LIVE TV

CBIର ବଡ଼ ସଫଳତା, ଫେରାର ଅପରାଧୀକୁ UAEରୁ ଆଣିଲା ଭାରତ, ଜାଣନ୍ତୁ କେଉଁ ଅପରାଧରେ ଥିଲା Wanted

NEWS7
Abscund criminal

ନୂଆଦିଲ୍ଲୀ ୨୬।୯: ଇଣ୍ଟରପୋଲ ଚ୍ୟାନେଲ ଜରିଆରେ ସିବିଆଇ ବଡ଼ ସଫଳତା ହାସଲ କରିଛି। ପଞ୍ଜାବ ପୋଲିସର ବାଞ୍ଛିତ ଅଭିଯୁକ୍ତ ପରମିନ୍ଦର ସିଂହ ଓରଫ ନିର୍ମଳ ସିଂହ ଓରଫ ପିଣ୍ଡିକୁ ୟୁଏଇରୁ ଭାରତ ଅଣାଯାଇଛି। ପରମିନ୍ଦର ବିରୋଧରେ ବିଦେଶରେ ବସି ପାଣ୍ଠି ଯୋଗାଡ କରି ଆତଙ୍କବାଦକୁ ପ୍ରୋତ୍ସାହନ ଦେବା, ଦାଦା ଚାନ୍ଦା ଆଦାୟ, ହତ୍ୟା ଉଦ୍ୟମ ଓ ଅପରାଧିକ ଧମକ ଭଳି ଗୁରୁତର ଅଭିଯୋଗ ସବୁ ରହିଛି।

ଭାରତରୁ ଫେରାର ହେବା ପରେ ସେ ଦୀର୍ଘ ସମୟ ଧରି ବିଦେଶରେ ଲୁଚି ରହିଥିଲା। ସିବିଆଇ ଇଣ୍ଟରନ୍ୟାସନାଲ ପୋଲିସ କୋ-ଅପରେସନ ୟୁନିଟି (ଆଇପିସିୟୁ) ବିଦେଶମନ୍ତ୍ରାଳୟ, ଗୃହମନ୍ତ୍ରାଳୟ, ଆବୁଧାବୀସ୍ଥିତ ଏନସିବି ଓ ପଞ୍ଜାବ ପୋଲିସ ସହିତ ମିଶି ଏହି ପୁରା କାର୍ଯ୍ୟାନୁଷ୍ଠାନକୁ ସଫଳ ରୂପାୟନ କରିଛି। ସେପ୍ଟେମ୍ବର ୨୬ ତାରିଖ ଦିନ ପଞ୍ଜାବ ପୋଲିସ ପରମିନ୍ଦରକୁ ୟୁଏଇରୁ ନେଇ ଭାରତ ପହଞ୍ଚିଛି।

ଏହା ପୂର୍ବରୁ ୧୩ଜୁନ ୨୦୨୫ରେ ପଞ୍ଜାବ ପୋଲିସ ଅନୁରୋଧରେ ସିବିଆଇ ଇଣ୍ଟରପୋଲରୁ ରେଡ ନୋଟିସ ଜାରି କରିଥିଲା। ଏହା ପରେ ୟୁଏଇରେ ଏଜେନ୍ସୀମାନେ ପରମିନ୍ଦରକୁ ଗିରଫ କରିଥିଲେ ଓ ଏହାକୁ ଭାରତ ପ୍ରତ୍ୟାର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ରେଡ ନୋଟିସ ଇଣ୍ଟରପୋଲ ଦ୍ୱାରା ଜାରି କରାଯାଉଥିବା ଏକ ଆଲର୍ଟ, ଯାହା ସାରା ବିଶ୍ୱର ପୋଲିସ ବିଭାଗକୁ ପଠାଯାଇଥାଏ, ଯାହା ଦ୍ୱାରା ଫେରାର ଅପରାଧୀକୁ ଧରାଯାଇ ପାରିବ।

ନ୍ୟାସନାଲ ସେଣ୍ଟ୍ରାଲ ବ୍ୟୁରୋ (ଏନସିବି) ମାଧ୍ୟମରେ ସିବିଆଇ ଭାରତରେ ଇଣ୍ଟରପୋଲ ସମ୍ପର୍କିତ ମାମଲାଗୁଡିକୁ ସମ୍ଭାଳନ୍ତି ଓ ଭାରତ ପୋଲିସ ନେଟୱାର୍କ ମାଧ୍ୟମରେ ଦେଶର ଏଜେନ୍ସୀଙ୍କୁ ସଂଯୁକ୍ତ କରିଥାନ୍ତି। ଗତ କିଛି ବର୍ଷ ହେଲା ଇଣ୍ଟରପୋଲ ଚ୍ୟାନେଲ ସହାୟତାରେ ୧୩୦ରୁ ଅଧିକ ଫେରାର ଅପରାଧୀଙ୍କୁ ବିଦେଶରୁ ଭାରତ ଅଣାଯାଇଛି।