ଜନଗଣନା ନେଇ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି: ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା

Published By : Prameya-News7 Bureau | June 16, 2025 IST

ନୂଆଦିଲ୍ଲୀ ୧୬/୦୬: ଜନଗଣନା ନେଇ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ପ୍ରସ୍ତୁତି ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଗୁରୁତ୍ବପୂଣ୍ଣ ବୈଠକ । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ଜନଗଗଣନା ପାଇଁ ଦେଶବ୍ୟାପୀ ୩୪ ଲକ୍ଷ ଗଣନାକାରୀ ଏବଂ ୧.୩ ଲକ୍ଷ କର୍ମକର୍ତ୍ତାଙ୍କୁ କରାଯିବ ନିୟୋଜିତ । 

ସ୍ବାଧୀନ ଭାରତରେ ଏହା ହେଉଛି ୧୬ ତମ ଜନଗଣନା । ଶେଷ ଥର ପାଇଁ ୨୦୧୧ରେ ହୋଇଥିଲା ଜନଗଣାନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ ଏବଂ ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତି ଭିତ୍ତିକ ଜନଗଣନା । 

ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜାତିଭିତ୍ତିକ ଜନଗଣନା ଆରମ୍ଭ ହେବ । ୨୦୨୬ ଅକ୍ଟୋବରରୁ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଜନଗଣନା । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତିଭିତ୍ତିକ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା । 

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ  ଅନୁସାରେ ଦେଶରେ ଜନଗଣନା  ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ  ପର୍ଯ୍ୟାୟରେ ଗୃହ ତାଲିକା ଅଭିଯାନ ବା  ହାଉସ୍‌ ଲିଷ୍ଟିଂ ଅପରେସନ (ଏଚ୍‌ଏଲ୍‌ଓ)  କରାଯିବ । ଯେଉଁଥିରେ ପ୍ରତିଟି ପରିବାରର  ଘରର ସ୍ଥିତି, ସମ୍ପତ୍ତି ଓ ଅନ୍ୟାନ୍ୟ ସୁଖ  ସୁବିଧାର ଯାଞ୍ଚ ହେବ । ସେହିଭଳି ଦ୍ୱିତୀୟ  ପର୍ଯ୍ୟାୟରେ ଜନସଂଖ୍ୟା ସୂଚୀ (ପିଇ)  ସଂଗ୍ରହ କରାଯିବ । ଯେଉଁଥିରେ ପ୍ରତ୍ୟେକ ପରିବାରର ପ୍ରତିଟି ବ୍ୟକ୍ତିଙ୍କ ସଂଖ୍ୟା,  ସାମାଜିକ-ଆର୍ଥିକ, ସାଂସ୍କୃତିକ ଓ ଅନ୍ୟାନ୍ୟ ସବିଶେଷ ତଥ୍ୟ ସଂଗ୍ରହ କରାଯିବ ।  

ଜନସଂଖ୍ୟା ଓ  ପରିବାରର ତଥ୍ୟ ସଂଗ୍ରହ ଲାଗି ୩୪  ଲକ୍ଷ ଗଣନାକାର ତଥା ସୁପରଭାଇଜର  ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ  ନିଯୁକ୍ତ କରାଯିବ । ଦେଶ ଆରମ୍ଭରୁ ଏହା  ୧୬ତମ ତଥା ୧୯୪୭ରେ ସ୍ୱାଧୀନତା ଲାଭ  କରିବା ପରେ ଏହା ଅଷ୍ଟମ ଜନଗଣନା  ହେବ । ମୋବାଇଲ ଆପ୍‌ ଜରିଆରେ ସମ୍ପୂର୍ଣ୍ଣ  ଡିଜିଟାଲ ପ୍ରକ୍ରିୟାରେ ଏହି ଜନଗଣନା  କରାଯିବ । ସେହିଭଳି ଜନଗଣନା ସମୟରେ ଲୋକମାନଙ୍କ ତଥ୍ୟକୁ  ଯେଭଳି ଗୋପନୀୟ ତଥା ସୁରକ୍ଷିତ  ରଖାଯାଇପାରିବ ସେଥିଲାଗି ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.