LIVE TV
LIVE TV

୧୦ ସର୍କୁଲାର ରୋଡ କ୍ୱାର୍ଟର କାହିଁକି ଛାଡୁ ନାହାନ୍ତି ରାବଡୀ ଦେବୀ, ଜାଣନ୍ତୁ ତାଙ୍କୁ ନୂଆ ଆବଣ୍ଟିତ ଘରଟି କିପରି?

NEWS7
chief-minister-calls-important-meeting-regarding-odishas-security

ପାଟନା ୨୭।୧୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାନପରିଷଦରେ ବିରୋଧୀ ଦଳର ନେତା ରାବଡୀ ଦେବୀଙ୍କ ନାମରେ ନୂଆ କ୍ୱାର୍ଟର ଆବଣ୍ଟିତ ହୋଇଛି। ତାଙ୍କୁ ୩୯ ହାର୍ଡିଂ ରୋଡସ୍ଥିତ ବଙ୍ଗଳାକୁ ସିଫ୍ଟ କରିବା ପାଇଁ ଭବନ ନିର୍ମାଣ ବିଭାଗର ପତ୍ର ଜାରି ହୋଇଯାଇଛି। ଗତ ୨୦ ବର୍ଷ ହେଲା ରାବଡୀ ଦେବୀ ୧୦ ସର୍କୁଲାର ରୋଡସ୍ଥିତ ବଙ୍ଗଳାରେ ପରିବାର ସହ ରହି ଆସୁଛନ୍ତି, ଏହାକୁ ଏବେ ରଦ୍ଦ କରିଦିଆଯାଇଛି। ହେଲେ ନୂଆ ଆବଣ୍ଟିତ କ୍ୱାର୍ଟରକୁ ଯିବେ ନାହିଁ ବୋଲି ଲାଲୁ ପରିବାର ଓ ଆରଜେଡି ସଫାସଫା ଶୁଣାଇ ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ରାବଡୀ ଦେବୀଙ୍କ ନାମରେ ଆବଣ୍ଟିତ ନୂଆ ବଙ୍ଗଳାଟି କିପରି ଓ ସେ ପୁରୁଣା ବଙ୍ଗଳା କାହିଁକି ଖାଲି କରିବାକୁ ରାଜି ହେଉ ନାବହାନ୍ତି?

ରାବଡୀ ଦେବୀଙ୍କୁ ବିଧାନ ପରିଷଦରେ ବିରୋଧୀ ଦଳ ନେତା ଭାବେ ୩୯ ହାର୍ଡିଂ ରୋଡସ୍ଥିତ ଯେଉଁ ନୂଆ ବଙ୍ଗଳା ଦିଆଯାଇଛି ସେଥିରେ ଅନେକ ସୁବିଧା ସୁଯୋଗ ଅଛି। ଏହା ବିହାରରେ ମନ୍ତ୍ରୀମାନଙ୍କୁ ଆବଣ୍ଟିତ ହେଉଥିବା କ୍ୱାର୍ଟର ମଧ୍ୟରୁ ଦ୍ୱିତୀୟ ବଡ଼ କ୍ୱାର୍ଟର। ବିରୋଧୀ ଦଳ ନେତାଙ୍କ ଲାଗି ଚିହ୍ନଟ ସରକାରୀ କ୍ୱାର୍ଟରରେ ୬ଟି ବେଡ ରୁମ ରହିଛି। ଏହା ଛଡା ଏକ ବଡ଼ ଡ୍ରଇଂ ରୁମ, ଡାଇନିଂଗ ରୁମ ଓ ଏକ ବଡ଼ ହଲ ରହିଛି। ଭବନର ପ୍ରବେଶ ଦ୍ୱାର ନିକଟରେ ଏକ ବଡ଼ ଅତିଥି ନିବାସ ମଧ୍ୟ ରହିଛି। ଏହି ବଙ୍ଗଳାର ଇଣ୍ଟେରିୟର ମଧ୍ୟ ବେଶ୍ ଆଧୁନିକ। ମାତ୍ର କିଛି ବର୍ଷ ପୂର୍ବରୁ ଏହି ବଙ୍ଗଳାର ଇଣ୍ଟେରିୟର ଡେକୋରେସନ ରିନୋଭେସନ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଏହି ବଙ୍ଗଳାର କ୍ୟାମ୍ପସ ସିସିଟିଭି ନଜରରେ ରହିଛି।

