LIVE TV

ଶନିବାର ବସିବ ଛତିଶାନିଯୋଗ ବୈଠକ, ଚୂଡ଼ାନ୍ତ ହେବ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ

NEWS7
puri

ପୁରୀ ୨୦।୦୯ : ଶନିବାର ବସିବ ଛତିଶାନିଯୋଗ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟା ୩୦ରେ ଏହି ବୈଠକ ବସିବ

ତେବେ ଶନିବାର ବସିବାକୁ ଥିବା ବୈଠକରେ ଆସନ୍ତା ଅକ୍ଟୋବର ୩ ତାରିଖରୁ ଶ୍ରୀମନ୍ଦିରରେ ମହାଧାର୍ମିକ କାର୍ତ୍ତିକ ମାସ ନୀତିକାନ୍ତି ଆରମ୍ଭ ହେବାକୁ ଯାଉଛି। ତେଣୁ ‌ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୁଡାନ୍ତ କରାଯିବ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଥିବାରୁ ଏହାକୁ କିଭଳି ସୂଚାରୁରୂପେ ପାଳନ କରାଯିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହେବ। ଏଥିସହ ପଞ୍ଚୁକ ସମୟରେ ମହାପ୍ରଭୁଙ୍କ ବିଭିନ୍ନ ପ୍ରକାର ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହୋଇଥାଏ। ପଞ୍ଚୁକର ଶେଷ ଦିନ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଦୁର୍ଲଭ ସୁନାବେଶରେ ବିଭୂଷିତ ହେବେ।

ସେପଟେ ଆସନ୍ତା ୨୩ ତାରିଖରେ ମୂଳ ରତ୍ନଭଣ୍ଡାରକୁ ଅସ୍ଥାୟୀ ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଗୁଡିକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ନୀତି ନିର୍ଘଣ୍ଟ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ସ୍ଥିର ହେବ । ଏହାସହ ମାହେନ୍ଦ୍ର ବେଳା ଅନୁଯାୟୀ ସକାଳ ୭ଟା ୧୭ରୁ ୧୧ଟା ୧୭ ମଧ୍ୟରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଏଣୁ ଏହି ପ୍ରସଙ୍ଗ ଉପରେ ଛତିଶା ନିଯୋଗ ବୈଠକରେ ମଧ୍ୟ ଆଲୋଚନା ହେବ। ଏଥିସହ ଆଗାମୀ ଦିନରେ ହେବାକୁ ଥିବା ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡି ଦର୍ଶନ ଉପରେ ଆଲୋଚନା ହୋଇପାରେ।‌