ରୋଡ୍ ସୋ କରିବେ ପିଏମ। ବିମାନବନ୍ଦରରରୁ ଜନତା ମଇଦାନ ଯାଏ ଏହି ରୋଡ୍ ସୋ ହେବ। ତେବେ ସନ୍ଧ୍ୟା ୫ ଟା ୫୦ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.