Special Ops Season 2 Trailer: ଆତଙ୍କବାଦ ପରେ ଦେଶକୁ ସାଇବର ଆଟାକ୍‌ରୁ ବଞ୍ଚାଇବେ ହିମ୍ମତ ସିଂ, ଦମଦାର ରହିଛି ଟ୍ରେଲର

Published By : Prameya-News7 Bureau | June 16, 2025 IST

ମୁମ୍ବାଇ: ୨୦୨୦ରେ ଯେବେ ପୂରା ଦେଶରେ କରୋନା ମହାମାରୀ ପାଇଁ ଲକଡାଉନ ଲାଗୁ ହୋଇଥିଲା, ସେହି ସମୟରେ ମନୋରଞ୍ଜନ ପାଇଁ ଓଟିଟି ସବୁଠୁ ବଡ଼ ମାଧ୍ୟମ ପାଲଟିଥିଲା। ସେହି ସମୟରେ ଅନେକ ଓ୍ଵେବ ସିରିଜ୍ ରିଲିଜ ହୋଇ ଦର୍ଶକଙ୍କ ବେଶ ଭଲ ପାଇବା ସାଉଁଟିଥିଲା। ଏଥିରୁ ଫିଲ୍ମ ନିର୍ମାତା ନୀରଜ ପାଣ୍ଡେ ନିଜର ଡେବ୍ୟୁ ଓ୍ବେବ ସିରିଜ୍ ‘ସ୍ପେଶାଲ ଓପ୍ସ’ ଓଟିଟିରେ ରିଲିଜ୍ କରିଥିଲେ। ସମୟ ସହିତ ସଭିଙ୍କ ପସନ୍ଦର ଓ୍ଵେବସିରିଜ୍ ପାଲଟିଥିଲା ‘ସ୍ପେଶାଲ ଓପ୍ସ’। ଏବେ ପ୍ରାୟ ୫ ବର୍ଷ ପରେ ଏହାର ସିଜିନ ୨ ରିଲିଜ୍ ହେବାକୁ ଯାଉଛି। ଆଜି ‘ସ୍ପେଶାଲ ଓପ୍ସ’ ସିଜିନ ୨ର ଟ୍ରେଲର ରିଲିଜ୍ ହୋଇଛି।

Also read: ଅମିର ଖାନଙ୍କ ଉପରେ ହୋଇଥିଲା ଲଭ୍‌ ଜିହାଦର ଅଭିଯୋଗ , ଅଭିନେତା କହିଲେ – ‘ ଯେବେ ବି ଦୁଇ ଧର୍ମର ଲୋକେ ... ’

‘ସ୍ପେଶାଲ ଓପ୍ସ’ ସିରିଜ୍‌ର ଲୋକପ୍ରିୟତା ‘ପଞ୍ଚାୟତ’, ‘ଫ୍ୟାମିଲି ମ୍ୟାନ’ ଓ ‘ପାତାଲ ଲୋକ’  ପରି ରହିଛି। ଏହି ସିରିଜରେ ଅଭିନେତା କେ କେ ମେନନଙ୍କ ଚରିତ୍ର ଏଜେଣ୍ଟ ହିମ୍ମତ ସିଂ ବହୁତ ପ୍ରସିଦ୍ଧି ଲାଭ କରିଛି। ପ୍ରଥମ ସିଜିନରେ ହିମ୍ମତ ସିଂ ନିଜର ସ୍ପେଶାଲ ଅପରେସନ ଟିମ୍ ସହ ଆତଙ୍କବାଦ ନିପାତ କରିଥିଲେ। ଏହା ପରେ ନିର୍ମାତା ହିମ୍ମତ ସିଂଙ୍କ କାହାଣୀ ଅର୍ଥାତ ‘ସ୍ପେଶାଲ ଓପ୍ସ ୧.୫’ ଓଟିଟିରେ ଛାଡିଥିଲେ। ଏବେ ସିଜିନ ୨ ଓଟିଟିରେ ରିଲିଜ୍ ହେବାକୁ ଯାଉଛି। ସିଜିନ ୨ରେ ହିମ୍ମତ ସିଂ ନିଜ ଦେଶକୁ ଏକ ବଡ଼ ସାଇବର ଆଟାକ୍‌ରୁ ବଞ୍ଚାଉଛନ୍ତି। 

c

‘ସ୍ପେଶାଲ ଓପ୍ସ୨’ ଗତ ସିଜିନର କାହାଣୀକୁ ଆଗକୁ ବଢାଇବ। ଏଥର ହିମ୍ମତ ସିଂଙ୍କ ଝିଅକୁ ମଧ୍ୟ ନିଜ ପ୍ରକୃତ ବାପାଙ୍କ ସତ୍ୟତା ଜଣା ପଡ଼ିବ। ଅନ୍ୟପଟେ ହିମ୍ମତ ସିଂଙ୍କ ଟିମରେ କିଛି ନୂଆ ସଦସ୍ୟଙ୍କୁ ଦେଖିବାକୁ ମିଳିବ। ଗତ ସିଜିନ ପରି ଏଥର ମଧ୍ୟ ହିମ୍ମତ ସିଂଙ୍କ ସହିତ ତାଙ୍କର ବନ୍ଧୁ ପୋଲିସ ଅଫିସର ଅବ୍ବାସ ଶେଖ ସାମିଲ ହେବ। ନୀରଜ ପାଣ୍ଡେ ଓ ଶିବମ ନାୟରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ସ୍ପେଶାଲ ଓପ୍ସ ୨’ ସିରିଜ୍ ଜୁଲାଇ ୧୧ରେ ଜିଓ ହଟଷ୍ଟାରରେ ଷ୍ଟ୍ରିମି ହେବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.