ଏହି ବଙ୍ଗଳା ପରିସରରେ ଏକ ବଡ ଗାର୍ଡେନ ଓ ଲନ ବି ରହିଛି। ଗାର୍ଡେନକୁ ଖାସ ଆଲୋକରେ ମଧ୍ୟ ସଜା ଯାଇଛି। ଏହା ଛଡା ଅନ୍ୟ ଷ୍ଟାଫ ଓ ସୁରକ୍ଷା ଗାର୍ଡଙ୍କ ଲାଗି ଅଲଗା ଘର ରହିଛି। ମୁଖ୍ୟପ୍ରବେଶ ଫାଟକରେ ମଧ୍ୟ ଗାର୍ଡ ରୁମ ଅଛି, ଯେଉଁଠି ୨୪ ଘଣ୍ଟା ଅଲଗା ଅଲଗା ସିଫ୍ଟରେ ସୁରକ୍ଷା କର୍ମୀ ମୁତୟନ ରହୁଛନ୍ତି। ଏହା ସତ୍ତ୍ୱେ ରାବଡୀ ଦେବୀଙ୍କ ପରିବାର ନୂଆ କ୍ୱାର୍ଟରକୁ ସିଫ୍ଟ ହେବାକୁ ରାଜି ହେଉ ନାହାନ୍ତି। ଏହା ପଛରେ କିଛି ନା କିଛି ବଡ଼ କାରଣ ଥାଇ ପାରେ ବୋଲି ଆଶଙ୍କା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଆରଜେଡି ନିତିଶ ସରକାରଙ୍କ ୧୦.୦ର ଏବି ନିଷ୍ପତ୍ତିକୁ ବିଜେପିର ଷଡ଼ଯନ୍ତ୍ର ବୋଲି କହୁଛି। ଏହାକୁ ରାବଡୀ ଦେବୀଙ୍କୁ ଆବାସ ସୁବିଧାରୁ ବେଦଖଲ କରିବାର ପ୍ରୟାସ ରୂପେ ଦେଖା ଯାଉଛି। ରାବଡୀ ଦେବୀ ୧୦ ସର୍କୁଲାର ରୋଡସ୍ଥିତ ବଙ୍ଗଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପେ ରହୁଛନ୍ତି। ଏହି ବ୍ୟବସ୍ଥା ନିତିଶ କୁମାର କରିଥିଲେ। ତେବେ ତେଜସ୍ୱୀ ଯାଦବ ୨୦୧୭ରେ ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ସରକାରଙ୍କ ଏହି ନିଷ୍ପତ୍ତିକୁ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ ଓ କୋର୍ଟଙ୍କ ଆଦେଶରେ ଏହି ସୁବିଧା ଏବେ ସମାପ୍ତ ହୋଇଯାଇଛି। ତେଜସ୍ୱୀଙ୍କ ଏକ ପଦକ୍ଷେପ ଏବେ ରାବଡୀଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।

୨୦୨୫ ବିଧାନସଭା ନିର୍ବାଚନ ଫଳାଫଳ ବିହାରର ରାଜନୈତିକ ପରିଦୃଶ୍ୟକୁ ବଦଳାଇ ଦେଇଛି। ବିଧାନସଭାକୁ ଆରଜେଡିର ୨୫ ବିଧାୟକ ନିର୍ବାଚିତ ହୋଇଛନ୍ତି। ଏଣୁ ଆଗାମୀ ୨-୩ ବର୍ଷରେ ରାବଡୀ ଦେବୀଙ୍କ ବିରୋଧୀ ଦଳ ନେତାପଦ ହଟି ଯାଇ ପାରେ। ସେ ୨୦୩୦ ପର୍ଯ୍ୟନ୍ତ ବିଧାନ ପରିଷଦରେ ରହିବେ, ହେଲେ ବିରୋଧୀ ଦଳ ନେତା ହୋଇ ରହିବେ କି ନା ତାହା କୁହାଯାଇ ପାରିବନି। ଏବେ ବିଧାନ ପରିଷଦରେ ଆରଜେଡିର ୧୩ ଜଣ ସଦସ୍ୟ ଅଛନ୍ତି। ବିରୋଧୀ ଦଳ ନେତା ହୋଇ ରହିବା ପାଇଁ ପରିଷଦରେ ଅନୁନ୍ୟ ୯ ଜଣ ଏମଏଲସି ରହିବା ଆବଶ୍ୟକ। ୨୦୨୮ ବେଳକୁ ଆରଜେଡିର ଏମଏଲସି ସଂଖ୍ୟା ହ୍ରାସ ହୋଇପାରେ। କାରଣ ସମଗ୍ର ବିରୋଧୀ ଦଳ ମିଳି କେବଳ ଜଣେ ଏମଏଲସି ବାଛି ପାରିବେ।