ଅମିର ଖାନଙ୍କ ଉପରେ ହୋଇଥିଲା ଲଭ୍‌ ଜିହାଦର ଅଭିଯୋଗ , ଅଭିନେତା କହିଲେ – ‘ ଯେବେ ବି ଦୁଇ ଧର୍ମର ଲୋକେ ... ’

Published By : Prameya-News7 Bureau | June 15, 2025 IST

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଅମିର ଖାନ ନିକଟରେ ଏକ ଇଣ୍ଟରଭ୍ୟୁରେ ନିଜ ଫିଲ୍ମ ‘ ପିକେ ’ ବିଷୟରେ କହିଥିଲେ। ୨୦୧୪ ମସିହାରେ ଅମିର ଖାନଙ୍କର ଫିଲ୍ମ ‘ ପିକେ ’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ଯେବେ ରିଲିଜ ହେବାର ଥିଲା, ଫିଲ୍ମକୁ ନେଇ ଖୁବ୍‌ ବିବାଦ ହୋଇଥିଲା। ଅମିର ଖାନ ଏହି ଫିଲ୍ମ କରିବା ପାଇଁ ସମାଲୋଚନାର ଶିକାର ମଧ୍ୟ ହୋଇଥିଲେ।  ଫିଲ୍ମରେ ହିନ୍ଦୁ ଧର୍ମକୁ ଅପମାନ କରୁଥିବା ନେଇ ତାଙ୍କ ଉପରେ ଅଭିଯୋଗ ହୋଇଥିଲା। ଏବେ ଅମିର ଖାନ ଏହି ଫିଲ୍ମ ବିଷୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି - 

ରଜତ ଶର୍ମାଙ୍କର ଶୋ’ ‘ଆପକୀ ଅଦାଲତ’ରେ ରଜତ ଶର୍ମା ଅମିର ଖାନଙ୍କୁ ପଚାରୁଛନ୍ତି, ଟ୍ରୋଲ୍ସ କହୁଛି ଯେ, ଆପଣ ଲଭ୍‌ ଜିହାଦ କରନ୍ତି। ‘ପିକେ’ ରେ ଆପଣ ହିନ୍ଦୁ ଯୁବତୀଙ୍କର ଜଣେ ପାକିସ୍ତାନୀ ମୁସଲମାନ ସହ ବିବାହ କରିବାକୁ ସଠିକ୍‌ ସାବ୍ୟସ୍ତ କରିଛନ୍ତି। ଏହା ଉପରେ ଅମିର ଖାନ କୁହନ୍ତି, ଏବେ କୌଣସି ଦୁଇ ଧର୍ମର ଲୋକ ଏକାଠି ହୁଅନ୍ତି, ସେମାନଙ୍କର ମନରେ ପ୍ରେମ ହୁଏ, ସେ ବିବାହ କରିବାକୁ ଚାହାନ୍ତି। ଏହା ସବୁବେଳେ ଲଭ୍‌ ଜିହାଦ ନୁହେଁ।

ଅମିର ଖାନ ନିଜର କଥାକୁ ଆଗକୁ ବଢାଇ କହିଛନ୍ତି , ଦୁଇ ଅଲଗା ଅଲଗା ଧର୍ମର ଲୋକଙ୍କ ମନ କେବେ କେବେ ଗୋଟିଏ ହୋଇଯାଏ, ତ ଏହା ମାନବିକତାର କଥା। ସବୁବେଳେ ଏହାକୁ ଲଭ ଜିହାଦ କହି ପାରିବା ନାହିଁ। ଏହାର ଉର୍ଦ୍ଧ୍ୱତର ହୋଇ ଯାଏ।

ଅମିର ଖାନ ଆହୁରି କହୁଛନ୍ତି , ମୁଁ ଆପଣଙ୍କୁ କହୁଛି ଯେ, ମୋ ଭଉଣୀ ନିଖତଙ୍କର ବିବାହ ସନ୍ତୋଷ ହେଗଡେଙ୍କ ସହ ହୋଇଛି, ସେ ଜଣେ ହିନ୍ଦୁ ତ ଏହାକୁ ଆପଣ କଣ ଲଭ୍‌ ଜିହାଦ କହିବେ ? ମୋ ସାନ ଭଉଣୀ ଫରତର ବିବାହ ହୋଇଛି ରାଜୀବ ଦତ୍ତାଙ୍କ ସହ, ସେ ହିନ୍ଦୁ। ମୋ ଭଉଣୀ ମୁସଲିମ୍‌। ତ ଏହାକୁ ଆପଣ ଲଭ୍ ଜିହାଦ କହିବେ ? ମୋ ଝିଅ ଆୟରାର, ଏବେ କିଛି ଦିନ ପୂର୍ବେ ନପୁରଙ୍କ ସହ ବିବାହ ହୋଇଛି। ପ୍ରେମ ଏହି ପୃଥିବୀରେ ସବୁଠୁ ବଡ଼ ଜିନିଷ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.