LIVE TV

ପଡ଼ି ରହିଛି ଶବ, ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ଅଡ଼ି ବସିଛନ୍ତି ପରିବାର ଓ ଗ୍ରାମବାସୀ

NEWS7
cbi-investigation-against-pm-modi-biopic-maker-sandeep-singh

ପିପିଲି: ଡେଲାଙ୍ଗ ସୁଜନପୁର ଗ୍ରାମ କଅଁଳପଡ଼ାରେ ଉତ୍ତେଜନା ଦେଖିବାକୁ ମିଳିଛି। ଗାଁର ଜଣେ ଯୁବକଙ୍କୁ ଆକ୍ରମଣ ଓ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଧରିବା ଦାବିରେ ମୃତ ଯୁବକଙ୍କ ଶବ ସତ୍କାର ନକରି ଧାରଣାରେ ବସିଛନ୍ତି ଗ୍ରାମବାସୀ।

ସୂଚନା ଅନୁସାରେ, ଗତ ୪ ତାରିଖ ଦିନ ଗାଁର ପ୍ରଶାନ୍ତ ବଳିୟାର ସିଂହଙ୍କ ପୁଅ ପର୍ଶୁରାମ ବଳିୟାର ସିଂହଙ୍କୁ କିଛି ଦୃର୍ବୃତ୍ତ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଭାବରେ ଆହତ ହୋଇଥିଲେ। ତେବେ ପର୍ଶୁରାମଙ୍କୁ ମୂର୍ମୁଷ ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନା ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ହୋଇଛି।

ତେବେ ପର୍ଶୁରାମଙ୍କର ଶବ ଗାଁରେ ପହଁଞ୍ଚିବା ପରେ ତାଙ୍କ ପରିବାର ଏବଂ ଗ୍ରାମବାସୀ ଶବ ସତ୍କାର ନକରି ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଡ଼ି ବସିଥିଲେ। ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଶବ ସତ୍କାର ନ ହୋଇ ପଡ଼ିରହିଥିବା ଜଣାପଡ଼ିଛି। ପର୍ଶୁରାମଙ୍କୁ ହତ୍ୟା କରାଯାଇଥିବା ପର୍ଶୁରାମଙ୍କ ମାଆ କୁନି ବଳିୟାର ସିଂ ଅଭିଯୋଗ କରିଥିବାବେଳେ ଏନେଇ ଡେଲାଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି।