ନିରୋଳାରେ ରଖୁଥିଲେ ଯୌନ ସଂପର୍କ, ତାନ୍ତ୍ରିକ ମାରିଦେଲା ଫେବିକ୍ଵିକ୍

NEWS7
central-teams-in-bird-flu-affected-areas-of-nimapara

ଉଦୟପୁର ୧୯।୧୨ : ଜଙ୍ଗଲ ମସ୍ତି ପାଲଟିଲା ଶାସ୍ତି। ଫେବିକ୍ଵିକ୍ ମାରି ଡବଲ ମର୍ଡର। କାଳ ପାଲଟିଲା ଜଙ୍ଗଲ ଓୟୋ। ଅସଞ୍ଜତ ଅବସ୍ଥାରେ ମାରିଦେଲା ତାନ୍ତ୍ରିକ। ଜଙ୍ଗଲରୁ ମିଳିଲା ପ୍ରେମୀ ଯୁଗଳ ଉଲଗ୍ନ ମୃତଦେହ। ଅଢେଇ ବର୍ଷ ତଳେ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା ଏହି ଲୋମଟାଙ୍କୁରା ଘଟଣା। ରାଜସ୍ଥାନ ଉଦୟପୁର ଜିଲ୍ଲାରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ। ଗୋଗୁନ୍ଦା ଥାନା ଅଞ୍ଚଳରେ ଥିବା ଜଙ୍ଗଲରୁ ଉଦ୍ଧାର ହୋଇଥିଲା ପ୍ରେମୀ ଯୁଗଳଙ୍କ ଫେବିକ୍ବିକ୍ ଲଗା ମୃତଦେହ। ଘଟଣାର ତଦନ୍ତ କରି ଜଣେ ତାନ୍ତ୍ରିକକୁ ବାନ୍ଧିଥିଲା ପୋଲିସ। ତଦନ୍ତ ବେଳେ ସାମ୍ନାକୁ ଆସିଥିଲା ସାଙ୍ଘାତିକ ସତ। ସୁଚିନ୍ତିତ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା ତାନ୍ତ୍ରିକ। ତେବେ କାହିଁକି ଏହି ଜଘନ୍ୟ କାଣ୍ଡ ଭିଆଇଥିଲା ତାନ୍ତ୍ରିକ ? ପ୍ରେମୀଯୁଗଳଙ୍କ ସହ କଣ ଥିଲା ଶତ୍ରୁତା ? କାହିଁକି ପ୍ରତିଶୋଧ ପରାୟଣ ହୋଇଉଠିଥିଲା ସେ ? କଣ ଥିଲା ଘଟଣାର କ୍ଲାଇମାକ୍ସ ?    

ଉଦୟପୁରର ଏକ ସରକାରୀ ସ୍କୁଲରେ ଶିକ୍ଷକତା କରୁଥିବା ରାହୁଲଙ୍କ ସହ ସୋନୁ ନାମକ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା। ରାହୁଲଙ୍କ ପୂର୍ବରୁ ଭାଲେଶ ନାମକ ଜଣେ ଯୁବକ ସହ ଉକ୍ତ ଯୁବତୀଙ୍କ ସମ୍ପର୍କ ଥିଲା। ଧୋକା ଖାଇବା ପରେ ଭାଲେଶ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। ରାଗ ଜର୍ଜରିତ ହୋଇ ରକ୍ତମୁଖା ପାଲଟିଥିଲା। ରାହୁଲ ଓ ସୋନୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ବୁଝାମଣା ବାହାନାରେ ସେ ରାହୁଲ ଓ ସୋନୁଙ୍କୁ ଜଙ୍ଗଲକୁ ଡାକିଥିଲା। ସେଠାରେ ଦୁହିଁଙ୍କୁ ଅନ୍ତରଙ୍ଗ ହେବା ପାଇଁ ଉସକାଇଥିଲା। ରାହୁଲ ଓ ସୋନୁ ଅନ୍ତରଙ୍ଗ ହେବା ବେଳେ ସୁଯୋଗ ଦେଖି ଭାଲେଶ ପାଖରେ ରଖିଥିବା ଫେବିକ୍ଵିକ୍ ଦୁହିଁଙ୍କ ଉପରେ ଢାଳି ଦେଇଥିଲା। ଏହାପରେ ଦୁହିଁଙ୍କୁ ଛୁରୀ ଓ ପଥରରେ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା। ନିସ୍ତବ୍ଧ ଜଙ୍ଗଲ ଭିତରେ ଦୁହିଁଙ୍କ ଚିତ୍କାର ନୀରବି ଯାଇଥିଲା।

ଏହି ମାମଲାର ତଦନ୍ତ କରି ପୁଲିସ ଅଭିଯୁକ୍ତ ଭାଲେଶକୁ ଗିରଫ କରିଥିଲା। ଦୀର୍ଘ ଅଢେଇ ବର୍ଷର ନ୍ୟାୟିକ ପ୍ରକ୍ରିୟା ପରେ ୨୦୨୫ ଏପ୍ରିଲ ମାସରେ କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି। ଅଭିଯୁକ୍ତ ତାନ୍ତ୍ରିକକୁ ଆଜୀବନ ଜେଲଦଣ୍ଡ ଶୁଣାଇଥିଲେ। ଏହା ସହ ଚାରି ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ। ଅନ୍ଧବିଶ୍ଵାସ ଏବଂ ଅବୈଧ ସମ୍ପର୍କ ଆଳରେ କ୍ରୁରତାକୁ ଦେଶର ଆଇନ ବ୍ୟବସ୍ଥା କେବେ ବରଦାସ୍ତ କରିବ ନାହିଁ ବୋଲି କୋର୍ଟ କହିଥିଲେ।